fbpx

ବାତ୍ୟା ଜୱାଦ Update: ଖୋର୍ଦ୍ଧାରେ ସରକାରୀ କର୍ମଚାରୀଙ୍କ ଛୁଟି ବାତିଲ

ଭୁବନେଶ୍ୱର: ସମ୍ଭାବ୍ୟ ବାତ୍ୟା ପାଇଁ ଖୋର୍ଦ୍ଧା ଜିଲ୍ଲା ପ୍ରଶାସନର ପ୍ରସ୍ତୁତି । ସମସ୍ତ ତହସିଲଦାର, ବିଡିଓଙ୍କୁ ନେଇ ଜିଲ୍ଲାପାଳଙ୍କ ପ୍ରସ୍ୁତି ବୈଠକ । ବୈଠକ ପରେ ୩ରୁ ୫ ପର୍ଯ୍ୟନ୍ତ ସବୁ ସରକାରୀ କର୍ମଚାରୀଙ୍କ ଛୁଟି ବାତିଲ ନିଷ୍ପତ୍ତି ।

ସେପଟେ ସମ୍ଭାବ୍ୟ ବାତ୍ୟାକୁ ନେଇ ଆଇଏମଡି ଡିଜି ମୃତ୍ୟୁଞ୍ଜୟ ମହାପାତ୍ରଙ୍କ ସୂଚନା । ଏବେ ୱେଲମାର୍କ ଲୋପ୍ରେସର ରହିଛି, ୧୨ ଘଣ୍ଟାରେ ମଧ୍ୟରେ ଏହା ଡିପ୍ରେସନର ରୂପ ନେବ । ଡିପ୍ରେସନ ହେଲା ପରେ ବାତ୍ୟାର ଗତିପଥ ଅଧିକ ସ୍ପଷ୍ଟ ହୋଇପାରିବ । ତେବେ ବାତ୍ୟାରେ ପବନ ବେଗ ସର୍ବାଧିକ ୯୦ରୁ ୧୦୦ କିମି ରହିବ । ପବନ ବେଗ ତା’ଠାରୁ ଅଧିକ ହେବା ଆଶଙ୍କା ନଥିବା କହିଲେ ମୃତ୍ୟୁଞ୍ଜୟ ମହାପାତ୍ର ।

୩ ତାରିଖ ମଧ୍ୟରାତ୍ରୀ ପରେ ପବନ ବେଗ ବଢ଼ିବାକୁ ଲାଗିବ । ୪ ତାରିଖ ବେଳକୁ ପବନ ୭୦ରୁ ୯୦ କିମି ପର୍ଯ୍ୟନ୍ତ ବହିବ । ତେବେ ଡିପ୍ରେସନରେ ପରିଣତ ହେଲା ପରେ ସ୍ପଷ୍ଟ ହେବ । ୩ରୁ ୫ ତାରିଖ ପର୍ଯ୍ୟନ୍ତ ଓଡ଼ିଶାରେ ବର୍ଷା ଲାଗି ରହିବ କହିଛନ୍ତି ଡିଜି ।

 

Get real time updates directly on you device, subscribe now.