fbpx

ବିରାଟଙ୍କ ଆଗମନ ପରେ ଦ୍ୱିତୀୟ ଟେଷ୍ଟରେ ଏମିତି ହୋଇପାରେ ଟିମ୍ ଇଣ୍ଡିଆର ପ୍ଲେଇଙ୍ଗ XI, ବାଦ୍ ପଡି ପାରନ୍ତି ଏହି ଖେଳାଳି

ମୁମ୍ବାଇ : ଭାରତ ଓ ନ୍ୟୁଜିଲାଣ୍ଡ ମଧ୍ୟରେ ଦୁଇ ମ୍ୟାଚ୍ ବିଶିଷ୍ଟ ଟେଷ୍ଟ ସିରିଜର ଦ୍ୱିତୀୟ ଏବଂ ଶେଷ ଟେଷ୍ଟ ଶୁକ୍ରବାର ମୁମ୍ବାଇର ୱାଙ୍ଖେଡେ ଷ୍ଟାଡିୟମରେ ଖେଳାଯିବ । ଭାରତୀୟ ଦଳର ନିୟମିତ ଅଧିନାୟକ ବିରାଟ କୋହଲିଙ୍କୁ ପ୍ରଥମ ମ୍ୟାଚରୁ ବିଶ୍ରାମ ଦିଆଯାଇଥିଲା । ଦ୍ୱିତୀୟ ଟେଷ୍ଟରେ ଦଳର ସେ ଅଧିନାୟକ ଭାର ସମ୍ଭାଳିବେ । କୋହଲିଙ୍କ ପ୍ରତ୍ୟାବର୍ତ୍ତନ ପରେ ଭାରତୀୟ ଦଳର ଚୂଡାନ୍ତ ଏକାଦଶରେ ପରିବର୍ତ୍ତନ ହେବା ସୁନିଶ୍ଚିତ । ଶ୍ରେୟସ ଆୟର ନିଜର ପଦାର୍ପଣ ଟେଷ୍ଟରେ ଦମଦାର ପ୍ରଦର୍ଶନ କରି ପ୍ରଥମ ଇନିଂସରେ ଶତକ ଏବଂ ଦ୍ୱିତୀୟ ଇନିଂସରେ ଅର୍ଦ୍ଧଶତକ ହାସଲ କରିଥିଲେ । ଅନ୍ୟପଟେ ବରିଷ୍ଠ ଖେଳାଳି ଚେତେଶ୍ୱର ପୂଜାରା ଏବଂ ଆଜିଙ୍କ୍ୟ ରାହାଣେ ବିଫଳ ହୋଇଥିଲେ । ମୟଙ୍କ ଅଗ୍ରୱାଲ ମଧ୍ୟ ପ୍ରଥମ ଟେଷ୍ଟରେ ଲୟରେ ନଜର ଆସିନଥିଲେ । ତେଣୁ ବିରାଟ କୋହଲି ଏବଂ ଦଳ ପ୍ରବନ୍ଧକଙ୍କୁ ମୁମ୍ବାଇ ଟେଷ୍ଟ ପାଇଁ ଚୂଡାନ୍ତ ଏକାଦଶ ଚୟନ କରିବା କିଛିଟା ମୁସ୍କିଲ ହୋଇପାରେ ।

ବିରାଟ କୋହଲିଙ୍କ ଆଗମନ ପରେ ଚୂଡାନ୍ତ ଏକାଦଶରୁ ମୟଙ୍କ ଅଗୱାଲ ବାଦ୍ ପଡି ପାରନ୍ତି । ଶୁଭମାନ ଗିଲଙ୍କ ସହିତ ଚେତେଶ୍ୱର ପୂଜାରାଙ୍କୁ ଓପନିଂ ଭାବେ ସୁଯୋଗ ଦିଆଯାଇପାରେ । ଏହା ବ୍ୟତୀତ ଚୂଡାନ୍ତ ଏକାଦଶରେ ଆଉ ପରିବର୍ତ୍ତନ ହେବାର ସମ୍ଭାବନା କମ୍ ରହିଛି । ଅଧିନାୟକ ବିରାଟ କୋହଲି ଗଣମାଧ୍ୟମ ପ୍ରତିନିଧି ସହ ଆଲୋଚନା ବେଳେ ଗୁରୁବାର କହିଛନ୍ତି, ୱିକେଟ୍ କିପର ଋଦ୍ଧିମାନ ଶାହା ବେକ ଆହତଜନିତ ସମସ୍ୟାରୁ ମୁକୁଳି ସାରିଛନ୍ତି । ସେ ବର୍ତ୍ତମାନ ସଂପୂର୍ଣ୍ଣ ଫିଟ୍ ଅଛନ୍ତି । ତୃତୀୟ ନମ୍ବରରେ ବିରାଟ କୋହଲି ବ୍ୟାଟିଂ କରିବାକୁ ଆସି ପାରନ୍ତି । ଚତୁର୍ଥ ନମ୍ବରରେ ଆଜିଙ୍କ୍ୟ ରାହାଣେ ଏବଂ ପଞ୍ଚମରେ ଶ୍ରେୟସ ଆୟରଙ୍କୁ ସୁଯୋଗ ମିଳିପାରେ ।

ଋଦ୍ଧିମାନ ଶାହା ଷଷ୍ଠ ନମ୍ବରରେ ବ୍ୟାଟିଂ କରି ପାରନ୍ତି । ସପ୍ତମରେ ରବୀନ୍ଦ୍ର ଜାଡେଜାଙ୍କୁ ସୁଯୋଗ ମିଳିପାରେ । ସ୍ପିନ ବୋଲିଂ ବିଭାଗରେ ଜାଡେଜା, ଅଶ୍ୱିନ ଏବଂ ଅକ୍ଷର ପଟେଲ୍ ଖେଳିବା ନିଶ୍ଚିତ । ଦ୍ରୁତ ବୋଲର ହିସାବରେ ଇଶାନ୍ତ ଶର୍ମା ଓ ଉମେଶ ଯାଦବଙ୍କୁ ଚୂଡାନ୍ତ ଏକାଦଶରେ ସ୍ଥାନ ମିଳିପାରେ । ଇଶାନ୍ତ ଶର୍ମାଙ୍କୁ ପ୍ରଥମ ଟେଷ୍ଟରେ ୱିକେଟ୍ ମିଳିଥିଲା । ତଥାପି ତାଙ୍କର ଅନୁଭବକୁ ଦୃଷ୍ଟିରେ ରଖି ତାଙ୍କୁ ଆଉ ଗୋଟିଏ ସୁଯୋଗ ମିଳିପାରେ ।

ଦ୍ୱିତୀୟ ଟେଷ୍ଟ ପାଇଁ ଭାରତର ସମ୍ଭାବିତ ଚୂଡାନ୍ତ ଏକାଦଶ

ଶୁଭମାନ ଗିଲ୍, ଚେତେଶ୍ୱର ପୂଜାରା, ବିରାଟ କୋହଲି(ଅଧିନାୟକ), ଆଜିଙ୍କ୍ୟ ରାହାଣେ, ଶ୍ରେୟସ ଆୟର, ଋଦ୍ଧିମାନ ଶାହା, ରବୀନ୍ଦ୍ର ଜାଡେଜା, ଅକ୍ଷର ପଟେଲ୍, ଆର ଅଶ୍ୱିନମ, ଇଶାନ୍ତ ଶର୍ମା ଓ ଉମେଶ ଯାଦବ ।

 

Get real time updates directly on you device, subscribe now.