fbpx

ଢ଼େଙ୍କାନାଳ ଆବାସିକ କଲେଜରୁ ଆଉ ୧୬ ପଜିଟିଭ୍ ଚିହ୍ନଟ

ଢ଼େଙ୍କାନାଳ(ଓଡ଼ିଶା ଭାସ୍କର): ଢ଼େଙ୍କାନାଳ ସହର କୁଞ୍ଜକାନ୍ତ ସ୍ଥିତ ଆବାସିକ କଲେଜରୁ ଆଉ ୧୬ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ବାକିଥିବା ୫୦ ରିପୋର୍ଟରୁ ୧୬ ଜଣଙ୍କର ନମୂନା ପଜିଟିଭ୍ ଆସିଥିବା ସୂଚନା ମିଳିଛି । ଆଉ ୧୬ ପଜିଟିଭଙ୍କୁ ମିଶାଇ ଆକ୍ରାନ୍ତଙ୍କ ସଂଖ୍ୟା ୫୩କୁ ବୃଦ୍ଧି ପାଇଛି ।

ତେବେ ୩୩ ଶିକ୍ଷାର୍ଥୀ କୋଭିଡ୍ ପଜିଟିଭ୍ ଚିହ୍ନଟ ହେବା ପରେ ଆଜି ଯୁକ୍ତ ଦୁଇ ଆବାସିକ କଲେଜ୍ ସିଲ୍ କରିଦିଆଯାଇଛି । ଆବାସିକ କଲେଜ୍ ସହିତ ହଷ୍ଟେଲ୍ ବିଲ୍ଡିଂ କୁ ମଧ୍ୟ ସିଲ୍ କରିଛି ପୌର ପ୍ରଶାସନ । ତାଗିଦ୍ ସତ୍ୱେ ପିଲାମାନେ ହଷ୍ଟେଲ୍ ଛାଡ଼ିଥିବାରୁ କାରଣ ଦର୍ଶାଅ ନୋଟିସ୍ ଜାରି ହୋଇଛି । କଲେଜ୍ କର୍ତ୍ତୃପକ୍ଷଙ୍କୁ ପୌର ପ୍ରଶାସନର କାରଣ ଦର୍ଶାଅ ନୋଟିସ୍ ଜାରି ହୋଇଛି । କଲେଜ୍ ହଷ୍ଟେଲ ଛାଡ଼ିଥିବା ପିଲାଙ୍କୁ ଆଇସୋଲେସନ୍ ରେ ରଖିବାକୁ ନିର୍ଦ୍ଦେଶ ଦିଆଯାଇଛି । କାଲି କୁଞ୍ଜକାନ୍ତ ଅଞ୍ଚଳ ୧୦ ଦିନ ପାଇଁ କଣ୍ଟେନମେଣ୍ଟ ହୋଇଥିଲା ।

Get real time updates directly on you device, subscribe now.