fbpx

କାନ୍ଦି କାନ୍ଦି କୋର୍ଟରୁ ବାହାରିଲେ ତପସ୍ୱିନୀ: SDJM କୋର୍ଟରେ ହେଲା କାଉନସେଲିଂ; (Video)

ଭୁବନେଶ୍ୱର (ଓଡ଼ିଶା ଭାସ୍କର): ପୁଣି ଥରେ କୋର୍ଟରୁ କାନ୍ଦି କାନ୍ଦି ଫେରିଛନ୍ତି ତପସ୍ୱିନୀ ଦାସ ଓରଫ ଡିମ୍ପଲ । ଉଭୟ ପତି-ପତ୍ନୀଙ୍କୁ ସାମ୍ନା ସାମ୍ନି ବସାଇ କାଉନସେଲିଂ କରାଯିବା ପରେ ଡିମ୍ପଲ କାନ୍ଦି କାନ୍ଦି କୋର୍ଟରୁ ଫେରିଥିଲେ । ତେବେ ୨୪ ଘଣ୍ଟା ପର୍ଯ୍ୟନ୍ତ ଉଭୟ ଗଣମାଧ୍ୟମ ସମ୍ମୁଖରେ ନିଜର ବୟାନ ଦେଇ ପାରିବେ ନାହିଁ ବୋଲି କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି ।

ଡିମ୍ପଲଙ୍କ ଓକିଲ ଗଣମାଧ୍ୟମକୁ ସୂଚନା ଦେବା ସହିତ ଉଭୟ ପତି ପତ୍ନୀଙ୍କ ମଧ୍ୟରେ ରୁଦ୍ଧଦ୍ୱାର କାଉନସେଲିଂ ହୋଇଥିବା ସୂଚନା ଦେଇଥିଲେ । ପତି ପତ୍ନୀ ଓ ବିଚାରପତିଙ୍କ ବ୍ୟତିତ ଓକିଲ ମାନଙ୍କୁ ମଧ୍ୟ କାଉନସେଲିଂରେ ବସିବାକୁ ଅନୁମତି ମିଳିନଥିଲା । ତପସ୍ୱିନୀ କାନ୍ଦି କାନ୍ଦି ଫେରିଥିବା ନେଇ ଓକିଲ ସୂଚନା ଦେଇଥିବା ବେଳେ ତାଙ୍କୁ ନ୍ୟାୟ ମିଳିବ ବୋଲି ଓକିଲ କହିଛନ୍ତି । ଦେଖନ୍ତୁ ଭିଡିଓ..

Get real time updates directly on you device, subscribe now.