fbpx

୨୬/୧୧ ମୁମ୍ବାଇ ଆକ୍ରମଣକୁ ନେଇ ସୁବ୍ରମଣ୍ୟମ ସ୍ୱାମୀଙ୍କ ଚାଞ୍ଚଲ୍ୟକର ଦାବି, ଏହା ପଛରେ ରହିଛି ଏମାନଙ୍କ ହାତ

ନୂଆଦିଲ୍ଲୀ : ଭାରତକୁ ଦୋହଲାଇ ଦେଇଥିିବା ୨୬/୧୧ ମୁମ୍ବାଇ ଆକ୍ରମଣକୁ ନିକଟରେ ୧୪ ବର୍ଷ ପୂରିଛି । ତେବେ ୨୦୦୮ରେ ଘଟିଥିବା ଏହି ଆତଙ୍କୀ ଆକ୍ରମଣକୁ ନେଇ ଏବେ ଚାଞ୍ଚଲ୍ୟକର ଦାବି କରିଛନ୍ତି ବିଜେପିର ବରିଷ୍ଠ ନେତା ତଥା ରାଜ୍ୟସଭା ସାଂସଦ ସୁବ୍ରମଣ୍ୟମ ସ୍ୱାମୀ । ସ୍ୱାମୀ ଗୁରୁବାର ଟ୍ୱିଟ୍ କରି ଏହି ଆକ୍ରମଣ ପଛରେ କାହାର ହାତ ରହିଛି ତାହା ଉଲ୍ଲେଖ କରିଛନ୍ତି ।

ସ୍ୱାମୀ ଟ୍ୱିଟ୍ କରିଛନ୍ତି ଯେ, ଏହା ବିଚଳିତ କରିବା ଭଳି ଘଟଣା ଥିଲା । ୨୬/୧୧ ଆକ୍ରମଣ ସମୟରେ ୟୁପିଏ ସରକାରରେ ଗୃହ ମନ୍ତ୍ରଣାଳୟର ସଚିବ ରହିଥିବା ଆରଭିଏସ ମଣି ସ୍ୱୀକାର କରିଛନ୍ତି ଯେ, ୨୦୦୮ରେ ପାକିସ୍ତାନୀ ଅଜମଲ କସାବ ଏବଂ କମ୍ପାନୀ ପକ୍ଷରୁ ମୁମ୍ବାଇରେ ହୋଇଥିବା ଆତଙ୍କବାଦୀ ଆକ୍ରମଣ ପଛରେ ଆଉ କାହାର ହାତ ରହିଛି । ଏଥିରେ ଟିଡିକେ ସହିତ ପାକିସ୍ତାନର ହାତ ରହିଥିଲା ବୋଲି ସ୍ୱାମୀ କହିଛନ୍ତି ।

 

କିଏ ଏହି ଟିଡିକେ ?

ମୁମ୍ବାଇ ଆକ୍ରମଣ ପଛରେ ପାକିସ୍ତାନର ହାତ ଥିବା କଥା ସମସ୍ତେ ଜାଣିଛନ୍ତି । କିନ୍ତୁ ଟିଡିକେ ଲେଖି ସ୍ୱାମୀ କାହାକୁ ଟାର୍ଗେଟ୍ କରିଛନ୍ତି ତାହା ସ୍ପଷ୍ଟ ହୋଇ ନାହିଁ । ସେମିତିରେ ଆରଭିଏସ ମଣିଙ୍କ ସଂପର୍କରେ ସ୍ୱାମୀ କହିଛନ୍ତି, ସେତେବେଳର ୟୁପିଏ ସରକାରର ଭୂମିକାକୁ ନେଇ ମଣି ଅନେକ ଥର ପ୍ରଶ୍ନ ଉଠାଇ ସାରିଛନ୍ତି । ପ୍ରାୟ ଦୁଇ ବର୍ଷ ପୂର୍ବେ ମଣି ଦାବି କରିଥିଲେ ଯେ, ମୁମ୍ବାଇ ଆକ୍ରମଣ ପାକିସ୍ତାନ ଏବଂ ୟୁପିଏ ସରକାର ମଧ୍ୟରେ ଫିକ୍ସ ମ୍ୟାଚ୍ ଥିଲା ।

ଟ୍ୱିଟକୁ ନେଇ ଚର୍ଚ୍ଚାରେ ସ୍ୱାମୀ

ପ୍ରଥମ ଥର ନିଜର ଟ୍ୱିଟକୁ ନେଇ ସ୍ୱାମୀ ଚର୍ଚ୍ଚାରେ ନାହାନ୍ତି । ନିକଟରେ ସେ ନିଜ ବିଜେପି ସରକାର ଉପରେ ପ୍ରଶ୍ନ ଉଠାଇ ଚର୍ଚ୍ଚାରେ ଥିଲେ । ସଂସଦର ଚଳିତ ଅଧିବେଶନ ମଧ୍ୟରେ ଶୁକ୍ରବାର ସ୍ୱାମୀ ଟ୍ୱିଟ୍ କରି କହିଥିଲେ ଯେ, ତାଙ୍କୁ ଚୀନର ଲଦାଖରେ ଅନୁପ୍ରବେଶ ସଂପର୍କିତ ପ୍ରଶ୍ନ ପଚରା ଯିବାକୁ ରୋକି ଦିଆଯାଇଥିଲା ।

 

ସୁବ୍ରମଣ୍ୟମ ସ୍ୱାମୀ ଟ୍ୱିଟ୍ କରିଛନ୍ତି, ରାଷ୍ଟ୍ରୀୟ ହିତର କଥା କହି ରାଜ୍ୟସଭାର ସଚିବାଳୟ ତାଙ୍କୁ କହିଥିଲେ ଯେ, ଏହି ପ୍ରଶ୍ନ ପଚାରିବାକୁ ଅନୁମତି ଦିଆଯିବ ନାହିଁ । ସ୍ୱାମୀ ଗତ ମାସରେ ସେହି ସମୟରେ ମଧ୍ୟ ଚର୍ଚ୍ଚାରେ ଥିଲେ, ଯେତେବେଳେ ସେ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କୁ ଭେଟିଥିଲେ । ଟିଏମସି ନେତ୍ରୀଙ୍କ ସହ ସାକ୍ଷାତ ପରେ ସ୍ୱାମୀ କହିଥିଲେ, ସେ ପଶ୍ଚିମବଙ୍ଗର ରାଜନୈତିକ ପରିଦୃଶ୍ୟ ଉପରେ ଦୁଇ ନେତାଙ୍କ ମଧ୍ୟରେ ଆଲୋଚନା ହୋଇଛିି । ଦୁଇ ନେତା ଏହି ବୈଠକର ଫଟୋ ମଧ୍ୟ ସେୟାର କରିଥିଲେ । ସ୍ୱାମୀଙ୍କୁ ପ୍ରଶ୍ନ କରାଯାଇଥିଲା ଯେ, କଣ ଆପଣ ଟିଏମସରେ ଯୋଗ ଦେବେ । ସ୍ୱାମୀ କହିଥିଲେ, ମୁଁ ପୂର୍ବରୁ ତାଙ୍କ ସହ ରହିଛି । ପାର୍ଟିରେ ସାମିଲ୍ ହେବାର କୌଣସି ଆବଶ୍ୟକତା ନାହିଁ ।

 

 

Get real time updates directly on you device, subscribe now.