fbpx

ଗଭୀର ଅବପାତରେ ପରିଣତରେ ହେଲା ବାତ୍ୟା; ଏସଆରସି କହିଲେ ଓଡ଼ିଶା ଛୁଇଁନପାରେ

ଭୁବନେଶ୍ୱର: ଦୁର୍ବଳ ହେଉଛି ବାତ୍ୟା ‘ଜୱାଦ’ । ଅପରାହ୍ନ ୫ଟା ୩୦ରେ ଗଭୀର ଅବପାତରେ ପରିଣତ ହୋଇଛି । ଏବେ ଏହା ଗୋପାଳପୁରରୁ ୨୬୦ କିମି ଦୂରରେ ରହିଛି । ପୁରୀ ଠାରୁ ୩୩୦ କିମି ଓ ପାରାଦୀପଠାରୁ ୪୨୦ କିମି ଦୂରରେ ରହିଥିବା ସୂଚନା । ବାତ୍ୟା ଦୁର୍ବଳ ହୋଇ ଗଭୀର ଅବପାତର ରୂପ ନେଲା । ପଶ୍ଚିମ-କେନ୍ଦ୍ରୀୟ ବଙ୍ଗୋପସାଗରରେ ଗଭୀର ଅବପାତରେ ପରିଣତ ହୋଇଛି । ଏବେ ଏହା ୯ କିମି ବେଗରେ ଉତ୍ତର-ପଶ୍ଚିମ ଆଡ଼କୁ ଗତି କରୁଛି ।

ସେପଟେ ବାତ୍ୟାର ସ୍ଥିତି ଓ ଗତିପଥକୁ ନେଇ ଏହା ଓଡ଼ିଶା ଛୁଇଁନପାରେ ବୋଲି ଆଶା ପ୍ରକାଶ କରିଛନ୍ତି ଏସଆରସି । ପାଣିପାଗ ବିଭାଗର ତାଜା ତଥ୍ୟ ଅନୁସାରେ ଏସଆରସିଙ୍କ ଆଶା ପ୍ରକାଶ । ଯଦି ପାଣିପାଗ ବିଭାଗର ଆକଳନ ଅନୁସାରେ ହୁଏ ତେବେ ବାତ୍ୟା ଓଡ଼ିଶା ଛୁଇଁନପାରେ । ପ୍ରଭୁ ଜଗନ୍ନାଥ ଆମକୁ ରକ୍ଷା କରିବେ ବୋଲି କହିଛନ୍ତି ଏସଆରସି ।

ସୂଚନାଯୋଗ୍ୟ, ବାତ୍ୟା ‘ଜୱାଦ’ ପ୍ରଭାବରେ ରାଜ୍ୟର ଉପକୂଳବର୍ତ୍ତୀ ଜିଲ୍ଲାଗୁଡ଼ିକରେ ଝିପି ଝିପି ବର୍ଷା ଲାଗିରହିଛି । ତେବେ ରବିବାର ମଧ୍ୟାହ୍ନ ପରେ ଏହା ଓଡ଼ିଶା ଉପକୂଳ ଅତିକ୍ରମ କରିବା ନେଇ ଅନୁମାନ କରାଯାଉଛି । ପ୍ରଭାବରେ ପ୍ରବଳ ବର୍ଷା ହୋଇପାରେ ।

Get real time updates directly on you device, subscribe now.