fbpx

ମହଙ୍ଗା ପଡିଲା ଫ୍ରି ଖାଇବା: ଅନଲାଇନ ଅର୍ଡରରେ ଲୁଟି ନେଲେ ୮୯ ହଜାର

ନୂଆଦିଲ୍ଲୀ: ଅନଲାଇନ୍ ଖାଇବା ଅର୍ଡର କରିବା ଆଜିକା ସମୟରେ ସଭିଏଁ ପସନ୍ଦ କରନ୍ତି। Swiggy ଓ Zomato ପରି ଆପ ରହିଥିବା ବେଳେ କିଛି ଲୋକପ୍ରିୟ ହୋଟେଲର ନିଜସ୍ଵ ଆପ ମଧ୍ଯ ଅଛି। ଏପରିକି ସୋସିଆଲ ମିଡିଆରେ ମଧ୍ଯ ଏମିତି ଅନେକ ଅଫର ମିଳିଥାଏ।ଏହି ଅର୍ଡର ଉପରେ ଭାରି discount ମଧ୍ୟ ମିଳିଥାଏ। ତେବେ ଏମିତି ରିହାତି ଲୋଭରେ ଜଣେ ବ୍ୟକ୍ତି ୮୯ ହଜାର ଟଙ୍କା ହରାଇଛନ୍ତି। ଔରଙ୍ଗାବାଦ ଅନ୍ତର୍ଗତ ନରେଗାଁର ବାବା ସାହେବ୍ ଥମ୍ବ୍ରେଙ୍କ ସହିତ ଏଭଳି ଘଟଣା ଘଟିଛି।

ସୋସିଆଲ ମିଡିଆରେ ଗୋଟେ ମିଲ ଉପରେ ଆଉ ଗୋଟେ ମିଲ ମାଗଣା ମିଳୁଥିବା ନେଇ ଆଡ ଥିଲା। ଏହି ଆଡ ଉପରେ କ୍ଲିକ୍ କରି ଥିଲେ ବାବା ସାହେବ। ଏପରିକି ନିଜ କ୍ରେଡିଟ କାର୍ଡ ଜରିଆରେ ଏହାର ପେମେଣ୍ଟ କରିଥିଲେ। ତେବେ ସୁସ୍ୱାଦୁ ଖାଇବା ଆସିବା ବଦଳରେ ଆକାଉଣ୍ଟ ସଫା ହେଇ ଯାଇଥିଲା। ଆକାଉଣ୍ଟରେ ଥିବା ୮୯ ହଜାର ଟଙ୍କା ଲୁଟି ନେଇଥିଲେ ସାଇବର ଠକ। କୌଣସି ବି ସ୍ଥାନରେ ନିଜର କାର୍ଡ ଓ ପିନ ପ୍ରଦାନ କରିବାକୁ ପୂର୍ବରୁ ସତର୍କ ରୁହନ୍ତୁ।

Get real time updates directly on you device, subscribe now.