fbpx

ପଦ୍ମଶ୍ରୀ ନନ୍ଦ ସାର୍ ଙ୍କ ସ୍ୱାସ୍ଥ୍ୟବସ୍ଥା ଗୁରୁତର

ପଦ୍ମଶ୍ରୀ ନନ୍ଦ ସାର୍ ଙ୍କ ସ୍ୱାସ୍ଥ୍ୟବସ୍ଥା ଗୁରୁତର । ଚିକିତ୍ସା ପାଇଁ ଯାଜପୁରରୁ ଭୁବନେଶ୍ୱରକୁ ହେଲେ ସ୍ଥାନାନ୍ତର । ଗତ ନଭେମ୍ବର ୩୦ ତାରିଖରେ କରୋନା ଆକ୍ରାନ୍ତ ହୋଇ ଯାଜପୁର ମୁଖ୍ୟ ଚିକିତ୍ସାଳୟରେ ଚିକିତ୍ସିତ ହେଉଥିଲେ । ତେବେ ଶନିବାର ତାଙ୍କର ସ୍ୱାସ୍ଥ୍ୟବସ୍ଥା ଗୁରୁତର ହେବ।।ରୁ ତାଙ୍କୁ ଯାଜପୁର କୋଭିଡ ହସ୍ପିଟାଲରୁ ଭୁବନେଶ୍ୱର ସ୍ଥାନାନ୍ତର କରାଯାଇଛି ।

ସୂଚନାଯୋଗ୍ୟ, ଯାଜପୁର ସୁକିନ୍ଦା ବ୍ଲକର କନ୍ତିରା ଗ୍ରାମର ନନ୍ଦ ସାର୍ ୭୫ ବର୍ଷ ଧରି ଗାଁର ପିଲାମାନଙ୍କୁ ପାଠପଢ଼ାଇ ଆସୁଛନ୍ତି । ବଡ଼ କଥା ହେଉଛି ଏଥିପାଇଁ ସେ କୌଣସି ପାରିଶ୍ରମିକ ମଧ୍ୟ ନିଅନ୍ତିନାହିଁ । ଗତ ନଭେମ୍ବର ୯ ତାରିଖରେ ନୂଆଦିଲ୍ଲୀରେ ରାଷ୍ଟ୍ରପତିଙ୍କ ଦ୍ୱାରା ପଦ୍ମଶ୍ରୀ ସମ୍ମାନରେ ସମ୍ମାନିତ ହୋଇଥିଲେ ।

Get real time updates directly on you device, subscribe now.