fbpx

ଏମଏସପି ଦାବି: ସରକାରଙ୍କ ସହ ଆଲୋଚନା ପାଇଁ ସଂଯୁକ୍ତ କିଷାନ ମୋର୍ଚ୍ଚା ଗଠନ କଲା ୫ ଜଣିଆ କମିଟି

ନୂଆଦିଲ୍ଲୀ: ନିଜ ଦାବିକୁ ନେଇ ସରକାରଙ୍କ ସହ ଆଲୋଚନା ପାଇଁ ସଂଯୁକ୍ତ କିଷାନ ମୋର୍ଚ୍ଚା ପାଞ୍ଚ ସଦସ୍ୟ କମିଟି ଗଠନ କରିଛନ୍ତି। ଏଥିରେ କୃଷକ ନେତା ବଲବୀର ରାଜେଓ୍ଵାଲ, ଯୁଦ୍ଧବୀର ସିଂହ, ଯୁଦ୍ଧବୀର ସିଂହ, ଗୁରନାମ ସିଂହ ଚଢୁନୀ, ଅଶୋକ ତାଓ୍ଵଲେ ଏବଂ ଶିବକୁମାର କକ୍କା ସାମିଲ୍। ମୋର୍ଚ୍ଚାର ଆଗାମୀ ବୈଠକ ଡିସେମ୍ବର ୭ ଧାର୍ଯ୍ୟ କରାଯାଇଛି। ପାଞ୍ଚ ଜଣିଆ କମିଟି ଏବେ ଆନ୍ଦୋଳନର ରୂପରେଖା ପ୍ରସ୍ତୁତ କରିବେ। କୃଷକ କହିଛନ୍ତି, ଆମର ଦାବି ପୂରା ହେବା ପର୍ଯ୍ୟନ୍ତ ଆନ୍ଦୋଳନ ଜାରି ରହିବ।

କୃଷକ ନେତା ଯୋଗେନ୍ଦ୍ର ସିଂହ ଉଗ୍ରାହଁ କହିଛନ୍ତି, ସରକାର ବାରମ୍ଵାର ଛୋଟ କମିଟି ଗଠନ କରିବା କଥା କହି ଆସିଛନ୍ତି। ଏଥିପାଇଁ ଛୋଟ କମିଟି ଗଠନ କରାଯାଇଛି। ପ୍ରଥମେ କୃଷି ଆଇନ ବଡ ପ୍ରସଙ୍ଗ ଥିଲା। ସେହି ସମୟରେ ଛୋଟ କମିଟି ଗଠନ କରାଯାଇ ସରକାରଙ୍କ ଆଲୋଚନା କରାଯିବା ଉପଯୁକ୍ତ ସମୟ ନଥିଲା। ମାତ୍ର ଏବେ ଆଇନ ପ୍ରତ୍ୟାହାର ହୋଇ ସାରିଛି। ବଡ ପ୍ରସଙ୍ଗର ସମାଧାନ ହୋଇ ସାରିଛି। ଏବେ ଛୋଟ ପ୍ରସଙ୍ଗରେ ଛୋଟ କମିଟିର ଗଠନ କରାଯାଇଛି। ଯିଏ ସରକାରଙ୍କ ସହ ପ୍ରତ୍ୟେକ ପ୍ରସଙ୍ଗରେ ଆଲୋଚନା କରି ପାରିବେ।

କୃଷକ ନେତା ରଣଜିତ ସିଂହ କହିଛନ୍ତି, ତିନି ଆଇନ ପ୍ରତ୍ୟାହାର ହୋଇଥିଲେ ସୁଦ୍ଧା ଏମଏସପିର ଗ୍ୟାରେଣ୍ଟି ସମେତ ୬ ପ୍ରସଙ୍ଗ ଏବେ ମଧ୍ୟ ବାକି ରହିଛି। ଗୁରୁତ୍ଵପୂର୍ଣ୍ଣ କଥା ହରିୟାଣା ସରକାରଙ୍କ ସହିତ କୃଷକଙ୍କ ବୈଠକରେ ସରକାର କ୍ଷତିପୂରଣ ଦେବାକୁ ମନା କରି ଦେଇଛନ୍ତି। ଯେବେ ସରକାର ୧୫ ଦିନ ପୂର୍ବେ କୃଷକଙ୍କୁ କ୍ଷମା ମାଗି କୃଷି ଆଇନ ପ୍ରତ୍ୟାହାର କରି ପାରିଲେ ତେବେ ବାକି ଦାବି କଣ ପାଇଁ ମାନୁନାହାନ୍ତି।

ବୈଠକ ପରେ ରାକେଶ ଟିକାୟତ କହିଛନ୍ତି, ୫ ଜଣଙ୍କୁ ନେଇ କମିଟି ଗଠନ କରାଯାଇଛି। ଏହି କମିଟି ସରକାରଙ୍କ ସହ ସମସ୍ତ ମାମଲା ଉପରେ ଆଲୋଚନା କରିବେ। ସରକାରଙ୍କୁ ଆଲୋଚନା କରିବାର ଅଛି ତ କମିଟି ସହ ଯୋଗାଯୋଗ କରି ପାରିବେ।

Get real time updates directly on you device, subscribe now.