fbpx

ପାଖେଇ ଆସୁଛି ମହାବାତ୍ୟା, ପାରାଦୀପଠାରୁ ୫୭୦ କିମି ଦୂରରେ ଅମ୍ଫନ

ଭୁବନେଶ୍ୱର,୧୯/୫(ଓଡିଶା ଭାସ୍କର): ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ମହାବାତ୍ୟା ଅମ୍ଫନ ପାରାଦୀପଠାରୁ ୫୭୦ କିମି ଦୂରରେ ରହିଛି। ଗତ ୬ ଘଣ୍ଟା ଧରି ୧୪ କିମି ବେଗରେ ଗତି କରୁଛି ଅମ୍ଫନ । ଏବେ ଉତ୍ତର-ଉତ୍ତରପୂର୍ବ ଦିଗରେ  ମହାବାତ୍ୟା ଗତି କରୁଛି ବୋଲି ସୂଚନା ମିଳିଛି ।

ଦୀଘାଠାରୁ ଦକ୍ଷିଣ-ଦକ୍ଷିଣ ପଶ୍ଚିମରେ ୭୨୦କିମି ଦୂରରେ ରହିଛି ମହାବାତ୍ୟା । କାଲି ଅପରାହ୍ଣରୁ ସନ୍ଧ୍ୟା ଭିତରେ ଦୀଘା-ହାତିଆ ମଝିରେ ଥିବା ସୁନ୍ଦରବନରେ ସ୍ଥଳଭାଗ ଛୁଇଁବ ବୋଲି ସୂଚନା ରହିଛି। ହିଟ୍ ବେଳେ ପବନର ବେଗ ୧୬୫ରୁ ୧୭୫ କିମି ରହିବ ବୋଲି ଜଣାପଡିଛି ।

Get real time updates directly on you device, subscribe now.