fbpx

ଏହି ରାଜ୍ୟରେ ଆଜିଠାରୁ ଗଡିବ ମଦ ବୋତଲ

ମଦୁଆଙ୍କ ପାଇଁ ଖୁସ ଖବର । ଚତୁର୍ଥ ପର୍ଯ୍ୟା ଲକ-ଡାଉନରେ ଝାଡଖଣ୍ଡରେ ଆଜିଠାରୁ ମତ ଦୋକାନ ଖୋଲିବାକୁ ଯାଉଛି । ଲକଡାଉନ ୪କୁ ନେଇ ଝାଡଖଣ୍ଡ ସରକାର ନିଜର ଗାଇଡ୍ ଲାଇନ୍ ଜାରି କରିଛନ୍ତି । ଝାଡଖଣ୍ଡ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନ ଗାଇଡ୍ ଲାଇନକୁ ନେଇ ସୂଚନା ଦେବା ସହ ରାଜ୍ୟରେ କଣ କଣ କୋହଳ କରାଯିବ ସେନେଇ କହିଛନ୍ତି, ଯାହାକି ଆଜିଠାରୁ ଲାଗୁ ହେବ । ତେବେ ରାଜ୍ୟରେ ମଦ ଦୋକାନ ଖୋଲିବାକୁ ଅନୁମତି ଦିଆସରିଛି । କିନ୍ତୁ କଣ୍ଟେନମେଣ୍ଟ ଜୋନରେ କୌଣସି ନିୟମକୁ କେହାଳ କରାଯିବ ନାହିଁ । ଏଠାରେ ସରକାର ମଦ ଦୋକାନ ଖୋଲିବାକୁ ଅନୁମତି ଦେବା ସହ ହାଇୱେରେ ଦୋକାନ, ନିର୍ମାଣ କାମ, ଛୋଟ କମ୍ପାନୀ ଓ ଛୋଟ ଛୋଟ ଦୋକାନ ଖୋଲିବାକୁ ଅନୁମତି ଦେଇଛନ୍ତି ।

Get real time updates directly on you device, subscribe now.