fbpx

ପାରାଦୀପ ଓ ସାଗର ଦ୍ୱୀପ ମଧ୍ୟରେ ଲ୍ୟାଣ୍ଡଫଲ୍ କରିବ ‘ୟଶ୍’

ନୂଆଦିଲ୍ଲୀ : ବଙ୍ଗୋପସାଗରରେ ସୃଷ୍ଟି ଲଘୁଚାପ ଅବପାତରେ ପରିଣତ ହୋଇଛି । ତେବେ ଆସନ୍ତାକାଲି ସୁଦ୍ଧା ବାତ୍ୟାରେ ପରିଣତ ହୋଇପାରେ ବୋଲି ପୂର୍ବରୁ ଆକଳନ କରାଯାଇଥିଲା । ତେବେ ଏହା ବାତ୍ୟାରେ ପରିଣତ ହେବା ପରେ ପାରାଦ୍ୱୀପ ଓ ସାଗର ଦ୍ୱୀପ ମଧ୍ୟରେ ଲ୍ୟାଣ୍ଡଫଲ୍ କରିବ । ସେହିପରି ଲ୍ୟାଣ୍ଡଫଲ୍ ବେଳେ ପବନର ବେଗ ୧୫୫ ରୁ ୧୬୫ କିମି ରହିବ ଏନେଇ ଭାରତୀୟ ପାଣିପାଗ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି ।

  • ବାତ୍ୟା ୟଶ ନେଇ ପାଣିପାଗ ବିଶେଷଜ୍ଞ ଉମାଶଙ୍କର ଦାସଙ୍କ ସୂଚନା
  • ଆଜି ଘନିଭୂତ ହୋଇ ୱେଲ୍ ମାର୍କ ଲୋପ୍ରେସରରେ ପରିଣତ ହେଲା ଲଘୁଚାପ
  • ଆଗାମୀ ୧୨ ଘଣ୍ଟା ପରେ ଅବପାତର ରୂପ ନେବ
  • ୨୪ ତାରିଖରେ ଉତ୍ତର ଓ ଉତ୍ତର ପଶ୍ଚିମ ଦିଗରେ ଗତି କରି ବାତ୍ୟାର ରୂପ ନେବ
  • ୨୬ ତାରିଖରେ ପଶ୍ଚିମବଙ୍ଗ, ଉତ୍ତର ଓଡ଼ିଶା ଏବଂ ବାଂଲାଦେଶ ଉପକୂଳ ପହଞ୍ଚିବା ସମ୍ଭାବନା
  •  ଅତି ତୀବ୍ର ସାମୁଦ୍ରକ ଝଡ଼ରେ ପରିଣତ ହେବାର ସମ୍ଭାବନା ରହିଛି
  • ଉତ୍ତର ଓଡ଼ିଶାର ଉପକୂଳବର୍ତ୍ତୀ ଜିଲ୍ଲାରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବ
  • ୨୬ ତାରିଖ ସଂଧ୍ୟାରେ ଉତ୍ତର ଓଡ଼ିଶା ଉପକୂଳ ଅତିକ୍ରମ କରିବ ବାତ୍ୟା
  • ଭଦ୍ରକ, ବାଲେଶ୍ବର ଓ ମୟୂରଭଞ୍ଜ ଅଧିକ ପ୍ରଭାବିତ ହେବା ସମ୍ଭାବନା।
  • ବାଲେଶ୍ବର, ଭଦ୍ରକ, ମୟୂରଭଞ୍ଜ, ଯାଜପୁର, କେନ୍ଦ୍ରାପଡ଼ା, ଜଗତସିଂହପୁର ଖୋର୍ଦ୍ଧା, କଟକ, ପୁରୀରେ ୨୦ ସେଣ୍ଟିମେଣ୍ଟରୁ ଅଧିକ ବର୍ଷା ହେବା ଅନୁମାନ
  • ୨୪ ତାରିଖ ସଂଧ୍ୟାରୁ ୪୦ କିମି ବେଗରେ ପବନ ବହିବ
  • ୨୬ ତାରିଖରେ ୧୦୦ରୁ ୧୧୦ ବେଗରେ ପବନ ବହିବା ସମ୍ଭାବନା

Get real time updates directly on you device, subscribe now.