fbpx

ଆଜି ଲଘୁଚାପରୁ ଭୀଷଣ ଅବପାତରେ ପରିଣତ ହେବ, ୨୪ରେ ବାତ୍ୟାର ରୂପ ନେବ ‘ୟାସ’:୨୫ରୁ ଉପକୂଳ ଓଡ଼ିଶାରେ ପ୍ରବଳ ବର୍ଷା , ଉତ୍ତର ଓଡ଼ିଶାରୁ ସୁନ୍ଦରବନ ମଧ୍ୟରେ ହୋଇପାରେ ଲ୍ୟାଣ୍ଡଫଲ୍

ଓଡ଼ିଶା ମୁହାଁ ସାଇକ୍ଲୋନିଂ 'ୟାସ୍'!

Advertisement

ନୂଆଦିଲ୍ଲୀ/ଭୁବନେଶ୍ୱର(ଓଡ଼ିଶା ଭାସ୍କର): ପୂର୍ବ କେନ୍ଦ୍ରୀୟବଙ୍ଗୋପସାଗରରେ ସୃଷ୍ଟି ହୋଇସାରିଛି ଲଘୁଚାପ କ୍ଷେତ୍ର । ଭାରତୀୟ ପାଣିପାଗ ବିଭାଗ ଏନେଇ ଟ୍ୱିଟ କରି ସୂଚନାଦେଇଛି । ଶନିବାର ସକାଳେ ଏହା ଲଘୁଚାପର ରୂପ ନେଇ ସାରିଥିବା ବେଳେ ରବିବାର ଦିନ  ଅର୍ଥାତ ୨୩ ତାରିଖ ସକାଳ ସୁଦ୍ଧା ଅବପାତର ରୂପ ନେବ । ସେହିପରି ୨୪ ତାରିଖରେ ଏହା ସାମୁଦ୍ରିକ ଝଡ ଅର୍ଥାତ ବାତ୍ୟାର ରୂପ ନେବ । ବାତ୍ୟା ରୂପ ନେବା ପରେ ଏହାର ନାମ ହେବ ‘ୟାସ’ । ଓମାନ ଏହି ବାତ୍ୟାର ନାମକରଣ କରିଛି । ତେବେ ଅତି ପ୍ରବଳ ବାତ୍ୟା ଆକାରରେଏହା ଉତ୍ତର-ଉତ୍ତର ପଶ୍ଚିମ ଦିଗରେ ଗତି କରି ୨୬ ତାରିଖ ସଂଧ୍ୟା ସୁଦ୍ଧା ପଶ୍ଚିମବଙ୍ଗ ସମେତ ଓଡିଶା ଓ ବାଂଲାଦେଶ ଉପକୂଳରେ ପହଂଚିବ ବୋଲି ଆକଳନ କରିଛି ଭାରତୀୟ ପାଣିପାଗ ବିଭାଗ ।

ପୂର୍ବରୁ ଏହା ୨୬ତାରିଖ ସକାଳ ସୁଦ୍ଧା ପହଂଚିବା ନେଇଅନୁମାନ କରାଯାଉଥିଲା । ଏବେ ଲଘୁଚାପ କ୍ଷେତ୍ର ସୃଷ୍ଟି ହୋଇସାରିଥିବାରୁ ଏହାର ଗତି ପଥ ଓ ତୀବ୍ରତା ନେଇ ଅଧିକ ସୂଚନା ମିଳିପାରିବ ବୋଲି ଅନୁମାନ କରାଯାଉଛି । ୨୪ ତାରିଖ ସନ୍ଧ୍ୟାରୁ ଉତ୍ତର ଓଡ଼ିଶା ଉପକୂଳରେ ଯେଉଁ ସମୁଦ୍ର ରହିଛି, ସେଠାରେ ପବନ ହେବ । ଘଣ୍ଟା ପ୍ରତି ୪୦ରୁ ୫୦ କିମି ବେଗରେ ସେଠାରେ ପବନ ହେବ ।୨୫ ତାରିଖ ଅପରାହ୍ଣ ବା ସନ୍ଧ୍ୟାରୁ ଉତ୍ତର ଓଡ଼ିଶାର ଜିଲ୍ଲା ଗୁଡ଼ିକରେ ସାମାନ୍ୟରୁ ମଧ୍ୟମ ଧରଣର ବର୍ଷା ଆରମ୍ଭ ହୋଇପାରେ ଏବଂ ଧୀରେ ଧୀରେ ଏହା ବଢ଼ି ପ୍ରବଳ ବର୍ଷା ହୋଇପାରେ ।

ଅନ୍ୟ ପକ୍ଷରେ ଭାରତୀୟ ପାଣିପାଗ ବିଭାଗ ସୂଚନା ଦେବା ପରେ ବାତ୍ୟାର ମୁକାବିଲା ପାଇଁଅଣ୍ଟା ଭିଡ଼ିଛି ଓଡ଼ିଶା ।ସମ୍ଭାବ୍ୟ ବାତ୍ୟାର ମୁକାବିଲା ନେଇ ସ୍ୱତନ୍ତ୍ର ରିଲିଫ କମିଶନର ପ୍ରଦୀପ ଜେନା କହିଛନ୍ତି, ଓଡ଼ିଶାର ସମସ୍ତ ମତ୍ସ୍ୟଜୀବୀଙ୍କୁ ସୁରକ୍ଷିତ ଫେରାଇ ଅଣା ଯାଇଛି ।କୌଣସି ମତ୍ସ୍ୟଜୀବୀ ସମୁଦ୍ର ମଧ୍ୟରେ ନାହାନ୍ତି । କୃଷି ଜାତ ଦ୍ରବ୍ୟକୁ ଜମିରୁ ଫେରାଇ ଆଣିବାକୁ କୃଷକ ମାନଙ୍କୁ କୁହାଯାଇଛି । ଲୋକଙ୍କୁ ସ୍ଥାନାନ୍ତରିତ, ବାତ୍ୟା ଆଶ୍ରୟ ସ୍ଥଳି ପରିଚାଳନା ଓ ପୁନରୁଦ୍ଧାର ପାଇଁ ବଡ଼ବଡ଼ ଏନଜିଓ ମାନଙ୍କ ସହଯୋଗ ଲୋଡ଼ା ଯାଇଛି । ଅକ୍ସିଜେନ ଯୋଗାଣର ଯେପରି ସମସ୍ୟା ନହୁଏ ସେଥିପାଇଁ ଶିଳ୍ପ ବିଭାଗ ବିଭିନ୍ନ ସଂସ୍ଥାଗୁଡିକ ସହ ଆଲୋଚନା କରିଛନ୍ତି ।ଅକ୍ସିଜେନ ଉତ୍ପାଦନ ଓ ରିଫିଲିଂ ପାଇଁ ଯେପରି କୌଣସି ଅସୁବିଧା ନ ହେବ ସେଥିପାଇଁ ଶିଳ୍ପ ବିଭାଗ ସ୍ୱତନ୍ତ୍ର ଆକ୍ସନପ୍ଲାନ ପ୍ରସ୍ତୁତ କରିଛନ୍ତି ।

ସେହିପରି ଜିଲ୍ଲା କୋଭିଡ କେୟାର ସେଣ୍ଟର ଓ ଜିଲ୍ଲା କୋଭିଡ ହସ୍ପିଟାଲରେ ପର୍ଯ୍ୟାପ୍ତ ପରିମାଣର ଅକ୍ସିଜେନ ସିଲିଣ୍ଡର ମହଜୁଦ ରଖିବା ପାଇଁ ନିର୍ଦେଶ ଦିଆଯାଇଛି । ଏହାବାଦ ପାନୀୟ ଜଳଓ ଜେନେରେଟର ରଖିବା ପାଇଁ କୁହାଯାଇଛି । ପ୍ରସୂତି ମହିଳାମାନେ ବାତ୍ୟା ଆଶ୍ରୟ ସ୍ଥଳକୁ ନଯାଇ ସିଧାହସ୍ପିଟାଲ ଆସିବାକୁ କୁହାଯାଇଛି ।ଜିଲ୍ଲା ପ୍ରଶାସନର ସୂଚନା ମିଳିବା କ୍ଷଣି ଘର ଛାଡ଼ି ବାତ୍ୟା ଆଶ୍ରୟସ୍ଥଳୀକୁ ଆସିବାକୁ କୁହାଯାଇଛି ।

ସୂଚନାଯୋଗ୍ୟ ଯେ, ସମ୍ଭାବ୍ୟ ବାତ୍ୟାପାଇଁ ପ୍ରସ୍ତୁତି ନେଇ ଶୁକ୍ରବାରଏନ୍‌ଡିଆର୍‌ଏଫ୍ ଓ ରାଜ୍ୟ ଅଧିକାରୀମାନଙ୍କ ଏକ ବୈଠକ ଅନୁଷ୍ଠିତ ହୋଇଥିଲା । ଏହି ବୈଠକରେ ଭାରତୀୟ ପାଣିପାଗ ବିଭାଗ (ଆଇଏମ୍ଡ଼ି) ଡିଜି ମୃତ୍ୟୁଞ୍ଜୟ ମହାପାତ୍ର ସାମିଲ ହୋଇ କହିଛନ୍ତି ଯେ,ଉତ୍ତର ଆଣ୍ଡାମାନ୍ ସାଗରରେ ଶନିବାର ଲଘୁଚାପ ସୃଷ୍ଟି ହେବାକୁ ଯାଉଛି ଏବଂ ଚଳିତ ମାସ ୨୩ତାରିଖରେ ଏହା ଡିପ୍ରେସନ୍‌ର ରୂପ ନେଇ ୨୪ ତାରିଖରେ ବାତ୍ୟାର ରୂପ ନେବାର ସମ୍ଭାବନା ରହିଛି । ଯଦି ଏହା ବାତ୍ୟାର ରୂପ ନେଲା ତେବେ ୨୬ତାରିଖ ବେଳକୁ ଏହା ସ୍ଥଳଭାଗ ମୁହାଁହେବ ଏବଂ ଉତ୍ତର ଓଡ଼ିଶା ଓ ପଶ୍ଚିମବଙ୍ଗର ସୁନ୍ଦରବନ ମଧ୍ୟରେ କୌଣସି ସ୍ଥାନରେ ସ୍ଥଳଭାଗ ଛୁଇଁବା ଆଶଙ୍କା କରାଯାଉଛି ବୋଲି ଏସ୍ଆର୍‌ସି ଶ୍ରୀ ଜେନା କହିଥିଲେ ।

Get real time updates directly on you device, subscribe now.