fbpx

ଆଜି ଆସିବେ କେନ୍ଦ୍ରୀୟ ଟିମ, ବାତ୍ୟା ‘ୟାସ୍‌’ରେ ପ୍ରଭାବିତ ୪ ଜିଲ୍ଲାର କ୍ଷୟକ୍ଷତି ଆକଳନ କରିବେ ଟିମ୍

ନୂଆଦିଲ୍ଲୀ/ଭୁବନେଶ୍ୱର (ଓଡ଼ିଶା ଭାସ୍କର) :  ବାତ୍ୟା “ୟାସ୍‌’ କ୍ଷୟକ୍ଷତି ଆକଳନ ପାଇଁ ରବିବାର ଓଡ଼ିଶା ଆସିବେ କେନ୍ଦ୍ରୀୟ ଟିମ୍‌ । କେନ୍ଦ୍ର ଗୃହ ମନ୍ତ୍ରାଳୟର ଯୁଗ୍ମ ସଚିବ ସୁନୀଲ ବନୱଲଙ୍କ ନେତୃତ୍ୱରେ ଏ ଟିମ୍‌ ବାତ୍ୟା କ୍ଷତିଗ୍ରସ୍ତ ବାଲେଶ୍ୱର, ଭଦ୍ରକ ଓ କେନ୍ଦ୍ରାପଡ଼ା ଗସ୍ତ କରିବେ । ଏହାପରେ ଟିମ୍‌ର ସଦସ୍ୟମାନେ ରାଜ୍ୟ ମୁଖ୍ୟ ଶାସନ ସଚିବ ଓ ଏସଆରସିଙ୍କ ସହ ବାତ୍ୟା କ୍ଷୟକ୍ଷତି ନେଇ ବିଶଦ ଆଲୋଚନା କରିବେ ।

କେନ୍ଦ୍ରୀୟ ଟିମର ୨ ଜଣ ସଦସ୍ୟ ଭୁବନେଶ୍ୱରରେ ପହଞ୍ଚିଥିଲା ବେଳେ ଆଜି ଶ୍ରୀ ବନୱଲଙ୍କ ସହ ଅନ୍ୟ ସଦସ୍ୟମାନେ ଆସିବେ ।  କେନ୍ଦ୍ର ଗୃହ ଯୁଗ୍ମ ସଚିବଙ୍କ ଅଧ୍ୟକ୍ଷତାରେ ୭ଜଣିଆ ଟିମ୍‌ ଓଡ଼ିଶା ଆସୁଥିବା ଜଣାପଡ଼ିଛି ।

ସେମାନେ ବାତ୍ୟା ୟାସ୍‌ ଦ୍ୱାରା ପ୍ରଭାବିତ ହୋଇଥିବା ୪ଟି ଜିଲ୍ଲା ଯଥା ବାଲେଶ୍ୱର, ଭଦ୍ରକ, କେନ୍ଦ୍ରାପଡ଼ା ଓ ମୟୂରଭଞ୍ଜ ଗସ୍ତ କରିବେ ଏହି କେନ୍ଦ୍ରୀୟ ଟିମ୍‌ । ସୋମବାର ଓ ମଙ୍ଗଳବାର ଏହି ଜିଲ୍ଲା ଗସ୍ତ କରିବା ପରେ ରାଜ୍ୟ ସରକାରଙ୍କ ବରିଷ୍ଠ ଅଧିକାରୀଙ୍କ ସହ ଏହି ଟିମ୍‌ ବୈଠକ କରିବାର କାର୍ଯ୍ୟକ୍ରମ ମଧ୍ୟ ରହିଛି ।

Get real time updates directly on you device, subscribe now.