fbpx

ଅବପାତ ଗଭୀର ଅବପାତରେ ପରିଣତ, ଆଉ କିଛି ସମୟ ପରେ ବାତ୍ୟାର ରୂପ ନେବ ‘ୟଶ’

ଭୁବନେଶ୍ୱର: ପୂର୍ବକେନ୍ଦ୍ରୀୟ ବଙ୍ଗୋପସାଗରରେ ସୃଷ୍ଟି ଲଘୁଚାପ ପ୍ରଥମେ ଅବପାତ ଓ ପରେ ଗଭୀର ଅବପାତରେ ପରିଣତ ହୋଇଛି । ପୋର୍ଟ ବ୍ଲେୟର ଠାରୁ ୬୦୦ କିମି ଦୂରରେ କେନ୍ଦ୍ରୀଭୂତ ହୋଇଛି । ପାରାଦୀପଠାରୁ ଦକ୍ଷିଣ ଦକ୍ଷିଣପୂର୍ବକୁ ୫୪୦ କିମି ଦୂରରେ କେନ୍ଦ୍ରଭୁତ ହୋଇଥିବା ଜଣାପଡିଛି । ସେହିପରି ବାଲେଶ୍ୱରରୁ ଦକ୍ଷିଣ-ପୂର୍ବର ୬୫୦ କିମି ଦୂରରେ ଗଭୀର ଅବପାତ ରହିଛି । ଗଭୀର ଅବପାତର କିଛି ସମୟ ପରେ ତାହା ବାତ୍ୟାରୀ ରୂପ ନେବ । ସକାଳ ୮.୩୦ରୁ ୧୧.୩୦ ମଧ୍ୟରେ ଏହା ବାତ୍ୟାର ରୂପ ନେବ। ଘଣ୍ଟା ପ୍ରତି ୪ କିମି ବେଗରେ ଗତି କରୁଛି ।

ତେବେ ଅତି ଭୀଷଣ ବାତ୍ୟା ୨୬ ତାରିଖ ସନ୍ଧ୍ୟାରେ ହିଁ ସ୍ଥଳଭାଗ ଅତିକ୍ରମ କରିବ। ଏହାର ପ୍ରଭାବ ରାତି ୧୨ଟା ଯାଏ ଅନୁଭୂତ ହେବ। ଲ୍ୟାଣ୍ଡଫଲ ବେଳେ ପବନର ଘଣ୍ଟାପ୍ରତି ବେଗ ୧୬୦ରୁ ୧୭୦ କିମି ଓ ବେଳେବେଳେ ୧୯୦ କିମି ମଧ୍ୟ ଛୁଇଁପାରେ। ବାତ୍ୟା ଯୋଗୁଁ ମେ’ ୨୫ ତାରିଖ ପାଇଁ ୮ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି କରିଛି ପାଣିପାଗ ବିଭାଗ । ଏହି ୮ଟି ଜିଲ୍ଲାଗୁଡିକରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି । ଜିଲ୍ଲାଗୁଡିକ ହେଉଛି- ବାଲେଶ୍ୱର, ଭଦ୍ରକ, ଯାଜପୁର, କେନ୍ଦ୍ରାପଡା, କଟକ, ଜଗତସିଂହପୁର, ପୁରୀ, ଖୋର୍ଦ୍ଧା । ସେହପରି ମେ’ ୨୬ ତାରିଖ ପାଇଁ ରାଜ୍ୟର ୪ ଜିଲ୍ଲାକୁ ରେଡ ୱାର୍ଣ୍ଣିଂ ଜାରି ହୋଇଛି । ମୟୂରଭଞ୍ଜ, ଭଦ୍ରକ, ବାଲେଶ୍ୱର ଓ କେନ୍ଦ୍ରାପଡାରେ ଅତ୍ୟନ୍ତ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି ।

Get real time updates directly on you device, subscribe now.