fbpx
BSKY
BJD MC SKY
BJD YOUTH SKY

ଆସିଲା ସାଇରସ୍ ମିସ୍ତ୍ରୀଙ୍କ ପୋଷ୍ଟମର୍ଟମ ରିପୋର୍ଟ, ଏମିତି ହୋଇଥିଲା ମୃତ୍ୟୁ …

ନୂଆଦିଲ୍ଲୀ: ସାଇରସ୍ ମିସ୍ତ୍ରୀଙ୍କ ପୋଷ୍ଟମର୍ଟମ ରିପୋର୍ଟ ଆସିବା ପରେ ତାଙ୍କର ମୃତ୍ୟୁ ପଛର ଅସଲ କାରଣ ସାମ୍ନାକୁ ଆସିଛି | ସେପ୍ଟେମ୍ବର ୪ତାରିଖରେ କାର ଦୁର୍ଘଟଣାରେ ତାଙ୍କର ଏବଂ ଜହାଙ୍ଗିର ପଣ୍ଡୋଲେ ଘଟଣା ସ୍ଥଳରେ ମୃତ୍ୟୁ ଘଟିଥିଲା। ପୋଷ୍ଟମର୍ଟମ ରିପୋର୍ଟରେ କୁହାଯାଇଛି ଯେ ସାଇରସ୍ ଏବଂ ତାଙ୍କ ବନ୍ଧୁ ଜହାଙ୍ଗିର ପଣ୍ଡୋଲେଙ୍କ ଶରୀରର ଏକାଧିକ ଅଙ୍ଗ ସହ ଛାତି,ମୁଣ୍ଡ ତଥା ଗୋଡ଼ରେ ଗୁରୁତର ଆଘାତ ଲାଗିଥିଲା। ତେବେ ଉଭୟ ପଛ ସିଟରେ ବସିଥିବା ସମୟରେ ସିଟ ବେଲ୍ଟ ନପିନ୍ଧି ଥିବା କାରଣରୁ ଘଟଣା ସ୍ଥଳରେ ଉଭୟଙ୍କର ମୃତ୍ୟୁ ଘଟିଥିଲା ।

  • ଦୁର୍ଘଟଣା କିପରି, କେବେ ଏବଂ କେଉଁଠାରେ ଘଟିଥିଲା ?

ଗତ ରବିବାର ଦିନ ସଡକ ଦୁର୍ଘଟଣାରେ ଟାଟା ସନ୍ସର ପୂର୍ବତନ ଅଧ୍ୟକ୍ଷ ସାଇରସ୍ ମିସ୍ତ୍ରୀଙ୍କ ମୃତ୍ୟୁ ଘଟିଥିଲା। ଆଜି ତାଙ୍କର ପୋଷ୍ଟମର୍ଟମ ରିପୋର୍ଟ ଆସିବା ପରେ ଏହା ଏକ ଦୁର୍ଘଟଣାଜନିତ ମୃତ୍ୟୁ ବୋଲି ଜଣାପଡ଼ିଛି । ଦ୍ରୁତଗତିରେ ଗାଡ଼ି ଚଳାଇବା ଏବଂ ଭୂଲ ସାଇଡରେ ଓଭରଟେକ୍ ଯୋଗୁ ଦୁର୍ଘଟଣାଗ୍ରସ୍ତ ହୋଇଥିଲା ସାଇରସଙ୍କ କାର୍ । ଆଗରେ ଯାଉଥିବା ଏକ ଗାଡ଼ିକୁ ଓଭରଟେକ କରୁଥିବା ବେଳେ ଡିଭାଇଡରରେ ପିଟି ହୋଇଥିଲା ତାଙ୍କ ମର୍ସିଡିଜ ।ତେବେ ଘଟଣାରେ ସାଇରସ୍ ଓ ତାଙ୍କ ସହ ପଛ ସିଟରେ ବସିଥିବା ବନ୍ଧୁ ଜହାଙ୍ଗିର ପଣ୍ଡୋଲେ ସିଟବେଲ୍ଟ ପିନ୍ଧି ନଥିଲେ । ଯାହାଫଳରେ ସେହି ଦୁଇ ସିଟର ଏୟାର ବ୍ୟାଗ୍ ଦୁର୍ଘଟଣା ସମୟରେ ଖୋଲି ନଥିଲା ଏବଂ ଘଟଣା ସ୍ଥଳରେ ଏହି ଦୁଇ ଜଣଙ୍କର ମୃତ୍ୟୁ ହୋଇଯାଇଥିଲା ।

ସାଇରସ୍ ମିସ୍ତ୍ରୀ ଏବଂ ଜହାଙ୍ଗିର ଦିନଶା ପଣ୍ଡୋଲେଙ୍କ ଶବର ପୋଷ୍ଟମର୍ଟମ ରବିବାର ବିଳମ୍ବିତ ରାତିରେ ହୋଇଥିବା ବେଳେ ଦୁହିଁଙ୍କ ପୋଷ୍ଟମର୍ଟମ ରିପୋର୍ଟ ପୋଲିସକୁ ହସ୍ତଗତ ହୋଇଛି ।ପୋଷ୍ଟମର୍ଟମ ରିପୋର୍ଟରେ କୁହାଯାଇଛି ଯେ ସାଇରସ୍ ଏବଂ ତାଙ୍କ ସାଙ୍ଗ ଶରୀରର ଏକାଧିକ ଅଙ୍ଗ ସହ ଛାତି,ମୁଣ୍ଡ ତଥା ଗୋଡ଼ରେ ଗୁରୁତର ଆଘାତ ଲାଗିଥିଲା।ଏଥି ସହିତ ଏହି ଆଘାତରେ ମସ୍ତିଷ୍କର ଶିରା ଫାଟିଯିବା ସହିତ ଆଭ୍ୟନ୍ତରୀଣ ରକ୍ତସ୍ରାବ ହେବାର ମଧ୍ୟ ଡାକ୍ତର କହିଛନ୍ତି। ଯାହା ଫଳରେ ଦୁହିଁଙ୍କର ଘଟଣା ସ୍ଥଳରେ ମୃତ୍ୟୁ ଘଟିଥିଲା।

ଅନ୍ୟପକ୍ଷେ, ପୋଲିସର ପ୍ରାଥମିକ ତଦନ୍ତରୁ ଜଣାପଡ଼ିଛି ଯେ, ମର୍ସିଡିଜ୍ କାରଟି ଦ୍ରୁତ ଗତିରେ ଚାଲୁଥିଲା, ପାଲଘର ଜିଲ୍ଲାରେ କାର ଚାରୋଟି ଚେକ ପୋଷ୍ଟକୁ ପାର୍ କରିବା ପରେ ମାତ୍ର ୯ ମିନିଟରେ ୨୦ କିଲୋମିଟର ଦୂରତା ନିର୍ଦ୍ଧାରିତ କରିଥିଲା । ଏହି ଚେକ୍ ପୋଷ୍ଟ ମୁମ୍ବାଇଠାରୁ ୧୨୦ କିମି ଦୂର ଅଟେ । କାରଟି ସୂର୍ଯ୍ୟା ନଦୀର ପୋଲ ଉପରେ ଡିଭାଇଡର ସହ ଧକ୍କା ହୋଇଥିଲା। କାର ଡା. ଅନାହିତା ପଣ୍ଡୋଲେ ଚଲାଉଥିଲେ, ଯିଏ କି ମୁମ୍ବାଇରେ ଜଣେ ସ୍ତ୍ରୀ ରୋଗ ବିଶେଷଜ୍ଞ ଅଟନ୍ତି । ଦୁର୍ଘଟଣାରେ ସେ ଏବଂ ତାଙ୍କ ସ୍ୱାମୀ ଡେରିୟସ୍ ଗମ୍ଭୀର ଭାବେ ଆହତ ହୋଇଛନ୍ତି ।

Get real time updates directly on you device, subscribe now.