fbpx
BSKY
BJD MC SKY
BJD YOUTH SKY

ପୁଣି ବିବାଦରେ DSP ,ପତ୍ନୀ ଆଣିଲେ ସଙ୍ଗୀନ ଅଭିଯୋଗ, ବନ୍ଧା ହେବେ ପୋଲିସ ବାବୁ !

ଓଡିଶା ଭାଷ୍କର: ଝାଡଖଣ୍ଡର ଜଣେ ପୋଲିସ ସୋସିଆଲ ମିଡିଆରେ ଏକ ଭିଡିଓ ସେୟାର କରିଛନ୍ତି। ଯାହା ପରେ ଏହି ଘଟଣା ଖୁବ ଚର୍ଚ୍ଚା ହେବାର ଲାଗିଲାନି । ଅଧିକାରୀ ଜଣକ ପତ୍ନୀଙ୍କୁ ଶାରୀରିକ, ପରିବାର ଏବଂ ଭୟଙ୍କର ମାନସିକ ନିର୍ଯାତନା ଦେଉଥିବା ତାଙ୍କ ସ୍ତ୍ରୀ ଅଭିଯୋଗ କରିଛନ୍ତି।

ସେପ୍ଟେମ୍ବରରେ ରାମଗଡର ଡେପୁଟି ଏସପି କିଶୋର ରଜକ ଏକ ଭିଡିଓ ଜାରି କରିଛନ୍ତି। ଭିଡିଓରେ କିଶୋର ରଜକ ଶରୀରର ଦାଗ ଦେଖେଇଛନ୍ତି ଏହା କହି ଯେ ତାଙ୍କ ସ୍ତ୍ରୀ ତାଙ୍କ ଉପରେ ଅତ୍ୟାଚାର କରୁଛନ୍ତି କିନ୍ତୁ ତାଙ୍କ ସ୍ତ୍ରୀ ବର୍ଷା ଅଭିଯୋଗ କରିଛନ୍ତି ସେ ତାଙ୍କୁ ନିର୍ଯାତନା ଦେଉଥିଲେ। ଏବେ ଏହି ଘଟଣା ରେ ନୂଆ ମୋଡ ଆସିଛି । ବର୍ଷା କହୁଛନ୍ତି କିଶୋର ଙ୍କୁ ଡେପୁଟି ଏସପି କରିବାରେ ତାଙ୍କ ହାତ ରହିଛି ଆଉ ଡେପୁଟି ଏସପି ହେବ ପରେ କିଶୋର ତାଙ୍କ ଅଶଲି ରୂପ ଦେଖେଇଛନ୍ତି । କେବଳ ଏତିକି ନୁହେଁ ସେ ଅଭିଯୋଗ କରିଛନ୍ତି କିଶୋର ଙ୍କ ଅଲଗା ମହିଳା ମାନଙ୍କ ସହ ସମ୍ପର୍କ ରହିଛି ।
ଏସଡିପିଓ କିଶୋର ରଜକ କହିଛନ୍ତି ଏସବୁ ମିଛ ତାଙ୍କ ଭାବମୂର୍ତ୍ତିକୁ ଖରାପ କରିବା ପାଇଁ ଏସବୁ ତାଙ୍କ ସ୍ତ୍ରୀ କରୁଛନ୍ତି । ଏକ ଭିଡିଓଟି ସେୟାର କରିବାବେଳେ ଏସଡିପିଓ କିଶୋର ରଜକ କହିଛନ୍ତି ଯେ ପତ୍ନୀ ତାଙ୍କ ବିରୋଧରେ ଏହି ମାମଲା ଦାୟର କରିଛନ୍ତି। ସେ ଲେଖିଛନ୍ତି- ୦୩/୦୯/୨୨ ରେ, ପତ୍ନୀ ହଠାତ୍ ମୋତେ ଅତି ନିର୍ମମ ଭାବରେ ଆକ୍ରମଣ କରି ମୋତେ ରକ୍ତସ୍ରାବ କରି ଘରୁ ପଳାଇ ଯାଇଥିଲେ ଯାହାର ସମ୍ପୂର୍ଣ୍ଣ ଭିଡିଓ ରେକର୍ଡିଂ ଉପଲବ୍ଧ ରହିଛି ।

ଶେଷରେ, ଏସଡିପିଓ କିଶୋର ରଜକ ଲେଖିଛନ୍ତି – ବଳାତ୍କାର ଧମକ ଦେଇ ପତ୍ନୀ ମୋତେ ବିବାହ କରିଛନ୍ତି। ବିବାହ ପୂର୍ବରୁ ସେ ଅଧିକାରୀଙ୍କ ବିରୋଧରେ ଅତି କମରେ ପାଞ୍ଚଟି ଏଫଆଇଆର ଦାଖଲ କରିଥିଲେ। ପତ୍ନୀ ଏପର୍ଯ୍ୟନ୍ତ ମୋ ଏବଂ ମୋ ପରିବାର ବିରୋଧରେ ୬ ଟି ଏଫ୍ଆଇଆର୍ ଦାଖଲ କରିଛନ୍ତି।ଏହାପୂର୍ବରୁ ଏପ୍ରିଲ ମାସରେ ବର୍ଷା କିଶୋରଙ୍କ ବିରୋଧରେ ଅନେକ ଗୁରୁତର ଅଭିଯୋଗ ଆଣିଥିଲେ। ତା’ପରେ ବର୍ଷା କହିଥିଲେ ଯେ ତାଙ୍କ ସ୍ୱାମୀ ଜଣେ ମହିଳାଙ୍କ ସହ ଅନୈତିକ ସମ୍ପର୍କ ରଖିଥିଲେ ଏବଂ ସେହି ମହିଳାଙ୍କ ସହ ଲାଇଭ-ଇନ୍‌ ସମ୍ପର୍କରେ ରହୁଥିଲେ। ବର୍ଷା ଅଭିଯୋଗ କରିଛନ୍ତି ଯେ ଯୁବକମାନେ ତାଙ୍କୁ ଘରେ ପିଟିଥିଲେ ଏବଂ ମାନସିକ ସ୍ତରରେ ନିର୍ଯାତନା ମଧ୍ୟ ଦେଇଥିଲେ। ବର୍ଷା କିଶୋରଙ୍କ ପିତାମାତାଙ୍କ ବିରୋଧରେ ମଧ୍ୟ ଅନେକ ଗୁରୁତର ଅଭିଯୋଗ ଆଣିଥିଲେ। ତେବେ ଏହି ଘଟଣା ରେ ବର୍ତ୍ତମାନ ସୁଦ୍ଧା କିଛି ସତ୍ୟାସତ ସାମ୍ନା କୁ ଆସି ନାହିଁ । ଦୁହେଁ ପରସ୍ପର ଉପରେ ଦୋଷ ଲଦାଲଦି ହେଉଛନ୍ତି । ଏହି ମାମଲା ର ଯାଞ୍ଚ ହେବାପରେ ହିଁ ଏହି ଥିରେ କାହାର ଭୁଲ କେତେ ଆଉ କାହା କୁ ଦଣ୍ଡ ମିଳିବା ଦରକାର ତାହା ସାମ୍ନା କୁ ଆସିବା ।

 

Get real time updates directly on you device, subscribe now.