fbpx

Thank You CM Sir: ୬ ପ୍ରତିଶତ DA ବଢ଼ିଲା, ସରକାରୀ କର୍ମଚାରୀଙ୍କ ପକେଟ୍ ଏବେ ଖାଲି ଗରମ

ନୂଆଦିଲ୍ଲୀ: ସରକାରୀ କର୍ମଚାରୀଙ୍କ ପାଇଁ ଅଗଷ୍ଟ ମାସ ଅନେକ ଖୁସି ଆଣି ଦେଇଛି । କର୍ମଚାରୀଙ୍କ ମହଙ୍ଗା ଭତ୍ତା (ଡିଏ)ରେ ବମ୍ପର ବୃଦ୍ଧି ହୋଇଛି । ମଧ୍ୟପ୍ରଦେଶ, ଗୁଜରାଟ ପରେ ଏବେ ଛତିଶଗଡ଼ ସରକାର ମଧ୍ୟ ରାଜ୍ୟ କର୍ମଚାରୀଙ୍କ ପାଇଁ ଏକ ବଡ଼ ଉପହାର ପ୍ରଦାନ କରିଛନ୍ତି । ଛତିଶଗଡ଼ ମୁଖ୍ୟମନ୍ତ୍ରୀ ଭୂପେଶ ବଘେଲ କର୍ମଚାରୀଙ୍କ ଡିଏ ୬ ପ୍ରତିଶତ ବୃଦ୍ଧି କରିଛନ୍ତି ।

ଏହି ଘୋଷଣା ଫଳରେ ସରକାରୀ କର୍ମଚାରୀଙ୍କ ଡିଏ ୨୮ ପ୍ରତିଶତରେ ପହଞ୍ଚି ଯାଇଛି । ରାଜ୍ୟ ସରକାରଙ୍କ ଏହି ନିଷ୍ପତ୍ତି ଫଳରେ ୩.୮ ଲକ୍ଷ ସରକାରୀ କର୍ମଚାରୀ ବେନିଫିଟ୍ ପାଇବେ । ସପ୍ତମ ବେତନ ଆୟୋଗ ଅଧୀନରେ ୨୨ ପ୍ରତିଶତ ଓ ଷଷ୍ଠ ବେତନ ଆୟୋଗଙ୍କ ଅଧୀନରେ ୧୫ ପ୍ରତିଶତ ଡିଏ ଲାଭ ମିଳିଥିଲା । ଏବେ ସପ୍ତମ ବେତନ ଆୟୋଗ ଅଧୀନରେ ୬ ପ୍ରତିଶତ ଓ ଷଷ୍ଠ ବେତନ କମିସନ ଅଧୀନରେ ୧୫ ପ୍ରତିଶତ ଡିଏ ବଢ଼ିଛି ।

ଏହି ଡିଏ ବୃଦ୍ଧି ୨୦୨୨ ମସିହା ଅଗଷ୍ଟ ୧ଠାରୁ ଲାଗୁ ହେବ । ସରକାରଙ୍କ ଏହି ନିଷ୍ପତ୍ତିରେ ରାଜ୍ୟ ରାଜକୋଷରୁ ୨୧୬୦ କୋଟିର ବ୍ୟୟ ହେବ । ଗୁଜରାଟ ସରକାର ରାଜ୍ୟରେ ହେବାକୁ ଥିବା ବିଧାନସଭା ନିର୍ବାଚନ ପୂର୍ବରୁ ଅଗଷ୍ଟ ୧୫ରେ କର୍ମଚାରୀଙ୍କ ଡିଏ ବୃଦ୍ଧି କରିଥିଲେ । ରାଜ୍ୟ ସରକାର ସପ୍ତମ ବେତନ କମିଶନଙ୍କ ସୁପାରିଶ କ୍ରମେ ଡିଏ ୩ ପ୍ରତିଶତ ବୃଦ୍ଧି କରିଥିଲେ । ଡିଏ ଗତ ଜାନୁଆରୀ ୧ ତାରିଖରୁ ଲାଗୁ ହୋଇଥିଲା । ଏହା ପୂର୍ବରୁ ତ୍ରିପୁରା ଓ ମଧ୍ୟପ୍ରଦେଶ ସରକାର ଓ ଡିଏ ବୃଦ୍ଧି କରିଥିଲେ ।

Get real time updates directly on you device, subscribe now.