fbpx

(Video) ସ୍ୱାଧୀନତା ଦିବସରେ ମାଙ୍କଡ଼ କଲା ପତାକା ଉତ୍ତୋଳନ, ଭାଇରାଲ ହେଉଛି ଭିଡିଓ…

ନୂଆଦିଲ୍ଲୀ: ଦେଶ ଏହାର ୭୬ ତମ ସ୍ୱାଧୀନତା ଦିବସ ପାଳନ କରୁଛି । ଗତକାଲି ୧୫ ଅଗଷ୍ଟ ସ୍ୱାଧୀନତା ଦିବସ ଅବସରରେ ଅନେକ ସ୍ଥାନରେ ପତାକା ଉତ୍ତୋଳନ କାର୍ଯ୍ୟକ୍ରମ କରାଯାଇଥାଏ । ତେବେ ବର୍ତ୍ତମାନ ସ୍ୱାଧୀନତା ଦିବସରେ ଧ୍ୱଜାରୋହଣ ଏକ ଭିଡିଓ ଭାଇରାଲ ହେବାରେ ଲାଗିଛି । ଯେଉଁଠାରେ ମଣିଷ ନୁହେଁ ବରଂ ଏକ ମାଙ୍କଡ଼ କରିଛି ପତାକା ଉତ୍ତୋଳନ ।

ସୋସିଆଲ ମିଡିଆରେ ଅନେକ ସମୟରେ ବିଭିନ୍ନ ପଶୁ ପକ୍ଷୀଙ୍କ ଭିଡିଓ ଭାଇରାଲ ହୋଇଥାଏ । ଯାହା ଦେଖିବାକୁ ବେଶ୍ ମଜାଦାର ଲାଗିଥାଏ । ତେବେ ବର୍ତ୍ତମାନ ମାଙ୍କଡ଼ର ଭାଇରାଲ ହେଉଥିବା ଭିଡିଓ ଦେଖିଲେ ନିଶ୍ଚୟ ଭଲ ଲାଗିବ । କାରଣ ଏଠାରେ ମାଙ୍କଡ଼ କରୁଛି ପତାକା ଉତ୍ତୋଳନ(Flag Hoisting) ।

ଭାଇରାଲ ହେଉଥିବା ଭିଡିଓରେ ଦେଖାଯାଉଛି ଯେ ଏକ ଘରର ଛାତ ଉପରେ ପତାକା ଲଗାଯାଇଛି । ଆଉ ଏହି ସମୟରେ ସେଠାରେ ଦୁଇଟି ମାଙ୍କଡ଼ ଆସୁଛନ୍ତି । ଆଉ ପୂରା ଆରାମରେ କରୁଛନ୍ତି ପତାକା ଉତ୍ତୋଳନ । ତଳେ ଥିବା ଲୋକେ ମଧ୍ୟ ଏହାକୁ ଦେଖି ଖୁସି ହୋଇଯାଉଛନ୍ତି । ସେପଟେ ଏହି ଭିଡିଓକୁ ଦେଖି ଅନେକ ସେମାନଙ୍କର କମେଣ୍ଟ ମଧ୍ୟ ରଖୁଛନ୍ତି । ଦେଖନ୍ତୁ ଭିଡିଓ…

Get real time updates directly on you device, subscribe now.