fbpx

Weather Update: ରୂପ ବଦଳାଉଛି ଅବପାତ: ଆସନ୍ତା ୧୨ ଘଣ୍ଟା ମଧ୍ୟରେ ଏମିତି ରହିବ ପରିସ୍ଥିତି

ଭୁବନେଶ୍ୱର: ସାରା ରାଜ୍ୟରେ ଲଘୁଚାପ ଜିନତ ବର୍ଷା ଏବଂ ବନ୍ୟାକୁ ନେଇ ଏକପ୍ରକାର ଆତଙ୍କ ଖେଳିଯାଇଛି । ବିଭିନ୍ନ ସ୍ଥାନରେ ବନ୍ୟା ଏବଂ ଘାଇ ଜନଜୀବନକୁ ଅସ୍ତବ୍ୟସ୍ତ କରି ପକାଇଛି । ତେବେ ଏହି ସମୟରେ ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ ବିଭାଗ ପକ୍ଷରୁ ଏକ ଗୁରୁତ୍ୱପୂର୍ଣ୍ଣ ସୂଚନା ଜାରି କରାଯାଇଛି । ଖୁବଶୀଘ୍ର ଅବପାତ ଦୁର୍ବଳ ହେଉଛି ବୋଲି ସୂଚନା ଦେଇଛି ପାଣିପାଗ କେନ୍ଦ୍ର ।

ପାଣିପାଗ ବିଭାଗର ସୂଚନା ଅନୁଯାୟୀ, ଅବପାତ କ୍ରମଶଃ ଦୁର୍ବଳ ହୋଇ ସୁଦୃଶ୍ୟ ଲଘୁଚାପ କ୍ଷେତ୍ରରେ ପରିଣତ ହେଉଛି । ଏବେ ସୁଦୃଶ୍ୟ ଲଘୁଚାପ କ୍ଷେତ୍ର ଭାବରେ ମଧ୍ୟରାଜସ୍ଥାନ ଅଞ୍ଚଳରେ ସକ୍ରିୟ ରହିଛି ଏହି ଅବପାତ । ତେବେ ଆସନ୍ତା ୧୨ ଘଣ୍ଟା ମଧ୍ୟରେ ଏହା ଧିରେ ଧିରେ ଆହୁରି ଦୁର୍ବଳ ହେବା ସହ ଲଘୁଚାପ କ୍ଷେତ୍ରରେ ପରିଣତ ହେବାକୁ ଯାଉଛି । ଏ ନେଇ ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ର ତରଫରୁ ସୂଚନା ଦିଆଯାଇଛି ।

ତେବେ ରାଜ୍ୟରେ ବନ୍ୟା ପରିସ୍ଥିତି ଏବେ ଅଣାୟତ ହେବାକୁ ବସିଲାଣି । ବନ୍ୟାଜଳକୁ ନିୟନ୍ତ୍ରଣରେ ରୋକିବା ପାଇଁ ହୀରାକୁଦରେ ମୋଟ ୪୦ ଗେଟ୍ ଖୋଲାସରିଛି । ତେବେ ମହାନଦୀ ଏବଂ ଦେବୀ ନଦୀ ଭଳି କିଛି ନଦୀରେ ଜଳସ୍ତର ବିପଦ ସଂକେତ ଉପରେ ପ୍ରବାହିତ ହେଉଛି । ତେଣୁ ଆଗକୁ ମଧ୍ୟ ବନ୍ୟାର ଆଶଙ୍କା ଘନୀଭୂତ ହେବାରେ ଲାଗିଛି ।

Get real time updates directly on you device, subscribe now.