କାହିଁକି ୧୬ ହଜାର ନାରୀଙ୍କୁ ବିବାହ କରିଥିଲେ ପ୍ରଭୁ ଶ୍ରୀକୃଷ୍ଣ: ପୁରାଣରେ କ’ଣ ରହିଛି ଗୋପନ ଗାଥା

News across the Earth, news close to your heart, Read Odisha Bhaskar English

ଭଗବାନ ଶ୍ରୀକୃଷ୍ଣଙ୍କ ଜନ୍ମ ଉତ୍ସବ ପାଳନ କରିବାକୁ ଆଉ କିଛି ଦିନ ବାକି ରହିଛି। ସେଥିପାଇଁ ବିଭିନ୍ନ ସ୍ଥାନରେ ଜନ୍ମାଷ୍ଟମୀ ପାଳନ ପାଇଁ ଆରମ୍ଭ ହୋଇଛି ପ୍ରସ୍ତୁତି । ମଥୁରା-ବୃନ୍ଦାବନ ସମେତ ଅନେକ ସ୍ଥାନରେ ଜନ୍ମାଷ୍ଟମୀ ବଡ଼ ଆକାରରେ ଆୟୋଜିତ ହୋଇଥାଏ । ତେବେ ଚଳିତ ବର୍ଷ ଜନ୍ମାଷ୍ଟମୀ ୧୮ ଅଗଷ୍ଟ ୨୦୨୨ ରେ ପାଳନ କରାଯିବ । ଏହି ଅବସରରେ ଆସନ୍ତୁ ଜାଣିବା ଏକ ମଜାଦାର କିମ୍ବଦନ୍ତୀ । ଆମେ ସମସ୍ତେ ଜାଣନ୍ତି ଯେ, ଭଗବାନ କୃଷ୍ଣ ୧୬ ହଜାର ନାରୀଙ୍କୁ ବିବାହ କରିଥିଲେ । ତେବେ କାହିଁକି ଭଗବାନ ଶ୍ରୀକୃଷ୍ଣ ୧୬ ହଜାର ନାରୀଙ୍କୁ ବିବାହ କରିଥିଲେ ଏବଂ ତାଙ୍କର ଦେଢ଼ ଲକ୍ଷରୁ ଅଧିକ ପୁତ୍ର ଜନ୍ମ ହୋଇଥିଲେ ।

ମହାଭାରତ ଅନୁଯାୟୀ, ଭଗବାନ କୃଷ୍ଣଙ୍କର ୧୬, ୧୦୭ ପତ୍ନୀ ଥିଲେ । ଦେବୀ ରୁକ୍ମିଣୀଙ୍କ ସହ ତାଙ୍କର ପ୍ରଥମ ବିବାହ ହୋଇଥିଲା ଏବଂ ଏଥିପାଇଁ ସେ ରୁକ୍ମିଣୀଙ୍କୁ ଅପହରଣ କରି ନେଇଥିଲେ । ଏହା ପରେ ସେ ଜାମ୍ବବନ୍ତି, ସତ୍ୟଭାମା, କାଲିନ୍ଦି, ମିତ୍ରବିନ୍ଦା, ସତ୍ୟା, ଭଦ୍ରା ଏବଂ ଲକ୍ଷ୍ମଣାଙ୍କୁ ମଧ୍ୟ ବିବାହ କରିଥିଲେ । ଏହି ୮ ପତ୍ନୀଙ୍କୁ ଭଗବାନ କୃଷ୍ଣଙ୍କ ପତ୍ନୀ କୁହାଯାଏ । କିନ୍ତୁ ଏହା ବ୍ୟତୀତ ଶ୍ରୀକୃଷ୍ଣ ହଜାର ହଜାର ବିବାହ କରିଥିଲେ ।

ପୌରାଣିକ କଥା ଅନୁଯାୟୀ, ଶ୍ରୀକୃଷ୍ଣ ଭୁମାସୁର ନାମକ ଏକ ରାକ୍ଷସର ଅତ୍ୟାଚାରରୁ ୧୬ ହଜାର ଯୁବତୀଙ୍କୁ ରକ୍ଷା କରିଥିଲେ ଓ କାରାଗାରରୁ ମୁକ୍ତ କରିଥିଲେ । ଯେତେବେଳେ ସେହି ଯୁବତୀମାନେ ନିଜ ଘରକୁ ଫେରିଗଲେ, ସେବେ ସମାଜ ଏବଂ ପରିବାରର ଲୋକମାନେ ସେମାନଙ୍କୁ ଚରିତ୍ରହୀନା ବୋଲି କହି ଗ୍ରହଣ କରିବାକୁ ମନା କରିଦେଇଥିଲେ ବୋଲି ପୁରାଣରୁ ଜଣାଯାଇଛି । ତା’ପରେ ଭଗବାନ କୃଷ୍ଣ ୧୬ ହଜାର ଯୁବତୀଙ୍କୁ ବିବାହ କରିଥିଲେ ।

ଭଗବାନ କୃଷ୍ଣଙ୍କ ପୁତ୍ର ଓ ଝିଅମାନଙ୍କ ବିଷୟରେ ମଧ୍ୟ ଅନେକ କାହାଣୀ ରହିଛି । ପୁରାଣ ଅନୁଯାୟୀ, ଶ୍ରୀକୃଷ୍ଣଙ୍କର ୧ ଲକ୍ଷ ୬୧ ହଜାର ୮୦ ପୁତ୍ର ସନ୍ତାନ ଥିଲେ । ପ୍ରକୃତରେ ତାଙ୍କର ସମସ୍ତ ପତ୍ନୀଙ୍କର ୧୦-୧୦ ପୁଅ ଏବଂ ୧-୧ ଝିଅ ଥିଲେ । ଏହା ଅନୁସାରେ, ଭଗବାନ କୃଷ୍ଣଙ୍କର ୧ ଲକ୍ଷ ୬୧ ହଜାର ୮୦ ପୁଅ ଏବଂ ୧୬ ହଜାର ୧୦୮ କନ୍ୟା ସନ୍ତାନ ରହିଥିଲେ ବୋଲି କୁହାଯାଉଛି ।

Get real time updates directly on you device, subscribe now.