fbpx

LIC ର ବଢ଼ିଆ ପେନ୍ସସନ ସ୍କିମ୍: ଥରେ ଜମା କରନ୍ତୁ ଟଙ୍କା, ଆରାମରେ କଟିବ ବୃଦ୍ଧାବସ୍ଥା

ନୂଆଦିଲ୍ଲୀ: ଦେଶର ସବୁଠୁ ବଡ଼ ବୀମା କମ୍ପାନୀ ଭାରତୀୟ ଜୀବନ ବୀମା ନିଗମ (LIC)ରେ ସବୁ ବୟସର ଗ୍ରାହକଙ୍କ ପାଇଁ ସ୍କିମ୍ ରହିଛି । ଏଲଆଇସି ପାଖରେ ପିଲାଙ୍କ ଠାରୁ ଆରମ୍ଭ କରି ବୟସ୍କ ସମସ୍ତଙ୍କ ପାଇଁ ପଲିସି ରହିଛି । କୋଟି କୋଟି ଭାରତୀୟ ନିବେଶ ପାଇଁ ଏଲଆଇସିକୁ ପସନ୍ଦ କରନ୍ତି । ଏଲଆଇସି ରେ ନିବେଶ ଉପରେ ଭଲ ରିଟର୍ଣ୍ଣ ମଧ୍ୟ ମିଳିଥାଏ । ତେବେ ବୟସ୍କ ଲୋକଙ୍କ ପାଇଁ ଏଲଆଇସିର ଏକ ପ୍ଲାନ ରହିଛି ଯାହାର ନାମ ସରଳ ପେନସନ ପ୍ଲାନ(LIC Saral Pension Plan) ।

LICର ଏହି ସ୍କିମରେ ନିବେଶ କରିବା ପରଠାରୁୁ ହିଁ ପେନ୍ସନ ମିଳିବା ଆରମ୍ଭ ହୋଇଯାଇଥାଏ । ଏହ ପଲିସି ନେବାପାଇଁ ଆପଣଙ୍କୁ ଏକ ନିଶ୍ଚିତ ରାଶିରେ ନିବେଶ କରିବାକୁ ହେବ । ଏହି ସ୍କିମକୁ ୪୦ ବର୍ଷ ବୟସରୁ ନେଇ ୮୦ ବର୍ଷ ବୟସର ଲୋକମାନେ କିଣିପାରିବେ । ପତି-ପତ୍ନୀ ଏହାକୁ ମିଳିତ ଭାବରେ ନେଇପାରିବେ । ପଲିସି ଅବଧି ମଧ୍ୟରେ ଯଦି ପଲିସିଧାରକଙ୍କ ମୃତ୍ୟୁ ହୋଇଯାଉଛି ତେବେ ନିବେଶ କରିଥିବା ଟଙ୍କା ନୋମିନୀଙ୍କୁ ମିଳିବ । ପଲିସି କିଣିବାର ୬ ମାସ ମଧ୍ୟରେ ଆପଣ ସରେଣ୍ଡର କରିବାର ଅପ୍ସନ ମଧ୍ୟ ରହିଛି ।

ଏହି ସ୍କିମକୁ ନେବା ପାଇଁ ସର୍ବନିମ୍ନ ୧୨,୦୦୦ ଟଙ୍କାର ବାର୍ଷିକ ଆନ୍ୟୁଟି(Annuity) କିଣିବାକୁ ହେବ । ସେହିପରି ସର୍ବାଧିକ ନିବେଶ ପାଇଁ କୌଣସି ସୀମା ନାହିଁ । ଏହି ପ୍ଲାନ୍ ଅନୂଯାୟୀ ଥରେ ପ୍ରିମିୟମ ଭରିବା ପରେ ବାର୍ଷିକ, ଅର୍ଦ୍ଧବାର୍ଷିକ, ତ୍ରୈମାସିକ କିମ୍ବା ମାସିକ ଆଧାରରେ ପେନ୍ସନ ପାଇପାରିବେ । ଏହି ପଲିସି ଆରମ୍ଭ ହେବାର ଛଅ ମାସ ପରେ ଆପଣ ଏଥିରେ ଲୋନ୍ ମଧ୍ୟ ନେଇପାରିବେ । ଏଥିପାଇଁ ମଧ୍ୟ ୬ ମାସ ପୂରା ହୋଇଥିବା ଦରକାର ।

ମନେକରାଯାଉ ଯଦି ଜଣେ ବ୍ୟକ୍ତି ନିକଟରେ ଅବସର ନେଇଛନ୍ତି ଏବଂ ଅବସର ସମୟରେ ମିଳିଥିବା ପିଏଫ୍ ଫଣ୍ଡ ଏବଂ ଗ୍ରାଚ୍ୟୁଟି ଟଙ୍କାକୁ ଏଥିରେ ନିବେଶ କରୁଛନ୍ତି । ତେବେ ଏହା ଭଲ ହୋଇପାରେ । ଏଲଆଇସି କାଲକୁଲେଟର ଅନୂଯାୟୀ, ଯଦି କେହି ୪୨ ବର୍ଷର ବ୍ୟକ୍ତି ୩୦ ଲକ୍ଷ ଟଙ୍କାର ଆନ୍ୟୁଟି କିଣୁଛନ୍ତି, ତେବେ ତାଙ୍କୁ ପ୍ରତିମାସରେ ୧୨,୩୮୮ ଟଙ୍କା ପେନ୍ସନ ଭାବରେ ମିଳିବ ।

Get real time updates directly on you device, subscribe now.