fbpx

Kissing ମଣିଷର ରିଲେସନସିପ ଓ ଯୌନ ତୃପ୍ତିକୁ ପ୍ରଭାବିତ କରିଥାଏ, ରିସର୍ଚ୍ଚ ତଥ୍ୟ

ନୂଆଦିଲ୍ଲୀ: କିସିଂ ବା ଚୁମ୍ବନ ଏକ ରହସ୍ୟ । ଏହା ପ୍ରେମୀଯୁଗଳ, ଦମ୍ପତିଙ୍କୁ ଶାରୀରିକ ସମ୍ବନ୍ଧ କ୍ଷେତ୍ରରେ ସହାୟତା କରିଥାଏ । ଅନେକ ସମୟରେ ଏହାକୁ ନେଇ ଭିନ୍ନ ଭିନ୍ନ ରିସର୍ଚ୍ଚ ତଥ୍ୟ ସାମ୍ନାକୁ ଆସିଥାଏ । ପୁରୁଷଙ୍କ ଅପେକ୍ଷା ମହିଳାଙ୍କ ପାଇଁ କିସିଂ ଅଧିକ ମହତ୍ତ୍ୱ ରଖିଥାଏ । ବ୍ୟକ୍ତିଗତ ଭାବେ ଜଣେ ନିଜର ସମ୍ପର୍କକୁ ମଜବୁତ କରିବା ପାଇଁ ହେଲେ କିସିଂ ଅନେକ ବେନିଫିଟ୍ ପ୍ରଦାନ କରିଥାଏ ।

ତେବେ ଲୋକମାନେ କିସିଂ କାହିଁକି କରନ୍ତି, ଏହାର ପ୍ରକୃତ ଉତ୍ତର ହୁଏତ କାହା ପାଖରେ ନଥିବ । ଏହା ମଣିଷର ଭାବନାର ଏକ ପରିପ୍ରକାଶ । ଏହାକୁ ନେଇ ଅନେକ ପ୍ରଶ୍ନ ଆଜି ବି ଅସମାହିତ ହୋଇ ରହିଛି । କିସିଂ ବିଭିନ୍ନ କ୍ଷେତ୍ରରେ କରାଯାଇଥାଏ । ମାତ୍ର ସେକ୍ସ ସମୟରେ ଗଭୀର କିସ୍ କରାଯାଇଥାଏ । ଏହା ଦମ୍ପତିଙ୍କୁ ପରସ୍ପର ସହ ନିବିଡ଼ ଭାବେ ବାନ୍ଧିବାରେ ସହାୟତା କରିଥାଏ ।

ତେବେ କିସିଂ ମଣିଷର ରକ୍ତ ପ୍ରବାହକୁ ବଢ଼ାଇଥାଏ । ଏହାଦ୍ୱାରା ଅକ୍ସିଟୋସିନ ନାମକ ଏକ ହରମୋନ ବ୍ୟକ୍ତିଗତ ନିବିଡ଼ ଦିଗରେ ସହାୟତା କ୍ଷେତ୍ରରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥାଏ । ଏହା ମୁଖ୍ୟତଃ୍ୟ ବ୍ରେନରେ ଏଣ୍ଡୋରଫିନ୍ସ, ସେରୋଟୋନିସ ଓ ଡୋପାମିନ ଆଦି ତିନି ପ୍ରକାର କମ୍ପାଉଡକୁ ସକ୍ରିୟ କରାଇଥାଏ । ଏହାବ୍ୟତୀତ କିସିଂ ମଣିଷକୁ ପରସ୍ପର ପ୍ରତି ନିବିଡ଼ କରିବା ସହ ଲଭମେକିଂ ପାଇଁ ମୁଡ଼ ସୃଷ୍ଟି କରିଥାଏ ।

ଅନେକ ଷ୍ଟଡି ମୁତାବକ, ମହିଳାମାନେ ପୁରୁଷଙ୍କ ଅପେକ୍ଷା କିସିଂକୁ ବେଶି ଗୁରୁତ୍ୱ ଦେଇଥାନ୍ତି । ଅନେକ ମହିଳାଙ୍କ ଶାରୀରକ ଯୌନ ତୃପ୍ତି କ୍ଷେତ୍ରରେ ଏହା ଗୁରୁତ୍ୱ ବହନ କରିଥାଏ । ଅଧିକାଂଶ ପୁରୁଷ କିସିଂର ପ୍ରକୃତ ମହତ୍ତ୍ୱ ବିଷୟରେ ଅଜ୍ଞ ରହିଥାନ୍ତି । ଯେଉଁ ପୁରୁଷମାନେ ନିଜ ପାର୍ଟନରଙ୍କ ସହ ବେଡରେ ଓ ବେଡ୍ ବାହାରେ ଖୁସିରେ ଜୀବନ ଅତିବାହିତ କରିବାକୁ ଚାହୁଁଥାନ୍ତି ସେମାନେ କିସିଂକୁ ନେଇ ଅଧିକ ସକ୍ରିୟ ରହିବାକୁ ପରାମର୍ଶ ଦିଆଯାଇଛି ।

Get real time updates directly on you device, subscribe now.