fbpx

୨ ଦିନ ବନ୍ଦ ରହିବ ସ୍କୁଲ: ବନ୍ୟା ପରିସ୍ଥିତିକୁ ଲକ୍ଷ୍ୟ କରି ନିଆଗଲା ନିଷ୍ପତ୍ତି

କେନ୍ଦ୍ରାପଡା: ସାରା ରାଜ୍ୟରେ ଲଗାଣ ବର୍ଷା ଯୋଗୁଁ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି । ବିଭିନ୍ନ ସ୍ଥାନରେ ବନ୍ୟାପାଣି ପଶି ଯାଇଥିବା ବେଳେ ଆଉ କିଛି ସ୍ଥାନରେ ବନ୍ୟାର ଆଶଙ୍କା ବଢି ଚାଲିଛି । ତେବେ ଏହି ପରିସ୍ଥିତିକୁ ଲକ୍ଷ୍ୟ କରି ପ୍ରଶାସନ ତରଫରୁ ପଦକ୍ଷେପ ନେବା ଆରମ୍ଭ ହୋଇଯାଇଛି । କେନ୍ଦ୍ରାପଡା ଜିଲ୍ଲାରେ ଆସନ୍ତା ୨ ଦିନ ପର୍ଯ୍ୟନ୍ତ ସ୍କୁଲ ବନ୍ଦ ରଖିବା ପାଇଁ ଘୋଷଣା କରାଯାଇଛି ।

ସୂଚନା ଅନୁସାରେ, ବନ୍ୟାକୁ ଦୃଷ୍ଟିରେ ରଖି କେନ୍ଦ୍ରାପଡା ଜିଲ୍ଲା ଶିକ୍ଷାଧିକାରୀ ଏକ ବଡ ପଦକ୍ଷେପ ନେଇଛନ୍ତି । ଆସନ୍ତା ଜିଲ୍ଲାର ୩ଟି ବ୍ଲକର ସମସ୍ତ ସ୍କୁଲକୁ ବନ୍ଦ ରଖିବା ପାଇଁ ସେ ଘୋଷଣା କରିଛନ୍ତି । ଏହି ୨ ଦିନ ବନ୍ଦ ରହିବ ଗରଦପୁର, ମାର୍ଶାଘାଇ ଏବଂ ମହାକାଳପଡା ଆଦି ବ୍ଲକର ପ୍ରତ୍ୟେକ ସ୍କୁଲ । ଆସନ୍ତାକାଲି ଅର୍ଥାତ ୧୭ ଏବଂ ୧୮ ତାରିଖରେ ଏହି ବ୍ଲକର ସମସ୍ତ ସ୍କୁଲ ବନ୍ଦ କରିବା ପାଇଁ ଜିଲ୍ଲା ଶିକ୍ଷାଧିକାରୀ ଘୋଷଣା କରିଛନ୍ତି ।

ତେବେ ସ୍କୁଲ ଛୁଟି ରହିଲେ ମଧ୍ୟ ଶିକ୍ଷକ ଏବଂ ଶିକ୍ଷୟତ୍ରୀଙ୍କୁ ବିଦ୍ୟାଳୟ ଆସିବାକୁ ପଡିବ ବୋଲି ନିର୍ଦ୍ଦେଶ ଦିଆଯାଇଛି । ତେବେ ବନ୍ୟାରେ କିମ୍ବା ବଢିପାଣିରେ ପିଲାମାନଙ୍କର କୌଣସି କ୍ଷତି ନହେଉ, ସେଥିପାଇଁ ଏଭଳି ଏକ ନିଷ୍ପତ୍ତି ନେଇଛନ୍ତି ଜିଲ୍ଲା ଶିକ୍ଷାଧିକାରୀ ।

Get real time updates directly on you device, subscribe now.