fbpx
BJD SKY
BJD SKY

ଝିଆରୀକୁ ଅପହରଣକାରୀଙ୍କ କବଳରୁ ରକ୍ଷା କରିବାକୁ ଯାଇ ଦାଦାର ଗଲା ଜୀବନ, ହତ୍ୟାକାଣ୍ଡ ପଛରେ ଝିଆରୀ ପ୍ରେମିକଙ୍କ ସଂପୃକ୍ତି ନେଇ ଅଭିଯୋଗ

BJD

ରାଜନଗର (ଭାସ୍କର ନ୍ୟୁଜ୍‌): ପ୍ରେମ ମାନେନା ବନ୍ଧ ବାଡ,ଚିହ୍ନେଁନି  ପିତା ମାତା ଭାଇ ବନ୍ଧୁ ,ଜ୍ଞାତିକୁଟୁମ୍ବ । ଏ ସବୁ କିଛି ପ୍ରେମିକ ପ୍ରେମିକାଙ୍କ ଆଖିକୁ ଅନ୍ଧ ପୁଟୁଳୀରେ ଆବଦ୍ଧ କରିଦେଇଥାଏ । ସେହିପରି ଏକ ଅଭାବନୀୟ ଅମାନବୀୟ ପ୍ରେମ ଜନିତ ହତ୍ୟାକାଣ୍ଡର ଦୁଃଖଦ ଘଟଣା ଘଟିଛି କେନ୍ଦ୍ରାପଡା ଜିଲ୍ଲା ରାଜନଗର ବ୍ଲକର ଜୁଣୁ ଙ୍ଗରା ଛକରୁ କିଛି ଦୂରରେ ।

ସୂଚନାଯୋଗ୍ୟ ଏହି ବ୍ଲକର ଚନ୍ଦ୍ରଶେଖର ଗ୍ରାମର ଦେବେନ୍ଦ୍ର କୁମାର ବିଶ୍ୱାଳଙ୍କ ଭଉଣୀ କୁମାରୀ ନମିତା ବିଶ୍ୱାଳ କହିବା ଅନୁଯାୟୀ ଆଜକୁ ସାତ ବର୍ଷ ହେବ ଜୁଣୁପଙ୍ଗରା ଗ୍ରାମର ଶ୍ରୀକାନ୍ତ ଜେନା ଓରଫ ଲିକୁ ଭଲପାଇ ଆସୁଥିଲା ଏବଂ ବିବାହ ହେବାକୁ ଉଭୟଙ୍କ ମଧ୍ୟରେ ନିଷ୍ପତ୍ତି ଗ୍ରହଣ କରିଥିଲେ । ହେଲେ ନମିତାଙ୍କ ଏହି ନିଜସ୍ୱ ନିଷ୍ପତ୍ତିକୁ ପରିବାର ଲୋକେ ବିରୋଧ କରୁଥିଲେ । ସୋମବାର ରାତି ପ୍ରାୟ ୯.୧୫ ସମୟରେ ଚତୁରତା ସହିତ ନମିତା ଝାଡାଯିବାକୁ କହି ମା ସହିତ ବାହାରକୁ ଯାଇଥିଲା । ଏହି ସମୟରେ ପାଣି ଆଣିବାକୁ ମା କୁ ଘରକୁ ପଠାଇ ପୂର୍ବ ପ୍ରସ୍ତୁତି ଅନୁଯାୟୀ ସାଙ୍ଗମାନଙ୍କ ସହ ବାଇକ୍‌ ଧରି ଲୁଚିରହିଥିବା ପ୍ରେମିକ ଶ୍ରୀକାନ୍ତ ସହିତ ନମିତା ପଳାଉଥିଲା । ମା ଏହା ଜାଣିପାରି ନମିତାର ଦାଦା ଶ୍ରୀ ବିଚିତ୍ରାନନ୍ଦ ବିଶ୍ୱାଳ ଏବଂ ଭାଇ ଦେବେନ୍ଦ୍ରଙ୍କୁ ଜଣାଇବା ପରେ ଭିନ୍ନ ଭିନ୍ନ ବାଇକ୍‌ରେ ଆଗପଛ ହୋଇ ଅପହରଣକାରୀଙ୍କ କବଳରୁ ରକ୍ଷାକରିବାକୁ ଦାଦା ଆଗ ଚାଲିଯାଇଥିଲେ । ଅଳ୍ପ ସମୟ ପରେ ପୁତୁରା ଦେବେନ୍ଦ୍ର ଓ ଅନ୍ୟମାନେ ପହଞ୍ଚି ଦେଖିଲେ ଦାଦା ଜୁଣୁଙ୍ଗରା ଅଭିରାମ ଦାସଙ୍କ ଘରର କିଛି ଦୂରରେ ଦାଦା ରକ୍ତ ଜୁଡୁବୁଡୁ ହୋଇ ପଡିଥିବାବେଳେ ସେଠାରେ ତାଙ୍କର ପ୍ରାଣବାୟୁ ଉଡିଯାଇଥିଲା, ବାଇକ୍‌ କିଛି ଦୂରରେ ପଡିଥିଲା । ଲୋକମାନେ ଖବର ପାଇ ସଙ୍ଗେ ସଙ୍ଗେ ପୋଲିସକୁ ଖବର ଦେବା ସହ ଗାଡିକରି ରାଜନଗର ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରକୁ ନେଇଥିଲେ । ହେଲେ ଡାକ୍ତର ତାଙ୍କୁ ମୃତ୍ୟୁ ଘୋଷଣା କରିଥିଲେ ।

ଏହି ମୃତ୍ୟୁ ଘଟଣାକୁ ନେଇ ପୁତୁରା ଦେବେନ୍ଦ୍ର ଥାନାରେ ଦେଇଥିବା ଏତଲାରେ ଦର୍ଶାଇଛନ୍ତି,ନମିତାର ପ୍ରେମିକ ଶ୍ରୀକାନ୍ତ ଭଲପାଇଛି ବୋଲି ବିବାହ କରିବାକୁ ନେଉଥିଲା ଦାଦା ସହିତ ଯୁକ୍ତି ତର୍କ ବିତର୍କରେ ଉତ୍‌ଷିପ୍ତ ହୋଇ ଶ୍ରୀକାନ୍ତ ଓ ତାର ସହଯୋଗୀ ଦେବୁନୀ ଜେନା, ପ୍ରେମିକ ଶ୍ରୀକାନ୍ତ ଜେନା ଓ ବିଶ୍ୱରଞ୍ଜନ ପ୍ରଧାନ ପ୍ରମୁଖ ସଂଘବଦ୍ଧ ଭାବେ ଆକ୍ରମଣ କରି ମୋ ଦାଦା ମୁଣ୍ଡରେ ଶକ୍ତ ପ୍ରହାର ଦେବା ଫଳରେ ଘଟଣାସ୍ଥଳରେ ମୃତ୍ୟୁ ଘଟିଥିଲା ଏହା ଦେଖି ଅଭିଯୁକ୍ତ ମାନେ ଚମ୍ପଟ ମାରିଥିବା। ଦେବେନ୍ଦ୍ର ଏନେଇ ଥାନାରେ ଅଭିଯୋଗ କରିଛନ୍ତି । ଅପରପକ୍ଷରେ ନମିତା କହିବା ଅନୁସାରେ ଦାଦା ଆମକୁ ଫଲୋ କରି ବାଇକ୍‌ ସ୍ପିଡ ଚଳାଇ ଆସୁଥିଲେ ଗଛରେ ବାଡେଇ ହୋଇ ତାଙ୍କର ମୃତ୍ୟୁ ଘଟିଛି । ପୋଲିସ୍‌ ଏଭଳି ବୟାନକୁ ସହଜରେ ଗ୍ରହଣ କରିପାରୁନଥିବା ବେଳେ ତଦନ୍ତ ଜାରି ରଖିଛନ୍ତି । ପ୍ରେମିକ ଓ ପ୍ରେମିକା ତାଙ୍କର ପିଉସୀ ଘରେ ଲୁଚିରହିଥିବା ଖବର ପାଇ ପୋଲିସ ଏସ୍‌ ଆଇ ଶ୍ରୀ ବିଭୁପ୍ରସାଦ ରାଉତଙ୍କ ନେତୃତ୍ୱରେ ପୋଲିସ୍‌ ସୁରେନ୍ଦ୍ର ମଲିକ, ଏପିଆର, ଅଜୟ କୁମାର ସାହୁ, ମହିଳା ହୋମଗାର୍ଡ କ୍ୱିତା ସେଠୀ ପ୍ରମୁଖ ସେମାନଙ୍କ ପିଉସୀ ଘରୁ ଶ୍ରୀକାନ୍ତ ଓ ନମିତାକୁ ଥାନାକୁ ଆଣିବାସହ ଦେବୁନୀ ଜେନା, ବିଶ୍ୱରଞ୍ଜନ ପ୍ରଧାନଙ୍କୁ ଥାନାକୁଆଣି ଅଧିକ ତଦନ୍ତ ଚଳାଇଥିବା ଜଣାପଡିଛି ।

Get real time updates directly on you device, subscribe now.