fbpx
BJD SKY
BJD SKY

ପୁଣି ଡରାଉଛି କରୋନା: ପଜିଟିଭ ରେଟ୍ ୦.୫୬%କୁ ବୃଦ୍ଧି

BJD

ନୂଆଦିଲ୍ଲୀ: ଦେଶରେ ପୁଣି ଥରେ କରୋନା ସଂକ୍ରମଣ ତୀବ୍ର ହେବାରେ ଲାଗିଛି । ଛୋଟପିଲାଙ୍କ ଟିକାକରଣ ସମେତ ବୁଷ୍ଟର ଡୋଜକୁ ଅଧିକ ଗୁରୁତ୍ୱ ଦିଆଯାଉଛି । ଦେଶରେ ଗତ ୨୪ ଘଣ୍ଟାରେ ୨,୫୨୭ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି ।

ଏଥି ସହ ମୋଟ ସକ୍ରିୟ ସଂଖ୍ୟା ୧୫,୦୭୯ରେ ପହଞ୍ଚିଛି । ଦୈନିକ ସଂକ୍ରମଣ ହାର ୦.୫୬ ପ୍ରତିଶତକୁ ବୃଦ୍ଧି ପାଇଛି । ଏହାରି ମଧ୍ୟରେ ଦିଲ୍ଲୀରେ ବଢ଼ୁଥିବା ପଜିଟିଭ ରେଟ୍ ଏବେ ଚିନ୍ତାର ବିଷୟ ପାଲଟିଛି । ଗତକାଲି ଦିଲ୍ଲୀରୁ ୧ ହଜାର ୪୨ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିଲେ, ଯାହାକି ଫେବ୍ରୁଆରୀ ୧୦ରୁ ସବୁଠାରୁ ଅଧିକ ।

ବର୍ତ୍ତମାନର ପରିସ୍ଥିତିକୁ ଦେଖି ମାସ୍କ ନିୟମକୁ କଡ଼ାକଡ଼ି କରାଯାଇଛି । ସର୍ବସାଧାରଣ ସ୍ଥାନରେ ମାସ୍କ ପିନ୍ଧିବା ବାଧ୍ୟତାମୂଳକ କରାଯାଇଛି । ଏହାକୁ ପାଳନ ନକଲେ ୫୦୦ ଟଙ୍କା ଜରିମାନା ଲାଗିବ ବୋଲି କୁହାଯାଇଛି । ସେହିପରି ସ୍କୁଲରେ ବି କଡ଼ା ନଜର ରଖାଯାଇଛି । ପିଲାମାନେ ଯେପରି ସଂକ୍ରମଣ ନହେବେ, ସେନେଇ ଦିଲ୍ଲୀ ଓ କେନ୍ଦ୍ର ସରକାର ଗୁରୁତ୍ୱ ଦେଇଛନ୍ତି ।

Get real time updates directly on you device, subscribe now.