fbpx
BJD
BJD SKY
BJD SKY

ରିୟଲ୍ ଲାଇଫ୍ ‘ଏ ଥର୍ସଡେ’: ଟ୍ରାନ୍ସଫର ରୋକିବା ପାଇଁ ଛାତ୍ରୀଙ୍କୁ ବନାଇଲେ ବନ୍ଧକ

ନୂଆଦିଲ୍ଲୀ: ନିକଟରେ ଓଟିଟିରେ ରିଲିଜ୍ ହୋଇଥିବା ଫିଲ୍ମ ‘ଏ ଥର୍ସଡେ’ ଆପଣଙ୍କର ମନେଥିବ । ଠିକ୍ ସେହି ଫିଲ୍ମ ଭଳି ଘଟଣା ଦେଖିବାକୁ ମିଳିଛି ଉତ୍ତର ପ୍ରଦେଶରେ । ଲଖୀମପୁର ଖେରୀ ଜିଲ୍ଲାର ବେହଜାମରେ ରହିଥିବା କସ୍ତୁରବା ଗାନ୍ଧୀ ବାଳିକା ବିଦ୍ୟାଳୟରେ ଏହି ଘଟଣା ଘଟିଛି । ନିଜର ବଦଳି ଅର୍ଡର ବଦଳେଇବା ପାଇଁ ଛାତ୍ରୀଙ୍କୁ ବନ୍ଧକ ବନାଇଥିଲେ ଦୁଇ ଜଣ ଶିକ୍ଷୟିତ୍ରୀ । ଜିଲ୍ଲା ଶିକ୍ଷା ଅଧିକାରୀଙ୍କୁ ଧମକାଇବା ଲାଗି ଦୁଇ ଜଣ ଶିକ୍ଷୟିତ୍ରୀ ଏଭଳି କାଣ୍ଡ କରିଥିଲେ । କିଛି ଛାତ୍ରୀଙ୍କୁ ବନ୍ଧକ ଭାବରେ ରଖି ନିଜର ଟ୍ରାନ୍ସଫର ଆଦେଶକୁ ବଦଳାଇବାର ପ୍ରୟାସ କରିଥିଲେ ଦୁଇ ଶିକ୍ଷୟିତ୍ରୀ ।

କସ୍ତୁରବା ଗାନ୍ଧୀ ବାଳିକା ବିଦ୍ୟାଳୟରେ କାର୍ଯ୍ୟରତ ଦୁଇ ଶିକ୍ଷୟିତ୍ରୀଙ୍କୁ ଶୃଙ୍ଖଳାଗତ କାରଣରୁ ବଦଳି କରାଯାଇଥିଲା । ଏପରିକି ଦୁଇ ଶିକ୍ଷୟିତ୍ରୀ ସମ୍ପୂର୍ଣ୍ଣ ଫିଲ୍ମି ଅନ୍ଦାଜରେ ବଦଳି ଅର୍ଡର ବଦଳାଇବାକୁ ଉଦ୍ୟମ କରିଥିଲେ । ଦୁଇ ଛାତ୍ରୀଙ୍କୁ ନେଇ ଛାତ ଉପରକୁ ଯିବା ସହିତ ବଦଳି ଅର୍ଡର ବାତିଲ ନକଲେ ଛାତ୍ରୀଙ୍କୁ ଠେଲି ଦେବାର ଧମକ ଦେଇଥିଲେ ।

ଏହି ଘଟଣା ପରେ ଲଖୀମପୁର ଖେରୀର ସାଧାରଣ ଶିକ୍ଷା ଅଫିସର ଲକ୍ଷ୍ମୀକାନ୍ତ ପାଣ୍ଡେ ଏବଂ ମହିଳା ଶିକ୍ଷା ଅଧିକାରୀ ରେଣୁ ଶ୍ରୀବାସ୍ତବ ଘଟଣାସ୍ଥଳରେ ପହଞ୍ଚି ସ୍ଥିତି ନିୟନ୍ତ୍ରଣ କରିଥିଲେ । ଏପରିକି ସ୍ଥାନୀୟ ମହିଳା ଥାନା ଅଧିକାରୀ ମଧ୍ୟ ପହଞ୍ଚିଥିଲେ । ଏହି ଘଟଣା ପରେ ପୋଲିସରେ ଏକ ମାମଲା ମଧ୍ୟ ରୁଜୁ କରାଯାଇଛି । ଦୁଇ ଶିକ୍ଷୟିତ୍ରୀ ମନୋରମା ମିଶ୍ର ଏବଂଗୋଲ୍ଡି କଟିୟାରଙ୍କ ବିରୋଧରେ ମାମଲା ରୁଜୁ କରାଯାଇଥିବା ବେଳେ ଏକ ତଦନ୍ତ କମିଟି ମଧ୍ୟ ଗଠନ କରାଯାଇଛି ।

Get real time updates directly on you device, subscribe now.