fbpx
BJD
BJD SKY
BJD SKY

ପାକିସ୍ତାନରେ ପଢ଼ିଲେ ଭାରତରେ ମିଳିବନି ଚାକିରି, ଜାଣନ୍ତୁ କ’ଣ ରହିଛି ନୂଆ ଗାଇଡଲାଇନ୍

ନୂଆଦିଲ୍ଲୀ: ପଡ଼ୋଶୀ ଦେଶ ପାକିସ୍ତାନ ପ୍ରତି କଡ଼ା ଆଭିମୁଖ୍ୟ ଗ୍ରହଣ କରିଛି ଭାରତ । ଉଚ୍ଚଶିକ୍ଷା ପାଇଁ ପାକିସ୍ତାନ ନଯିବାକୁ କେନ୍ଦ୍ର ପରାମର୍ଶ ଦେଇଛି । ନିଜ ଦେଶର ନାଗରିକ ଓ ପ୍ରବାସୀ ଭାରତୀୟଙ୍କୁ ଏପରି ପରାମର୍ଶ ଦେଇଛି କେନ୍ଦ୍ର ।

କେନ୍ଦ୍ରର କହିବା ମୁତାବକ, ପାକିସ୍ତାନରେ ପଢ଼ିଲେ ଭାରତରେ ଚାକିରି/ଉଚ୍ଚଶିକ୍ଷା ପାଇଁ ସୁଯୋଗ ମିଳିବନି । ପାକିସ୍ତାନର କୌଣସି କଲେଜରରେ ନାଁ ଲେଖାଇଲେ ଭାରତରେ ସୁଯୋଗ ମିଳିବନି । ଏନେଇ ଅଖିଳ ଭାରତୀୟ ବୈଷୟିକ ଶିକ୍ଷା ପରିଷଦ ଓ ୟୁଜିସି ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି ।

ଜାରି ହୋଇଥିବା ନୂଆ ଗାଇଡଲାଇନ୍ ଅନୁସାରେ, ପାକିସ୍ତାନରୁ ଆସିଥିବା ପ୍ରବାସୀଙ୍କ ପାଇଁ ଏହି ନିୟମ ଲାଗୁହେବନି ବୋଲି କୁହାଯାଇଛି । ସେମାନଙ୍କୁ ଭାରତୀୟ ନାଗରିକତା ହାସଲ ସହ ଗୃହ ମନ୍ତ୍ରଣାଳୟର ମଞ୍ଜୁରୀ ଆବଶ୍ୟକ ପଡିବ । ଏହା ପରେ ସେମାନେ ଚାକିରି ପାଇବାର ଯୋଗ୍ୟ ପାତ୍ର ହେବେ ।

Get real time updates directly on you device, subscribe now.