fbpx

ଲୋକଙ୍କ ପାଇଁ ଖୁସିଖବର! ଶସ୍ତା ହେଲା ଡାଲି, ଚାଉଳ ଏବଂ ସୋରିଷ ତେଲ ସମେତ ସମସ୍ତ ସାମଗ୍ରୀ, ଜାଣନ୍ତୁ ରେଟ୍

ନୂଆଦିଲ୍ଲୀ: ଦେଶରେ ଦରଦାମ୍ ଧିରେ ଧିରେ ବଢ଼ିବାରେ ଲାଗିଛି । ଏହାରି ମଧ୍ୟରେ ଲୋକମାନଙ୍କ ପାଇଁ ଆସିଛି ଏକ ଖୁସିଖବର । ଏହି ସପ୍ତାହରେ ଖାଦ୍ୟ ସାମଗ୍ରୀ ମୂଲ୍ୟରେ ହ୍ରାସ ଦେଖିବାକୁ ମିଳିଛି । ଅଟା, ଗହମରୁ ନେଇ ଡାଲି ଓ ଚିନି ସମେତ ସମସ୍ତ ଖାଇବା ଜିନିଷର ମୂଲ୍ୟରେ ହ୍ରାସ ଘଟିଛି । ଯଦି ଆପଣ ମଧ୍ୟ ରାସନ କିଣିବାକୁ ଯାଉଛନ୍ତି, ତେବେ ଚଳିତ ସପ୍ତାହରେ କେତେି ରେଟ୍ ହ୍ରାସ ପାଇଛି, ତାହା ଉପରେ ନଜର ପକାଇବା ନିହାରୀ ଜରୁରୀ ।

Consumer Affairs ୱେବସାଇଟ୍ ଅନୁଯାୟୀ, ଖାଦ୍ୟ ସାମଗ୍ରୀର ମୂଲ୍ୟ ପ୍ରତିଦିନ ସମୀକ୍ଷା କରାଯାଏ । ଯଦି ଆପଣ ଘରର ରାସନ କିଣୁଛନ୍ତି, ତା’ପୂର୍ବରୁ ଆପଣ ପ୍ରତ୍ୟେକ ଦିନର ଅତ୍ୟାଧୁନିକ ହାର ଯାଞ୍ଚ କରିପାରିବେ ।

ରାସନ କେତେ ଶସ୍ତା ?

ଚାଉଳ – କିଲୋଗ୍ରାମ ପିଛା ୩୭.୬୧ ଟଙ୍କା ।
ଗହମ – କିଲୋଗ୍ରାମ ପିଛା ୩୦.୮୬ ଟଙ୍କା ।
ଚନା ଡାଲି- କିଲୋଗ୍ରାମ ପିଛା ୭୨.୯୯ ଟଙ୍କା ।
ହରଡ ଡାଲି – କିଲୋଗ୍ରାମ ପିଛା ୧୧୦.୬୮ ଟଙ୍କା ।
ମୁଗ ଡାଲି- କିଲୋଗ୍ରାମ ପିଛା ୧୦୧.୮୬ ଟଙ୍କା ।
ମସୁର ଡାଲି – କିଲୋଗ୍ରାମ ପିଛା ୯୬.୪୩ ଟଙ୍କା ।
ଚିନି – କିଲୋଗ୍ରାମ ପିଛା ୪୨.୬୫ ଟଙ୍କା ।
ସୋରିଷ ତେଲ – ଲିଟର ପିଛା ୧୭୧.୬୭ ଟଙ୍କା ।

ଗତ ସପ୍ତାହ କେତେ ଥିଲା ରେଟ୍ ?

ଚାଉଳ – କିଲୋଗ୍ରାମ ପିଛା ୩୭.୮୬ ଟଙ୍କା ।
ଗହମ – କିଲୋଗ୍ରାମ ପିଛା ୩୧.୧୧ ଟଙ୍କା ।
ଚନା ଡାଲି – କିଲୋଗ୍ରାମ ପିଛା ୭୪.୧୧ ଟଙ୍କା ।
ହରଡ ଡାଲି – କିଲୋଗ୍ରାମ ପିଛା ୧୧୧.୩୩ ଟଙ୍କା ।
ମୁଗ ଡାଲି – କିଲୋଗ୍ରାମ ପିଛା ୧୦୨.୭୮ ଟଙ୍କା ।
ମସୁର ଡାଲି- କିଲୋଗ୍ରାମ ପିଛା ୯୭.୪୬ ଟଙ୍କା ।
ଚିନି – କିଲୋଗ୍ରାମ ପାଇଁ ୪୨.୩୧ ଟଙ୍କା ।
ସୋରିଷ ତେଲ – ଲିଟର ପିଛା ୧୭୩.୦୫ ଟଙ୍କା ।

ମୁଦ୍ରାସ୍ଫୀତି ଉପରେ ରିଲିଫ ଆରମ୍ଭ ହୋଇଛି ଯାହା ଗତ ଦିନରେ ରେକର୍ଡ ସ୍ତରରେ ପହଞ୍ଚିଥିଲା । ଧୀରେ ଧୀରେ ମୁଦ୍ରାସ୍ଫୀତି ହାର ପୂର୍ବ ତୁଳନାରେ ହ୍ରାସ ହେଉଥିବା ଦେଖାଯାଉଛି । ମୁଦ୍ରାସ୍ଫୀତି ସମ୍ପର୍କରେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ବୁଧବାର କହିଛନ୍ତି ଯେ, ମୁଦ୍ରାସ୍ଫୀତି ଏକ ସୁଲଭ ସ୍ତରକୁ ଆସିଛି ।

Get real time updates directly on you device, subscribe now.