fbpx

World Suicide Prevention Day 2022:କାହିଁକି ପିନ୍ଧାଯାଏ ହଳଦିଆ ରିବନ୍ ;ତାହା ଜାଣନ୍ତୁ

ଜୀବନ ଭଗବାନଙ୍କ ଦ୍ୱାରା ଦିଆଯାଇଥିବା ଏକ ସୁନ୍ଦର ଉପହାର ଟିଏ । ଏହି ଧରାପୃଷ୍ଠରେ ଜନ୍ମ ନେଇ ଆମେ ଅନେକ କିଛି ଲାଭ କରି ଥାଉ । ଆଉ ଜୀବନ ଅଛି ତ ସମସ୍ୟା ମଧ୍ୟ ରହିବ । ଏହା ଏଭଳି କିଛି ସମସ୍ୟା ପାଇଁ ଆଜି କାଲି ଲୋକ ମାନେ ଭୁଲ ପଦକ୍ଷେପ ନେଇ ଯାଉଛନ୍ତି । ଲୋକ ମାନେ ଛୋଟ ଛୋଟ କଥାରେ ଆତ୍ମହତ୍ୟା କରୁଛନ୍ତି । ଯାହାକି ବାସ୍ତବରେ ଏକ ଅପରାଧ । ଏଭଳି ଆତ୍ମହତ୍ୟା ରୋକିବା ପାଇଁ ଦିନ ଏବଂ ସଚେତନତା ସୃଷ୍ଟି କରିବା ପାଇଁ ପ୍ରତିବର୍ଷ ବିଶ୍ୱ ଆତ୍ମହତ୍ୟା ରୋକିବା ଦିବସ ପାଳନ କରାଯାଏ । ଆତ୍ମହତ୍ୟା ରୋକିବା ବିଷୟରେ କହିବା ଦ୍ୱାରା ଜୀବନ ରକ୍ଷା ହୋଇପାରିବ ବୋଲି ଦର୍ଶାଇବାକୁ ଯାଇ ଏହି ଦିନ ଏକ ହଳଦିଆ ରିବନ୍ ପିନ୍ଧାଯାଏ । ହଳଦିଆ ରିବନ୍ ଦର୍ଶାଏ ଯେ ଆତ୍ମହତ୍ୟା ପାଇଁ ସର୍ବଦା ଏକ ବିକଳ୍ପ ଅଛି ।

ବିଶ୍ୱ ଆତ୍ମହତ୍ୟା ରୋକିବା ଦିବସ କ’ଣ?
ପ୍ରତିବର୍ଷ ୧୦ ସେପ୍ଟେମ୍ବରରେ ବିଶ୍ୱ ଆତ୍ମହତ୍ୟା ରୋକିବା ଦିବସ ପାଳନ କରାଯାଏ । ଏହାକୁ ପାଳନ କରିବାର ଉଦ୍ଦେଶ୍ୟ ହେଉଛି ଆତ୍ମହତ୍ୟା ବିଷୟରେ ବାର୍ତ୍ତାଳାପ ଆରମ୍ଭ କରିବା ଏବଂ ଏହାକୁ ରୋକାଯାଇପାରିବ ବୋଲି ଦର୍ଶାଇବା । ୨୦୦୩ ମସିହାରୁ ସାରା ବିଶ୍ୱରେ ବିଭିନ୍ନ କାର୍ଯ୍ୟକଳାପ ସହିତ ଆତ୍ମହତ୍ୟାକୁ ରୋକିବା ପାଇଁ ସଚେତନତା ଦିବସ ପାଳନ କରାଯାଉଛି ।
ଏହି ବର୍ଷ ଆନ୍ତର୍ଜାତୀୟ ଆତ୍ମହତ୍ୟା ନିବାରଣ ଦିବସର ବିଷୟବସ୍ତୁ ହେଉଛି ‘ଆକ୍ସନ୍ ମାଧ୍ୟମରେ ଆଶା ସୃଷ୍ଟି କରିବା’ । ଏହି ଥିମ୍ ୨୦୨୧ ରୁ ଆରମ୍ଭ ହୋଇଥିଲା, ୨୦୨୨ ପର୍ୟ୍ୟନ୍ତ ଜାରି ରହିବ ଏବଂ ୨୦୨୩ ରେ ମଧ୍ୟ ରହିବ । ଏହି ଥିମର ଉଦ୍ଦେଶ୍ୟ ହେଉଛି ସ୍ମରଣ କରିବା ଯେ ଆତ୍ମହତ୍ୟାର ସର୍ବଦା ଏକ ବିକଳ୍ପ ଅଛି ।
ଦେଖିବାକୁ ଗଲେ ୨୦୨୦ରେ କେବଳ ରାଜଧାନୀରେ ୩୧୦ ଜଣ ଆତ୍ମହତ୍ୟା କରିଛନ୍ତି । ୨୦୨୧ରେ ୨୮୨ଟି ଘଟଣା ସାମ୍ନାକୁ ଆସିଛି । ସେହିପରି ଚଳିତବର୍ଷ ଏଯାବତ ୨୨୬ଟି ଘଟଣା ଘଟିଛି । ଆତ୍ମହତ୍ୟା କରୁଥିବା ବ୍ୟକ୍ତି ମଧ୍ୟରେ ଅଧିକାଂଶ ୧୮ ରୁ ୩୦ ବର୍ଷର । ମାନସିକ ରୋଗ ବିଶେଷଜ୍ଞ ଡାକ୍ତରଙ୍କ ମତରେ ଆର୍ଥିକ ପରିସ୍ଥିତି , ପ୍ରେମ ଜନିତ ବ୍ୟାପାର , ପାରିବାରିକ ସମସ୍ୟା ଭଳି ପ୍ରମୁଖ କାରଣ ପାଇଁ ଆତ୍ମହତ୍ୟା ବଢୁଛି । ସଠିକ୍ ଭାବରେ କାଉନ୍‌ସେଲିଂ ହେଲେ ଏହାକୁ ସାମାନ୍ୟ ପ୍ରତିହତ କରିହେବ । ୨୦୨୦ରେ ରାଜ୍ୟରେ ୫ ହଜାର ୫୪୬ ଜଣ ଆତ୍ମହତ୍ୟା କରିଥିବା ବେଳେ ୨୦୨୧ରେ ଏହି ସଂଖ୍ୟା ୫ ହଜାର ୬୫୧ରେ ପହଞ୍ଚିଛି । ରିପୋର୍ଟ ଅନୁସାରେ ରାଜ୍ୟରେ ଗତବର୍ଷ ପାରିବାରିକ ସମସ୍ୟାରୁ ୪ ହଜାର ୩୩ ଜଣ ଆତ୍ମହତ୍ୟା କରିଥିବା ବେଳେ ପରୀକ୍ଷାରେ ବିଫଳତା କାରଣରୁ ୧୩୫ ଜଣ , ବିବାହ ଜନିତ ସମସ୍ୟାରୁ ୧୩୪ ଜଣ , ପ୍ରେମଜନିତ କାରଣରୁ ୧୩୨ ଏବଂ ପରକୀୟା ପ୍ରୀତିରୁ ୧୩ ଜଣ ଆତ୍ମହତ୍ୟା କରିଛନ୍ତି ।

Get real time updates directly on you device, subscribe now.