fbpx

ବକ୍ସ ଅଫିସ୍‌ରେ ‘ବ୍ରହ୍ମାସ୍ତ୍ର’ର ଧମାଲ୍‌: ପ୍ରଥମ ଦିନରେ ଭାଙ୍ଗିଲା ସବୁ ରେକର୍ଡ

ମୁମ୍ବାଇ: ଆୟାନ ମୁଖାର୍ଜୀଙ୍କ ଫିଲ୍ମ ‘ବ୍ରହ୍ମାସ୍ତ୍ର’କୁ ନେଇ ଜନସାଧାରଣଙ୍କ ପ୍ରତିକ୍ରିୟା ବହୁତ୍ ଭଲ ରହିଛି। ମୁଖ୍ୟ ଭୂମିକାରେ ରଣବୀର କପୁର, ଆଲିଆ ଭଟ୍ଟଙ୍କ ଅଭିନୀତ ଏହି ଚଳଚ୍ଚିତ୍ର ଶୁକ୍ରବାର ଦିନ ପ୍ରେକ୍ଷାଳକୁ ଅସିଛି ଏବଂ ବକ୍ସ ଅଫିସରେ ଅନୁଯାୟୀ ଭଲ ବ୍ୟବସାୟ ମଧ୍ୟ କରିଛି। ପ୍ରଥମ ଦିନରେ ‘ବ୍ରହ୍ମାସ୍ତ୍ର’ର ୧୩୦୦୦ ରୁ ଅଧିକ ସୋ ସିନେମା ହଲରେ ଚାଲିଥିଲା। ଏହି ଚଳଚ୍ଚିତ୍ର ବିଷୟରେ ଜନସାଧାରଣଙ୍କ ମଧ୍ୟରେ ଏପରି ଏକ କ୍ରେଜ୍ ହୋଇଥିଲା ଯେ ପ୍ରଥମ ସୋ ଆରମ୍ଭ ହେବା ପୂର୍ବରୁ ମଧ୍ୟ ‘ବ୍ରହ୍ମାସ୍ତ୍ର’ କେବଳ ଅନଲାଇନ୍ ସୋ’ର ଅଗ୍ରୀମ ବୁକିଂରୁ ୧୯.୬୬ କୋଟି ଟଙ୍କା ସଂଗ୍ରହ କରିଥିଲା।

ରେକର୍ଡ ଭାଙ୍ଗିବ ‘ବ୍ରହ୍ମାସ୍ତ୍ର’: ଶୁକ୍ରବାର ଦିନ ‘ବ୍ରହ୍ମାସ୍ତ୍ର’ ରୋଜଗାରର ଆକଳନ ଦେଖି ଯେଉଁମାନେ ଫିଲ୍ମକୁ ହାଲୁକା ବୋଲି ଭାବୁଥିଲେ, ସେମାନଙ୍କ ଆକଳନ ଭୁଲ୍ ହୋଇପାରେ। ପ୍ରାରମ୍ଭିକ ରିପୋର୍ଟ ଅନୁଯାୟୀ, ‘ବ୍ରହ୍ମାସ୍ତ୍ର’ ପ୍ରଥମ ଦିନରେ ବକ୍ସ ଅଫିସରେ ପ୍ରାୟ ୩୬ କୋଟି ଟଙ୍କା ସଂଗ୍ରହ କରିଛି। ଏହି ଆକଳନ କେବଳ ଭାରତରୁ ରୋଜଗାରର ଅଟେ । ‘ବ୍ରହ୍ମାସ୍ତ୍ର’ର ହିନ୍ଦୀ ସଂସ୍କରଣ ବିଷୟରେ କହିବାକୁ ଗଲେ ଏହା ପ୍ରାୟ ୩୨ କୋଟି ଟଙ୍କା ହେବ ବୋଲି ଆକଳନ କରାଯାଇଛି।

ବିଶ୍ୱବ୍ୟାପୀ ସଂଗ୍ରହ ବିଷୟରେ କହିବାକୁ ଗଲେ ‘ବ୍ରହ୍ମାସ୍ତ୍ର’ ବକ୍ସ ଅଫିସରେ ୫୦ କୋଟିରୁ ଅଧିକ ଆୟ କରିପାରିଛି। ପ୍ରାଥମିକ ଆକଳନକୁ ବାଦ୍ ଦେଲେ ଏହି ସଂଖ୍ୟା ଆହୁରି ଭଲ ହୋଇପାରେ। କିନ୍ତୁ ବର୍ତ୍ତମାନ ଆଗକୁ ଛୁଟି ଦିନ ଥିବାରୁ ଏହା ଆହୁରି ଭଲ ବ୍ୟବସାୟ କରିପାରେ ବୋଲି କୁହାଯାଉଛି। କୋଭିଡ ୧୯ ପରେ ବଲିଉଡର ସବୁଠାରୁ ବଡ ଚଳଚ୍ଚିତ୍ର ହେବାକୁ ଯାଉଛି।

Get real time updates directly on you device, subscribe now.