fbpx

ଏହି ଫଳ ଖାଇବା ଦ୍ୱାରା କମ ହୋଇଥାଏ ବ୍ୟାଡ କୋଲେଷ୍ଟ୍ରଲ୍: ଶରୀରକୁ ମିଳିଥାଏ ଅନେକ ଫାଇଦା

ବର୍ତ୍ତମାନର ଅସ୍ୱାସ୍ଥ୍ୟକର ଜୀବନଶୈଳୀ ଏବଂ ଖରାପ ଖାଦ୍ୟ ଆଭ୍ୟାସ କରାଣରୁ ଆମକୁ ବିଭିନ୍ନ ପ୍ରକାର ସମସ୍ୟାର ସାମ୍ନା କରିବାକୁ ପଡିଥାଏ । ଯାହାଫଳରେ ଶରୀରରେ ଅନେକ ରୋଗ ହେବାର ଆଶଙ୍କାଦେଖାଦେଇଥାଏ । ତେବେ ଆଜିକାଲି ଅନେକ ଲୋକଙ୍କ ଶରୀରରେ ବ୍ୟାଡ କୋଲେଷ୍ଟ୍ରଲ ସମସ୍ୟା ଦେଖାଦେଥାଏ । ଯାହାକି କୌଣସି ବଡ ବିପଦରୁ କମ୍ ନୁହେଁ । ଯଦି ଏହାକୁ ସମୟ ଥାଉ ଥାଉ ନିୟନ୍ତ୍ରଣ କରା ନ ଯାଏ ତେବେ ଏହା ଉଚ୍ଚ ରକ୍ତଚାପ ସହିତ ଶରୀରରେ ଅନେକ ପ୍ରକାର ରୋଗ ସୃଷ୍ଟି କରିବାର ଆଶଙ୍କାକୁ ବୃଦ୍ଧି କରିଥାଏ । ତେବେ ଏପରି କିଛି ଜିନିଷ ଅଛି ଯାହାକୁ ଖାଇବା ଦ୍ୱାରା ଏହି ରୋଗ ନିୟନ୍ତ୍ରଣ ହେବା ସହିତ ଶରୀରକୁ ମଧ୍ୟ ଆରାମ ପ୍ରଦାନ କରିଥାଏ । ବର୍ତ୍ତମାନ ଆସନ୍ତୁ ଜାଣିବା ସେହି ଜିନିଷ ବିଷୟରେ ।

କୋଲେଷ୍ଟ୍ରଲ କମାଇବା ପାଇଁ ଖାଆନ୍ତୁ ଏହି ଫଳ: ଶରୀରକୁ ସୁସ୍ଥ ରଖିବା ପାଇଁ ଆମେ ଅନେକ ପ୍ରକାର ସ୍ୱାସ୍ଥ୍ୟକର ଖାଦ୍ୟସହିତ ବିଭିନ୍ନ ପ୍ରକାର ଫଳ ମଧ୍ୟ ଖାଇଥାଉ । ତେବେ ଏହି ଫଲ ମଧ୍ୟରେ ଅପରି ଅକ ଫଲ ଅଛି ଯାହା ବ୍ୟାଡ କୋଲେଷ୍ଟ୍ରଲ ପାଇଁ ରାମବାଣ ସଦୃଶ କାମ କରିଥାଏ । ତେବେ ସେହି ଫଳର ନାମ ହେଉଛି ଡ୍ରାଗନ । ଯାହାକୁ ନିୟମିତ ସେବନ କରିବା ଦ୍ୱାରା ଏହା ରକ୍ତରେ ଥିବା ବ୍ୟାଡ କୋଲେଷ୍ଟ୍ରୋଲ୍ ହ୍ରାସ କରିବାରେ ସାହାଯ୍ୟ କରିଥାଏ । ଏଥିସହିତ ଶରୀରକୁ ମଧ୍ୟ ଅନେକ ପ୍ରକାର ଫାଇଦା ଦେଇଥାଏ ।

ଡ୍ରାଗନ୍ ଫଳରୁ ମିଳୁଥିବା ପୁଷ୍ଟିକର ଖାଦ୍ୟ: ତେବେ ସ୍ୱାସ୍ଥ୍ୟ ବିଶେଷଜ୍ଞଙ୍କ ମତରେ ଏହି ଡ୍ରାଗନ୍ ଫଳରେ ଭିଟାମିନ୍, ମିନେରାଲ୍ସ ଏବଂ ଫାଇଟୋନ୍ୟୁଟ୍ରିଏଣ୍ଟସ୍ ଆଦି ଭରପୂର ମାତ୍ରାରେ ରହିଥାଏ । ଏତତ୍ ବ୍ୟତୀତ ଏହି ଡ୍ରାଗନ ଫଳରେ ଆଣ୍ଟିଅକ୍ସିଡାଣ୍ଟ, କାରୋଟିନ୍, ପ୍ରୋଟିନ୍ ଏବଂ ଫ୍ୟାଟି ଏସିଡ୍ ମଧ୍ୟ ରହିଥାଏ । ଯାହାକୁ ନିୟମିତ ଖାଇବା ସ୍ୱାସ୍ଥ୍ୟ ପକ୍ଷେ ଖୁବ୍ ଲାଭ ଦାୟକ ହୋଇଥାଏ ।

ଡ୍ରାଗନ୍ ଫଳ ଖାଇବାର ଲାଭ:

୧. କମ୍ ହୋଇଥାଏ କୋଲେଷ୍ଟ୍ରଲ: ଡ୍ରାଗନ୍ ଫଳରେ ପାଲିଅନସେଚୁରେଟେଡ୍ ଫ୍ୟାଟ୍, ଓମେଗା -୩ ଏବଂ ଓମେଗା -୬ ଫ୍ୟାଟି ଏସିଡ୍ ଭରପୂର ମାତ୍ରାରେ ରହିଥାଏ । ଯାହା ଶରୀରରେ ଥିବା ବ୍ୟାଡ୍ କୋଲେଷ୍ଟ୍ରୋଲ୍ କୁ କମ୍ କରିବାରେ ସାହାଯ୍ୟ କରିଥାଏ । ଏଥିରେ ଥିବା ଆଣ୍ଟିଅକ୍ସିଡାଣ୍ଟଗୁଡିକ LDL ସ୍ତରକୁ ହ୍ରାସ କରିଥାଏ ଅର୍ଥାତ ଖରାପ କୋଲେଷ୍ଟ୍ରଲ ନିୟନ୍ତ୍ରଣ କରିଥାଏ । ଯାହାଫଳରେ ଶରୀରରେ ବ୍ୟାଡ୍ କୋଲେଷ୍ଟ୍ରୋଲ୍ କମ୍ ହେବା ସହିତ ଶରୀର ମଧ୍ୟ ସୁସ୍ଥ ରହିଥାଏ ।

୨. ମଧୁମେହ ରୋଗ ପାଇଁ ପ୍ରଭାବଶାଳୀ: ଡ୍ରାଗନ୍ ଫଳ ରକ୍ତରେ ଶର୍କରା ସ୍ତରକୁ ହ୍ରାସ କରିଥାଏ । ଯାହା ମଧୁମେହ ରୋଗୀଙ୍କ ସ୍ୱାସ୍ଥ୍ୟ ପାଇଁ ଖୁବ୍ ଲାଭଦାୟକ ହୋଇଥାଏ । ଏଥିରେ ଥିବା ପଲିଫେନୋଲ୍, ଥାଇଲସ୍, କାରୋଟିନଏଡ୍ ଏବଂ ଗ୍ଲୁକୋସିନୋଲେଟ୍ ରକ୍ତରେ ଶର୍କରା ସ୍ତରକୁ ନିୟନ୍ତ୍ରଣ କରିବାରେ ସାହାଯ୍ୟ କରିଥାଏ । ଏଥିରେ ଉଚ୍ଚ ଫାଇବର ମଧ୍ୟ ଥାଏ ଯାହା ଖାଇବା ପରେ ଗ୍ଲୁକୋଜ ସ୍ତରର ବୃଦ୍ଧିକୁ ରୋକିଥାଏ ।

୩. ହୃଦୟ ଭଲ ରୁହେ: ଡ୍ରାଗନ୍ ଫଳରେ ଉପସ୍ଥିତ ଥିବା ଆଣ୍ଟିଅକ୍ସିଡାଣ୍ଟ ଶରୀରରେ ରକ୍ତ ସଞ୍ଚାଳନକୁ ବଜାୟ ରଖେ ଏବଂ ଧମନୀଗୁଡ଼ିକର କଠିନତାକୁ ହ୍ରାସ କରିଥାଏ । ଯାହା ହୃଦଘାତର ଆଶଙ୍କାକୁ କମାଇବାରେ ସାହାଯ୍ୟ କରିଥାଏ । ଏତତ୍ ବ୍ୟତୀତ, ଏହି ଫଳରେ ମନେଅନସେଚୁରେଟେଡ୍ ସଠିକ୍ ପରିମାଣରେ ରହିଥାଏ, ଯାହା ଆପଣଙ୍କ ହୃଦୟକୁ ସୁସ୍ଥ ରଖିବା ପାଇଁ ସାହାଯ୍ୟ କରେ ।

Get real time updates directly on you device, subscribe now.