fbpx

ଅସହାୟ ଡମ୍ବରୁଙ୍କୁ ଲୋଡ଼ା ସହାୟତା: ବିଛଣାରେ ପଡି ପଡି କଟୁଛି ଦିନ, ଚିକିିତ୍ସା ପାଇଁ ଅର୍ଥ ସାଜିଛି ବାଧକ

ନୂଆପଡ଼ା/ସିନାପାଲି, (ଭାସ୍କର ନ୍ୟୁଜ୍‌): ମୁଣ୍ଡ ଉପରୁ ଉଠିଗଲା ଭରସାର ହାତ । ଜୀବନ ସବୁ ଦୟନୀୟ ଓ ଦୁଃଖ ଭରା । କିଛି କରିବା ପାଇଁ ଇଚ୍ଛା ଥିଲେ ମଧ୍ୟ ମଉଳି ଯାଇଛି ସବୁ ସ୍ୱପ୍ନ । ଏତେ ବଡ ଦୁନିଆରେ ଅନାଥ ହୋଇଗଲେ ଡମ୍ବରୁ । ଏବେ କେବଳ ଅସହାୟ ନୁହନ୍ତି ଆସନ୍ତା କାଲିଟାବି ଡମ୍ବରୁଙ୍କ ପାଇଁ ଆହୁରି ଅନିଶ୍ଚିତ । ନୂଆପଡା ଜିଲ୍ଲା ସିନାପାଲି ବ୍ଲକ ପଲସାପଡ଼ା ଗ୍ରାମର ଅସହାୟ ଯୁବକ ଡମ୍ବରୁ ବୟସ ୩୦ । ପରିବାର କହିଲେ ବଡ଼ ଭାଇଟିଏ ଅଛି କିନ୍ତୁ ନଥିଲା ଭଳି ବାପା ମାଙ୍କ ମୃତ୍ୟୁ ପରେ ଅସହାୟ ହୋଇ ପଡ଼ିଛି ଓ ବଞ୍ଚିବାର ରାହା ଖୋଜୁଛି ।ଜଣେ ବଡ଼ ଭାଇ ଅଛି କିନ୍ତୁ ସେ ମଧ୍ୟ ଡମ୍ବରୁକୁ ଏ ପରିସ୍ଥିତିରେ ଛାଡ଼ି ଦେଇ ବାହାର ରାଜ୍ୟରେ ରହୁଛି ।

ପଲସାପଡ଼ା ହରିଜନ ବସ୍ତିରେ ରହୁଥିବା ଡମ୍ବରୁ, ଦିନଥିଲା ସ୍କୁଲରେ ଖେଳକୁଦରେ ଏକ ନମ୍ବର ଖେଳାଳୀ ଥିଲେ । କାଳକ୍ରମେ ବାପା ମା’ ଆରପାରିକୁ ଚାଲିଯିବା ପରେ ସେ ପାଠ ପଢ଼ିବା ଛାଡ଼ି ଦେଇ ବାହାର ରାଜ୍ୟକୁ ରାଜମିସ୍ତ୍ରୀ କାମ କରି ବହୁତ ଭଲ ଦୁଇ ପଇସା ରୋଜଗାର କରୁଥିଲେ । କିନ୍ତୁ ଭାଗ୍ୟର ବିଡମ୍ବନା, ଆଜକୁ ଦୁଇ ବର୍ଷ ହେବ ହଠାତ୍‌ ତାଙ୍କ ଗୋଡ଼ ହାତ ଅଚଳ ହୋଇଯାଇଛି ଯାହାଫଳରେ ସେ ଖଟିଆରେ ପଡ଼ି ରହିଛନ୍ତି । ଡମ୍ବରୁକୁ ଆହା ପଦେ କହିବାକୁ ପାଖରେ କେହି ନାହାନ୍ତି କି ରୋଷେଇ କରି ଭାତ ମୁଠାଏ ଦେବା ପାଇଁ କେହି ନାହିଁ । ସେ ଏ ଯନ୍ତ୍ରଣା କୁ ସହି ନପାରି ଦୁଇ ଦୁଇ ଥର ଆତ୍ମହତ୍ୟା କରିବା ପାଇଁ ଚେଷ୍ଟା ମଧ୍ୟ କରିଥଲେ । ହେଲେ ରମେଶ ନାମକ ଜଣେ ବ୍ୟକ୍ତି ତାଙ୍କୁ ଅଟକାଇ କହିଲେ ତୁ ଚିନ୍ତା କରନି ସାଙ୍ଗ ମୁଁ ଅଛି ତୋ ଜୀବନ ଥିବା ଯାଏଁ ମୁଁ ସବୁ କିଛି କରିବି । ସେଦିନଠୁ ସବୁ ଦିନ ରମେଶ ଓ ତାଙ୍କ ଭାଇ ଶମ୍ଭୁ ଦୁଇ ବେଳା ଭାତ ଆଣି ନିଜେ ଖୁଆଇ ଦିଅନ୍ତି । ଡମ୍ବରୁ ଯାହା ପଇସା ରଖିଥିଲେ ସେ ପଇସାରେ ଚିକିତ୍ସା ପାଇଁ ଅନେକ ଡ଼ାକ୍ତରଙ୍କୁ ଦେଖେଇ ଚିକିତ୍ସା ହେଉଥିଲେ ହେଲେ ପଇସା ସରିଗଲା ପରେ ଆଉ ବାଟ ଅନ୍ଧାର ହୋଇଯାଇଛି ଓ ଖାଟିଆରେ ପଡ଼ି ଭାଗ୍ୟକୁ ଆଦରି ପଡ଼ି ରହିଛନ୍ତି ଡମ୍ବରୁ ।

ଅନ୍ୟପଟେ ସରକାରୀ ସୁବିଧା କହିଲେ ଡମ୍ବରୁ କୁ କେବଳ ପାଞ୍ଚ କେଜି ଚାଉଳ ମିଳୁଛି । ଚିକିତ୍ସା ଅବହେଳା ଯୋଗୁଁ ଆଜି ଜଣେ ଯୁବକ ଜଣକ ଖଟିଆରେ ଦୁଇ ବର୍ଷ ହେଲା ପଡ଼ି ରହିଛି କିନ୍ତୁ କାହା ପାଖରେ କିଛି ଖବର ନାହିଁ । ଗାଁରେ ସ୍ୱାସ୍ଥ୍ୟ କର୍ମୀ ଆଶା, ଅଙ୍ଗନୱାଡି ଏଏନ୍‌ଏମ୍‌ ରିପୋର୍ଟ ଦେଉ ନାହାନ୍ତି କି ସ୍ୱାସ୍ଥ୍ୟ ବିଭାଗକୁ । ଡମ୍ବରୁଙ୍କ ସ୍ୱାସ୍ଥ୍ୟ ବିଷୟକୁ ନେଇ ଆମେ ପହଞ୍ଚି ଥିଲୁ ସିନାପାଲି ଗୋଷ୍ଠିସ୍ୱାସ୍ଥ୍ୟ କେନ୍ଦ୍ର ଡ଼. ମୋନାଲି ପ୍ରିୟଦର୍ଶିନୀ ଙ୍କ ପାଖରେ ସେ କହିଛନ୍ତି ମୁଁ ନିଜେ ତାଙ୍କ ଘରକୁ ଯାଇ ମୋ ସ୍ତରରେ ଯାହା ଚିକିତ୍ସା ହେବ ମୁଁ କରିବି ଓ ଏଠି ଯଦି ଭଲ ନହେଲେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ପଠାଇବାର ବ୍ୟବସ୍ଥା କରିବି ବୋଲି କହିଛନ୍ତି ଡ଼.ମୋନାଲି । ତେବେ ଯଦି ଏ ଯୁବକ ଡମ୍ବରୁଙ୍କୁ ଭଲ ଚିକିତ୍ସା କରାଯାଇ ତାହେଲେ ନିଶ୍ଚିତ ଭାବରେ ଭଲ ହୋଇଯିବ ବୋଲି ବିଶ୍ୱାସ ରହିଛି । ଏବେ ରହିଲା ସ୍ୱାସ୍ଥ୍ୟ ବିଭାଗର ପାଳି ତାଙ୍କୁ ଯେମିତି ଚିକିତ୍ସା କରାଯାଉଛି ତହିଁରେ ଆମ ନଜର । ତେବେ ଏଠି ସରକାରଙ୍କୁ ପ୍ରଶ୍ନ ସାଧାରଣରେ କରାଯାଉଛି କି ଡମ୍ବରୁଙ୍କ ଭଳି ଅସହାୟ ଯୁବକଙ୍କ ପାଇଁ କ’ଣ କିଛି ଯୋଜନା ନାହିଁ ? କୁଆଡ଼େ ଗଲା ସ୍ୱାସ୍ଥ୍ୟ ବିଭାଗ, କୁଆଡ଼େ ଗଲା ବିଜୁ ସ୍ୱାସ୍ଥ୍ୟ କାର୍ଡ, କେବେ ମିଳିବ ଚିକିତ୍ସା । ଘରକୁ ଆସିଲା ପରେ ୨/୩ ଜଣ ଯାଇକି ଦେଖି ଆସିଲା ପରେ ଅଧିକାରୀଙ୍କ ଦାୟିତ୍ୱ ସରିଗଲା । ଏମିତିରେ ମଣିଷ ବଞ୍ଚିବ କେମିତି ।

Get real time updates directly on you device, subscribe now.