fbpx

ରୂପି ସମସ୍ୟା ଦୂର କରିବାର ଘରୋଇ ଉପାୟ

ଆଉ ଅଳ୍ପ କିିିଛି ମାସ ଗଲେ ଶୀତଦିନ ଆସିବ।ଶୀତଦିନେ ରୂପି ହେବା ଏକ ସାଧାରଣ ସମସ୍ୟା । ଏଥିପାଇଁ ଆମେ ମାନେ ବହୁତୁ ଟଙ୍କା ଖର୍ଚ୍ଚ କରି ନାନା ପ୍ରକାରର ସାମ୍ପୁ ଏବଂ ତେଲ ବ୍ୟବହାର କଲେ ମଧ୍ୟ ଏହି ସମସ୍ୟା ଏତେ ସହଜରେ ଭଲ ହୁଏ ନାହିଁ । ତେବେ ଆସନ୍ତୁ ଜାଣିବା କିପରି ଘରୋଇ ଉପଚାରରେ ଏହି ରୂପି ସମସ୍ୟାକୁ ସମ୍ପୂର୍ଣ୍ଣ ଭାବେ ଭଲ ଦୂର କରିବା ।
ଆଲୋଭେରା ଜେଲରେ ଆଣ୍ଟବ୍ୟାକ୍ଟେରିଆଲ ଏବଂ ଆଣ୍ଟି ଫଙ୍ଗାଲ ଗୁଣ ରହିଅଛି । ଏଥି ଯୋଗୁ ଆଲୋଭେରା କେଶରୁ ରୂପି ଦୂର କରିଥାଏ । ଏଥିପାଇଁ ଦୁଇ ଚାମଚ ଆଲୋଭେରା ଜେଲରେ ଏକ ଚାମଚ ମହୁ ଏବଂ ଦୁଇ ଚାମଚ ଦହି ମିଶାନ୍ତୁ । ଏହି ମିଶ୍ରଣକୁ ମୁଣ୍ଡରେ ଲଗାଇ ୧୫ମିନିଟ ପରେ ଶାମ୍ପୁ କରି ଦିଅନ୍ତୁ । ଏହାବ୍ୟତୀତ ଆପଣ ତିନି ଚାମଚ ଆଲୋଭେରା ଜେଲରେ କିଛି ଡ୍ରପ ନିମ ତେଲ ମିଶାଇ ମୁଣ୍ଡରେ ଲଗାନ୍ତୁ । ଏହିପରି ସପ୍ତାହକୁ ୨ଥର କରନ୍ତୁ ।

ପ୍ରତିଦିନ ନିମ ତେଲ କେଶରେ ଲଗାଇଲେ ରୂପି ସମସ୍ୟାରୁ ମୁକ୍ତି ମିଳିଥାଏ । ନିମ ଶାମ୍ଫୁ ଲଗାଇଲେ ମଧ୍ୟ ମୁଣ୍ଡ କୁଣ୍ଡାଇ ହୋଇ ନଥାଏ କି କେଶରେ ଜଟା ହୋଇ ନଥାଏ । ଯାହା ଫଳରେ ଚୁଟି ମଧ୍ୟ କମ ଝଡ଼ିଥାଏ ।
ରାଶି ତେଲ ବ୍ୟବହାର ଦ୍ୱାରା ରୂପି ସମସ୍ୟା ସମ୍ପୂର୍ଣ୍ଣ ରୂପେ ବନ୍ଦ ହୋଇଯାଏ । ତେଣୁ ଶୀତ ଦିନେ ରାଶି ତେଲ ବ୍ୟବହାର କଲେ ରୂପି ସମସ୍ୟା ଆଦୌ ଦେଖା ଦେଇ ନଥାଏ । ରାଶି ତେଲ ଲଗାଇଲେ କେଶ ଘନ ହେବା ସହ କଳା ମଧ୍ୟ ହୋଇଥାଏ ।
ରୂପି ସମସ୍ୟା ଦୂର କରିବାରେ ଦହି ଏକ ଭଲ ଉପାୟ । ଦହିକୁ ସପ୍ତାହରେ ୩-୪ଦିନ କେଶରେ ଲଗାନ୍ତୁ । ଦହିକୁ କେଶରେ ଲଗାଇ ଅଧଘା ପରେ କେଶ ଧୋଇ ଦିଅନ୍ତୁ । ଦେଖିବେ ବହୁତ କମ ଦିନରେ ଆପଣ ରୂପି ସମସ୍ୟାରୁ ମୁକ୍ତ ହେବେ । ଏପରିକି କେଶ ଝଡ଼ିବା ମଧ୍ୟ ଦୂର ହୋଇଯାଇଥାଏ ।
ଅଣ୍ଡା ଓ ଲେମ୍ବୁ ରସ ମଧ୍ୟ ରୂପି ଭଲ କରିବାରେ ସାହାଯ୍ୟ କରିଥାଏ । ଏଥିପାଇଁ ଏକ ପାତ୍ରରେ କିଛି ଲେମ୍ବୁ ରସ ଓ ଅଣ୍ଡାର ହଳଦିଆ ଅଂଶକୁ ଗୋଳାଇ ମୁଣ୍ଡରେ ଭଲ ଭାବରେ ମାଲିସ କରନ୍ତୁ । ଏହାକୁ ପ୍ରାୟ ୨ଘା ରଖିବା ପରେ ସମ୍ପୂର୍ଣ୍ଣ ଶୁଖିଯିବା ପରେ ଶାମ୍ପୁ କରିଦିଅନ୍ତୁ । ସପ୍ତାହକୁ ୩-୪ଥର ଏପରି କଲେ ରୂପି ସମସ୍ୟା ସମ୍ପୂର୍ଣ୍ଣ ଭଲ ହୋଇଯାଇଥାଏ ।
ରାତିରେ ଏକ ମୁଠା ମେଥି ପାଣିରେ ଭିଜାଇ ସକାଳେ ଏହାର ପେଷ୍ଟ ପ୍ରସ୍ତୁତ କରି ମୁଣ୍ଡରେ ଲଗାନ୍ତୁ । ପାଖାପାଖି ୧ଘା ରଖିବା ପରେ ମୁଣ୍ଡ ସଫା କରିଦିଅନ୍ତୁ । ଏହା ଦ୍ୱାରା ରୂପି ଜନିତ ସମସ୍ୟା ଭଲ ହୋଇଥାଏ । ଚୁଟି ଝଡ଼ିବା ମଧ୍ୟ କମ ହୋଇଥାଏ ।
ଚୁଟି ଅନୁସାରେ ଲେମ୍ବୁ ରସ ନେଇ ଚୁଟି ମୂଳରେ ଲଗେଇ ୨୦ରୁ ୨୫ ମିନିଟ ଛାଡ଼ି ଦିଅନ୍ତୁ । ତାପରେ ସାମ୍ପୁ କରନ୍ତୁ ଏଥିରେ ରୂପି ସମସ୍ୟା ଦୂର ହୋଇଯାଇଥାଏ । ଏହିପରି ସପ୍ତାହକୁ ୨ଥର କରନ୍ତୁ ।

Get real time updates directly on you device, subscribe now.