fbpx

ବିପଦ ସଂକେତ ଟପିଲା ସୁବର୍ଣ୍ଣରେଖା

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ବାତ୍ୟା ୟଶ୍ ପରେ ବର୍ତ୍ତମାନ ବିଭିନ୍ନ ନଦୀରେ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି । ଏହି ପରିପ୍ରେକ୍ଷୀରେ ସୁବର୍ଣ୍ଣରେଖା ନଦୀ ଉଛୁଳୁଛି । ଜାମଶୋଳାଘାଟ ଠାରେ ବିପଦ ସଂକେତ ସୁବର୍ଣ୍ଣରେଖା ଟପିଛି । ସେଠାରେ ବିପଦ ସଂକେତ ୪୯.୧୬ ମିଟର ରହିଥିବା ବେଳେ ବର୍ତ୍ତମାନ ରହିଛି ୫୦.୮୮ ମିଟର୍ ରହିଛି । ଝାଡଖଣ୍ଡରେ ପ୍ରବଳ ବର୍ଷା କାରଣରୁ ଗାଲୁଡିହି ବ୍ୟାରେଜ୍ ଖୋଲିଛି । ଆଉ ସେହି ଗାଲୁଡିହି ବ୍ୟାରେଜ୍ ଖୋଲିବା ପରେ ସୁବର୍ଣ୍ଣରେଖା ବିପଦ ସଂକେତ ଡେଇଁଛି । ତେବେ ଏହାକୁ ଏନେଇ ଏସଆରସି ସୂଚନା ଦେଇଛନ୍ତି । ସେ କହିଛନ୍ତି ଯେ, ସମ୍ଭାବ୍ୟ ବନ୍ୟା ପାଇଁ ପ୍ରଶାସନ ସମ୍ପୂର୍ଣ୍ଣ ପ୍ରସ୍ତୁତ ରହିଛି । ସେହିପରି ବାଲେଶ୍ୱରରେ ମଧ୍ୟ ବାତ୍ୟା ପରେ ପରିସ୍ଥିତି ଜଟିଳ ରହିଛି । ବିଭିନ୍ନ ଗାଁରେ ପାଣି ପଶିବା ସହିତ ଅନେକ ଲୋକ ଏବେ ଜଳବନ୍ଦୀ ଅବସ୍ଥାରେ ରହିଛନ୍ତି । ସରକାର ପ୍ରଭାବିତ ଲୋକମାନଙ୍କ ପାଇଁ ରିଲିଫ୍ ର ବ୍ୟବସ୍ଥା କରିଛନ୍ତି ।

Get real time updates directly on you device, subscribe now.