fbpx

ଭୟାବହ ଅଗ୍ନିକାଣ୍ଡ: ଜଳିଗଲା ୧୫ ବଖରା, ୧୧ ଗାଈ ଜୀବନ୍ତ ଦଗ୍ଧ

ଭଦ୍ରକ, ୨୮ା୩ (ଓଡିଶା ଭାସ୍କର): ଭଦ୍ରକ ଜିଲ୍ଲା ଚାନ୍ଦବାଲି ବ୍ଲକ ହେଙ୍ଗୁପତି ମହାଳିକ ସାହିରେ ଏକ ଭୟଙ୍କର ଅଗ୍ନିକାଣ୍ଡ ଘଟିଛି । ଏହି ଅଗ୍ନିକାଣ୍ଡରେ ୧୫ ବଖରା ଜଳିଯିବା ସହ ୧୧ ଗାଈ ଜୀବନ୍ତ ଦଗ୍ଧ ହୋଇଛନ୍ତି । ଅଗ୍ନିକାଣ୍ଡରେ ଲକ୍ଷାଧିକ ଟଙ୍କାର ଆସବାବପତ୍ର ଓ ଧାନ ଚାଉଳ ନଷ୍ଟ ହୋଇଯାଇଛି । ଗ୍ରାମବାସୀମାନେ ଚେଷ୍ଟା କରିଥିଲେ ମଧ୍ୟ ନିଆଁକୁ ଆୟତ୍ତ କରିବାରେ ସକ୍ଷମ ହୋଇନଥିଲେ । ଫଳରେ ତିହିଡ଼ି ଓ ଗଦି ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲେ । ତେବେ କାଳବୈଶାଖୀ ପ୍ରଭାବରେ ବଜ୍ରାଘାତ ଯୋଗୁଁ ଏହି ଅଗ୍ନିକାଣ୍ଡ ଘଟିଥିବା ଅନୁମାନ କରାଯାଉଛି । ଅଗ୍ନି ବିପନ୍ନ ପରିବାରଙ୍କୁ ସରକାରୀ ସହାୟତା ଯୋଗାଇ ଦେବାକୁ ଜନସାଧାରଣ ଦାବି କରିଥିବା ଜଣାପଡ଼ିଛି ।

Get real time updates directly on you device, subscribe now.