fbpx
BJD
BJD SKY
BJD SKY

କ୍ରିକେଟ ଇତିହାସରେ ପ୍ରଥମ ଟ୍ରାନ୍ସଜେଣ୍ଡରଙ୍କ ଏଣ୍ଟ୍ରୀ, ମହିଳା ଟିମ୍ ରେ ଦେଖାଇବେ ଜଲୱା

ନୂଆଦିଲ୍ଲୀ: କ୍ରିକେଟ ଇତିହାସରେ ଏକ ନୂଆ ଅଧ୍ୟାୟ ଯୋଡି ହେବାକୁ ଯାଉଛି । ଏଣିକି କ୍ରିକେଟରେ ସାମିଲ ହେବେ ଟ୍ରାନ୍ସଜେଣ୍ଡର । କାନାଡା ପ୍ରଥମେ ଏପରି ଏକ ନୂଆ ଅଧ୍ୟାୟ ଆରମ୍ଭ କରିଛି । ଡାନିଏଲ୍ ମ୍ୟାକଗାହେ ହେଉଛନ୍ତି ପ୍ରଥମ ଟ୍ରାନ୍ସଜେଣ୍ଡର ମହିଳା ଯିଏକି ଅନ୍ତଃରାଷ୍ଟ୍ରୀୟ କ୍ରିକେଟରେ ଭାଗ ନେବେ । ଗୁରୁବାର ଏ ସଂପର୍କରେ ସୂଚନା ଦେଇ ଆଇସିସି କହିଛି ଡାନିଏଲ୍ ମେଲ୍ ଟୁ ଫିମେଲ୍ କ୍ରାଇଟେରିଆ ପୂରଣ କରି ସାରିଛନ୍ତି ।

୨୯ ବର୍ଷୀୟା ଡାନିଏଲ ଅଷ୍ଟ୍ରେଲିଆର ମୂଳ ବାସିନ୍ଦା । କିନ୍ତୁ ୨୦୨୦ରେ ସେ କାନାଡା ଚାଲିଯାଇଥିଲେ । ୨୦୨୦ରେ ସେ ସାମାଜିକ ରୂପରେ ପୁରୁଷରୁ ମହିଳାକୁ ପରିବର୍ତ୍ତିତ ହୋଇଥିଲେ । ଡାନିଏଲ ବିବିସିକୁ କହିଛନ୍ତି ଅନ୍ତଃରାଷ୍ଟ୍ରୀୟ ସ୍ତରରେ ଜଣେ ଟ୍ରାନ୍ସଜେଣ୍ଡର ଭାବରେ ଖେଳିବା ମୋ ପାଇଁ ବଡ ସମ୍ମାନର କଥା ।

ଡାନିଏଲ୍ ବ୍ରାଜିଲରେ ଦକ୍ଷିଣ ଆମେରିକା ମହିଳା ଚାମ୍ପିଅନସିପରେ କାନାଡା ପାଇଁ ୪ ମ୍ୟାଚ୍ ଖେଳିଛନ୍ତି ଯେଉଁଥିରେ କାନାଡା ବିଜୟ ଲାଭ କରିଛି । କିନ୍ତୁ ଏହି ଟୁର୍ଣ୍ଣାମେଣ୍ଟକୁ ଅନ୍ତଃରାଷ୍ଟ୍ରୀୟ ମ୍ୟାଚ୍ ମାନ୍ୟତା ମିଳି ନ ଥିଲା । ଆମେରିକା କ୍ୱାଲିଫାୟର ୪ରୁ ୧୧ ସେପ୍ଟେମ୍ବର ପର୍ଯ୍ୟନ୍ତ ଲସ ଏଞ୍ଜେଲସରେ ଆୟୋଜିତ ହେବ ଯେଉଁଥିରେ ଆର୍ଜେଣ୍ଟିନା, ବ୍ରାଜିଲ, କାନାଡା ଓ ଆୟୋଜନକର୍ତ୍ତା ଆମେରିକା ସାମିଲ ହେବ । ଏହି ମ୍ୟାଚରେ ବିଜେତା ଗ୍ଲୋବାଲ କ୍ୱାଲିଫାୟାର ଶ୍ରେଣୀରେ ଆଗକୁ ବଢିବେ ଓ ବାଙ୍ଗଲାଦେଶରେ ହେବାକୁ ଯାଉଥିବା ଆଗାମୀ ଟି୨୦ ୱାର୍ଲ୍ଡ କପ୍ରେ ସ୍ଥାନ ପାଇବା ଲାଗି ମନୋନୀତ ହେବେ ।

Get real time updates directly on you device, subscribe now.