fbpx

ହଷ୍ଟେଲରେ ମୃତଶିଶୁକୁ ଜନ୍ମଦେଲା ୧୭ ବର୍ଷର ଛାତ୍ରୀ, ୱାର୍ଡେନ ନିଲମ୍ବିତ

ଦନ୍ତେୱାଡା,୧୯ ।୧: ଛତିଶଗଡର ଦନ୍ତେୱାଡାରେ ଜଣେ ୧୭ ବର୍ଷିୟା ଛାତ୍ରୀ ହଷ୍ଟେଲରେ ମୃତ ଶିଶୁକୁ ଜନ୍ମ ଦେବା ଘଟଣା ସାମ୍ନାକୁ ଆସିଛି । ଘଟଣାର ଜଣାପଡିବା ପରେ ସ୍ଥାନୀୟ ଅଞ୍ଚଳରେ ଆଲୋଡନ ସୃଷ୍ଟି ହୋଇଛି । ଖବର ମୁତାବକ, ସମସ୍ତ ଘଟଣା ହଷ୍ଟେଲ ୱାର୍ଡେନ ହେମଲତା ନାଗଙ୍କ ଉପସ୍ଥିତିରେ ହୋଇଛି । କିନ୍ତୁ ହେମଲତା ଘଟଣାକୁ ଚପାଇଦେବାକୁ ଚେଷ୍ଟା କରୁଥିବାରୁ ତାଙ୍କୁ ନିଲମ୍ବିତ କରାଯାଇଛି ।

ତେବେ ଦନ୍ତେୱାଡାରେ ୧୧ତମ କକ୍ଷରେ ପଢୁଥିବା ୧୭ ବର୍ଷିୟା ଛାତ୍ରୀ ବିଳମ୍ବିତ ରାତିରେ ହଷ୍ଟେଲରେ ମୃତଶିଶୁକୁ ଜନ୍ମ ଦେଇଥିଲେ । ଘଟଣା ସାମ୍ନାକୁ ଆସିବାରୁ ୱାର୍ଡେନ ହେମଲତା ତାଙ୍କୁ ମେଡିକାଲରେ ଭର୍ତ୍ତି କରାଇଥିଲେ । ଘଟଣାର ଖୁଲାସା ହେବା ପରେ ଜଣାପଡିଲା କି, ପୂର୍ବରୁ ଛାତ୍ରୀଙ୍କୁ ଜିଲ୍ଲା ମେଡିକାଲରେ ଭର୍ତ୍ତି କରାଯାଇଥିଲା, କିନ୍ତୁ ସେଠାରୁ ସେ କାହାକୁ କିଛି ନକହି ଚାଲିଯାଇଥିଲେ । ପ୍ରଶାସନ ପକ୍ଷରୁ ହଷ୍ଟେଲ ୱାର୍ଡେନ ହେମଲତାଙ୍କୁ ନିଲମ୍ବିତ କରାଯାଇ ଘଟଣାର ତଦନ୍ତ କରାଯାଉଛି ।

Get real time updates directly on you device, subscribe now.