fbpx

ସୁନନ୍ଦାଙ୍କ ପରଲୋକରେ ମୁଖ୍ୟମନ୍ତ୍ରୀଙ୍କ ଶୋକ

ଭୁବନେଶ୍ୱର, ୧୯ା୧(ଓଡ଼ିଶା ଭାସ୍କର): ସୁନନ୍ଦା ପଟ୍ଟନାୟକଙ୍କ ପରଲୋକରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଗଭୀର ଦୁଃଖପ୍ରକାଶ କରିଛନ୍ତି । ସେ ଟ୍ୱିଟ କରି ସୁନନ୍ଦାଙ୍କର ଅମର ଆତ୍ମାର ସଦଗତି କାମନା କରିଛନ୍ତି । ଏହାସହ ସୁନନ୍ଦାଙ୍କ ଦେହାନ୍ତ ବିଷୟରେ ଜାଣି ମୁଁ ଦୁଃଖିତ ବୋଲି ସେ କହିଛନ୍ତି । ଶାସ୍ତ୍ରୀୟ ସଙ୍ଗୀତ ଜଗତରେ ତାଙ୍କ ସ୍ଥାନ ସର୍ବଦା ସ୍ୱତନ୍ତ୍ର ରହିବ । ଏହାସହ ଶୋକସନ୍ତପ ପରିବାରବର୍ଗଙ୍କ ପ୍ରତି ତାଙ୍କର ସମବେଦନା ଜଣାଇଛନ୍ତି ।

କଣ୍ଠଶିଳ୍ପୀ ସୁନନ୍ଦା ପଟ୍ଟନାୟକ ଆଜି ୮୫ବର୍ଷ ବୟସରେ ପରଲୋକ ଘଟିଛି । କୋଲକାତାରେ ଏକ ଘରୋଇ ହସ୍ପିଟାଲରେ ତାଙ୍କର ଦେହାନ୍ତ ଘଟିଛି । ଅସୁସ୍ଥତା ଯୋଗୁଁ ବହୁ ଦିନ ଧରି ସେ ଚିକିତ୍ସିତ ହେଉଥିଲେ । ପ୍ରଖ୍ୟାତ କବି ବୈକୁଣ୍ଠନାଥ ପଟ୍ଟନାୟକଙ୍କ ଝିଅ ଥିଲେ ସୁନନ୍ଦା । ସାହିତ୍ୟ ଓ ସଙ୍ଗୀତରେ ଡକ୍ଟରେଟ ଲାଭ କରିବା ସହ ସଙ୍ଗୀତ ନାଟକ ଏକାଡେମୀ ପୁରସ୍କାର ପାଇଥିଲେ । ଏହା ସହ ତାଙ୍କୁ ଉତ୍କଳ ରତ୍ନ ସମ୍ମାନରେ ସମ୍ମାନିତ କରାଯାଇଥିଲା । ସଙ୍ଗୀତରେ ନୀଳମାଧବ, ସୁବର୍ଣ୍ଣମୁଖୀ ଭଳି ୯ଟି ରାଗ ସେ ସୃଷ୍ଟି କରିଥିଲେ । ତେବେ ସୁନନ୍ଦାଙ୍କ ଉପରେ ନିର୍ମାଣ ହୋଇଥିବା ‘ନୀଳମାଧବ’କୁ ଜାତୀୟ ପୁରସ୍କାର ମିଳିଥିଲା ।

Get real time updates directly on you device, subscribe now.