fbpx

୧୯୬୫ ଭାରତ-ପାକିସ୍ତାନ ଯୁଦ୍ଧ ସମୟରେ ଆମେରିକା ଭାରତକୁ ଗହମ ଦେବ ନାହିଁ ବୋଲି ଧମକାଇଥିଲା, ଆଉ ଆଜି ଭାରତ ଗହମ ରପ୍ତାନୀ କରୁ ବୋଲି ନେହୁରା ହେଉଛି

ନୂଆଦିଲ୍ଲୀ: ଭାରତ ସରକାର ଗହମ ରପ୍ତାନୀ ଉପରେ ରୋକ ଲଗାଇବାକୁ ନେଇ ଏବେ ଚାରିଆଡ଼େ ଆଲୋଚନା ଚାଲିଛି । ଆମେରିକା ସମେତ ବିଶ୍ୱର ଅନେକ ଦେଶର ସରକାର ଏହି ନିଷ୍ପତ୍ତି ପରେ ଚିନ୍ତାରେ ପଡ଼ିଯାଇଛନ୍ତି । ଦେଶରେ ଗହମ ଓ ଅଟାର ଦରକୁ ନିୟନ୍ତ୍ରଣକୁ ଆଣିବା ପାଇଁ ଭାରତ ସରକାର ଏହି ପଦକ୍ଷେପ ନେଇଥିଲେ । ଗହମ ରପ୍ତାନୀ ଉପରେ ରୋକ ଲଗାଇବା ପରେ ଭାରତ ଉପରେ ଖପ୍ପା ହୋଇଯାଇଛି ଆମେରିକା । ଜର୍ମାନୀ ଠାରେ ଅନୁଷ୍ଠିତ ଜି-୭ ମିଟିଂରେ ଆମେରିକା ଭାରତର ପଦକ୍ଷେପକୁ ‘ଗଲତ ସମୟ ମେଁ ଗଲତ କଦମ’ ବୋଲି କହିଛି ।

ଗତ ୧୩ ତାରିଖରେ ଭାରତ ସରକାର ଗହମ ରପ୍ତାନୀ ଉପରେ ରୋକ ଲଗାଇଥିଲେ । ଗୋଟିଏ ପଟେ ରୁଷ-ୟୁକ୍ରେନ ଯୁଦ୍ଧ ପରେ ବିଶ୍ୱରେ ଗହମ ସଙ୍କଟ ସୃଷ୍ଟି ହୋଇଥିବା ବେଳେ ଭାରତର ଏହି ପଦକ୍ଷେପ ଅନେକ ରାଷ୍ଟ୍ରଙ୍କ ଚିନ୍ତା ବଢ଼ାଇ ଦେଇଥିଲା । ଚୀନ ପରେ ଭାରତ ବିଶ୍ୱର ଦ୍ୱିତୀୟ ଗହମ ଉତ୍ପାଦନକାରୀ ରାଷ୍ଟ୍ର ଭାବେ ୨୦୨୧-୨୨ ବର୍ଷରେ ୧,୧୧୩ ଲକ୍ଷ ଟନ ଗହମ ଉତ୍ପାଦନ କରିଛି ।

ତେବେ ଭାରତର ଗହମ ରପ୍ତାନୀ ନିଷ୍ପତ୍ତିକୁ ନେଇ ଆମେରିକାର ଅସନ୍ତୋଷ ଅତୀତର ଏକ ଅକୁହା କାହାଣୀକୁ ପୁନର୍ଜିବିତ କରିଦେଇଛି । ତେବେ ଏକଥା ଆପଣମାନେ ହୁଏତ ଜାଣିନଥିବେ, ଆମେରିକା ଗହମ ପାଇଁ ଭାରତକୁ ଧମକାଉ ଥିଲା । ସେତେବେଳେ ଭାରତ ଗହମ ପାଇଁ ଆମେରିକା ଉପରେ ନିର୍ଭର କରୁଥିଲା । ୧୯୬୫ ପାକିସ୍ତାନ ଯୁଦ୍ଧ ସମୟରେ ଆମେରିକା ଭାରତକୁ ଗହମ ନ ଦେବା ପାଇଁ ଧମକାଇ ଥିଲା । କେବଳ ଏତିକି ନୁହେଁ, ଭାରତକୁ ‘ଭିକାରିଙ୍କ ଦେଶ’ ବୋଲି କହିବାକୁ ମଧ୍ୟ ପଛାଇ ନଥିଲା । ମାତ୍ର ଆଜି ସମୟ ବଦଳିଛି । ୫୭ ବର୍ଷ ତଳର ଭାରତ ଆଜି ବହୁତ ଆଗକୁ ବଢ଼ିଯାଇଛି । ଶିକ୍ଷା, ସ୍ୱାସ୍ଥ୍ୟ, କୃଷି, ପ୍ରଯୁକ୍ତିବିଦ୍ୟା, ମହାକାଶ ଆଦି କ୍ଷେତ୍ରରେ ବହୁ ଆଗକୁ ଯାଇ ମହାଶକ୍ତିମାନଙ୍କୁ ଟକ୍କର ଦେଇ ପାରୁଛି । ଆଜି ଭାରତ ଗହମ ରପ୍ତାନୀ ବନ୍ଦ କରିଦେଲେ ଆମେରିକାର ମୁଣ୍ଡ ଟିଣ ହୋଇଯାଉଛି । ମନ ଭିତରୁ ଗୋଟିଏ କଥା ସ୍ୱତଃପ୍ରବୃତ୍ତ ଭାବେ ଝରି ଆଉଛି ‘ଧନ୍ୟରେ ଆମେରିକା, ଧନ୍ୟ ତୋର ଦୋମୁହାଁ ନୀତି’ ।

Get real time updates directly on you device, subscribe now.