fbpx

ଓଡ଼ିଶା ବିଶ୍ୱବିଦ୍ୟାଳୟ ସଂଶୋଧନ ଆଇନ୍ ଉପରେ ଲାଗିଲା ସୁପ୍ରିମକୋର୍ଟ ରୋକ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ବିଶ୍ୱବିଦ୍ୟାଳୟ ଆଇନରେ ଲାଗିଲା ସୁପ୍ରିମକୋର୍ଟ ରୋକ୍ । ଏ ସମ୍ପର୍କିତ ଏକ ମାମଲାର ଶୁଣାଣି କରି ଏଭଳି ରାୟ ଦେଇଛନ୍ତି ସୁପ୍ରିମକୋର୍ଟ । ଓଡ଼ିଶା ବିଶ୍ୱବିଦ୍ୟାଳୟ ସଂଶୋଧନ ବିଲ ଉପରେ ୩ ମାସ ପାଇଁ ରହିତା ଦେଶ ଲାଗୁ କରିଛନ୍ତି ସର୍ବୋଚ୍ଚ କୋର୍ଟ ।

ଏହି ମାମଲାରେ ସର୍ବୋଚ୍ଚ ଅଦାଲତ ଓଡ଼ିଶା ସରକାରଙ୍କୁ ଜବାବ ତଲବ କରିଛନ୍ତି । ଆସନ୍ତା ୨ ମାସ ପରେ ଏହି ମାମଲାର ପରବର୍ତ୍ତୀ ଶୁଣାଣି ନିମନ୍ତେ ତାରିଖ ସ୍ଥିର ହୋଇଛି । ପୂର୍ବରୁ ୟୁନିଭରସିଟି ସଂଶୋଧିତ ବିଲକୁ ଓଡ଼ିଶା ହାଇକୋର୍ଟ କ୍ଲିନ୍ ଚିଟ୍ ଦେଇଥିଲେ । ଉକ୍ତ ଆଇନରେ ଅନେକ ସଂଶୋଧନ କରାଯାଇଥିବା ବେଳେ ତାହାକୁ ଚ୍ୟାଲେଞ୍ଜ କରି ଜଣେ ପ୍ରଫେସର ସୁପ୍ରିମକୋର୍ଟ ଯାଇଥିଲେ ।

ତେବେ ପୂର୍ବରୁ ଓଡ଼ିଶା ବିଧାନସଭାରେ ଗୃହୀତ ବିଶ୍ୱବିଦ୍ୟାଳୟ ସଂଶୋଧନ ବିଲ୍ ୨୦୨୦ ଉଚ୍ଛେଦ ପାଇଁ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଚିଠି ଲେଖିଥିଲେ । ରାଜ୍ୟବାସୀଙ୍କ ସ୍ୱାର୍ଥ ପାଇଁ ଏହି ବିଲ୍ ଉଚ୍ଛେଦ ହେବା ଦରକାର ବୋଲି ଦର୍ଶାଇ ଶ୍ରୀ ପ୍ରଧାନ କେନ୍ଦ୍ର ଶିକ୍ଷାମନ୍ତ୍ରୀଙ୍କ ନିକଟକୁ ଚିଠି ଲେଖିଥିଲେ ।

Get real time updates directly on you device, subscribe now.