fbpx

ଏକା ସାଙ୍ଗରେ ତିନି ତିନିଟି ହେଲିକପ୍ଟର ଟାଣି କଲେ ବିଶ୍ୱ ରେକର୍ଡ, ଭିଡିଓ ଦେଖିଲେ ଆପଣ ବି ହୋଇଯିବେ ଆଶ୍ଚର୍ଯ୍ୟ

ବିଶ୍ୱ ରେକର୍ଡ କରିବାକୁ ଅନେକ ଲୋକ ଚାହିଥାନ୍ତି । ଏହି ବିଶ୍ୱ ରେକର୍ଡ କରିବା କିଛି ସହଜ କଥା ମଧ୍ୟ ନୁହେଁ । କିନ୍ତୁ ଅନେକ ଲୋକ ଏହିଭଳି କିଛି ଅସମ୍ଭବ କାମ ସମ୍ଭବ କରିଦେଖାଇଥାନ୍ତି ଆଉ ନିଜ ନାମରେ କରିଥାନ୍ତି ବିଶ୍ୱ ରେକର୍ଡ । ବର୍ତ୍ତମାନ ଋଷର ଜଣେ ନାଗରିକ କିଛି ଏଭଳି ଅସମ୍ଭବ କାରନାମା କରି ବିଶ୍ୱ ରେକର୍ଡ କରିଛନ୍ତି ।

ଆପଣ ଦାନ୍ତରେ କିମ୍ବା କାନ ସାହାଯ୍ୟ ଓଜନ ଉଠାଇଥିବାର ଦେଖିଥିବେ । କିନ୍ତୁ କେବେ ତିନି ତିନିଟି ହେଲିକପ୍ଟରକୁ ଟାଣି ନିଜ ସ୍ଥାନରୁ ଅନ୍ୟ ସ୍ଥାନକୁ ନେବା କଥା ଶୁଣିଛନ୍ତି କି? ଏଭଳି ଏକ ଅସମ୍ଭବ କାମ କରିଦେଖାଇଛନ୍ତି ଋଷର ସର୍ଗେଇ ଅଗଡଜାନୟାନ ଓରଫ ଋଷିଆନ ହଲ୍କ । ଅଧିକ ଟନ୍ ଉପକରଣ ଟାଣି ବିଶ୍ୱ ରେକର୍ଡ କରିଥିବା ସର୍ଗେଇ ଅଗଡଜାନୟାନ ଓରଫ ଋଷିଆନ ହଲ୍କ ନିଜ ନାମରେ ନୂଆ ରେକର୍ଡ କରିଛନ୍ତି । ସେ ଗୋଟିଏ ସମୟରେ ତିନି ହେଲିକପ୍ଟର ଟାଣି ବିଶ୍ୱ ରେକର୍ଡ କରିଛନ୍ତି । ସର୍ଗେଇ ଅଗଡଜାନୟାନଙ୍କ ୟୁଟ୍ୟୁବରେ ଅନେକ ଭିଡିଓ ମଧ୍ୟ ରହିଛି । ଏହି ସବୁ ଭିଡିଓରେ ଆପଣ ଋଷିଆନ ହଲ୍କଙ୍କୁ ଅନେକ ବିପଜ୍ଜନକ କାରନାମା କରୁଥିବାର ଦେଖିପାରିବେ ।

ବଳ ପ୍ରୟୋଗର ଏହି ଦୃଶ୍ୟ ଦେଖି ଆଶ୍ଚର୍ଯ୍ୟ ହୋଇଥିଲେ ସେଠାରେ ଲୋକେ । ସର୍ଗେଇ ଟାଣିଥିବା ହେଲିକପ୍ଟର ମଧ୍ୟରେ ଦୁଇଟି ଅସେଣ୍ଟ ହେଲିକପ୍ଟର ଏବଂ ଏକ ଏମଆଇ-୮ ହେଲିକପ୍ଟର ରହିଥିଲା । ଏହି ହେଲିକପ୍ଟରର ସମୁଦାୟ ଓଜନ ୧୫.୬ ଟନ୍ ଥିଲା । ଯାହାକୁ ସର୍ଗେଇ ଅଗଡଜାନୟାନ ୨୪.୬୩ ସେକେଣ୍ଡରେ ୪.୩ ମିଟର ଦୂର ପର୍ଯ୍ୟନ୍ତ ଟାଣିନେଇଥିଲେ । ଆଉ ତାଙ୍କର କାରନାମା ଦେଖି ଚକିତ ହୋଇଯାଇଥିଲେ ସମସ୍ତେ ।

ତେବେ ଏହା ତାଙ୍କ ପାଇଁ ସହଜ ନଥିଲା ଲଗାତାର ତିନି ଥର ଚେଷ୍ଟା କରିବା ପରେ ସେ ସଫଳ ହୋଇଥିଲେ । ବର୍ଷା ଯୋଗୁଁ ରାସ୍ତାରେ ଛିଡ଼ା ହେବାରେ ତାଙ୍କୁ ଅସୁବିଧା ମଧ୍ୟ ହୋଇଥିଲା । କିନ୍ତୁ ଶେଷରେ ତୃତୀୟ ପ୍ରୟାସରେ ସଫଳ ହୋଇଥିଲେ ଏବଂ ରେକର୍ଡ କରିଥିଲେ ।

Get real time updates directly on you device, subscribe now.