fbpx

ବଗିଚାରେ ପଶି ଆମ୍ବ ତୋଳୁଥିଲେ ଦୁଇ ଶିଶୁୂ, ଏଭଳି ନୃଶଂସ ଦଣ୍ଡ ଦେଲା ବଗିଚା ମାଲିକ, ଶୁଣିଲେ ଶିହରୀ ଉଠିବେ

ପିଲାମାନେ ଛୋଟ ବେଳେ ଖୁବ୍ ମଜା ମଜଲିସ କରିଥାନ୍ତି । କରିବେନି ବା କେମିତି ପିଲାଦିନ ଆଉ କ’ଣ କେବେ ଫେରିବ? କେତେବେଳେ କ୍ରିକେଟ ଖେଳି କାହାର ଝରକା ଭାଙ୍ଗିବା ହେଉ କିମ୍ବା କାହା ବାଡ଼ିରେ ପଶି ଆମ୍ବ ତୋଳିବା ହେଉ । ଅନେକ ଲୋକ ପିଲାମାନଙ୍କୁ ଏଥିପାଇଁ ମନା କରିଥାନ୍ତି ଏବଂ ସେମାନଙ୍କୁ ପାଟି କରିଥାନ୍ତି । କିନ୍ତୁ ଏବେ ଏଭଳି ଏକ ଘଟଣା ସାମ୍ନାକୁ ଆସିଛି ଯାହାକୁ ଶୁଣିଲେ ଆପଣ ଶିହରୀ ଉଠିବେ । ଯେଉଁଠାରେ ଆମ୍ବ ତୋଳିବାକୁ ନେଇ ବଗିଚା ମାଲିକ ଦୁଇ ଛୋଟ ପିଲାଙ୍କୁ ଏଭଳି ଦଣ୍ଡ ଦେଇଛନ୍ତି ଯାହା କେହି କେବେ ଭାବିନଥିଲେ ।

ବିହାର ମଧୁବନୀରେ ଆମ୍ବ ତୋଳିବା ଦୁଇ କିଶୋରଙ୍କ ଜୀବନ ପ୍ରତି ବିପଦ ଆଣିଦେଇଥିଲା । ବଗିଚାରୁ ଆମ୍ବ ତୋଳୁଥିବା ବେଳେ ଦୁଇ କଶୋରଙ୍କୁ ଧରିନେଇଥିଲା ବଗିଚା ମାଲିକ ଆଉ ଏହାପରେ ଆରମ୍ଭ ହୋଇଯାଇଥିଲା ଅତ୍ୟାଚାର । ବଗିଚା ମାଲିକ ପ୍ରଥମେ ଦୁହିଁଙ୍କୁ ରସିରେ ବାନ୍ଧି ଲଙ୍ଗଳା କରି ପିଟିଥିଲେ । ଏତିକିରେ ମନ ଭରିନଥିଲା ଆଉ ସେମାନଙ୍କ ଉପରେ ପିମ୍ପୁଡ଼ି ହୁଙ୍କା ତାଙ୍କ ଉପରେ ପକାଇଥିଲେ । ପିମ୍ପୁଡ଼ିଙ୍କ କାମୁଡ଼ାରେ ଏହି ଦୁଇ ଶିଶୁ ଚିଲ୍ଲାଉଥିଲେ ବି କାହାର ଦୟା ହୋଇନଥିଲା । ଏହି ଘଟଣାର ଏକ ଭିଡିଓ ଭାଇରାଲ ହେବାରେ ଲାଗିଛି ।

Get real time updates directly on you device, subscribe now.