fbpx

କଂଗ୍ରେସକୁ ପରାଜୟର ଆଇନା ଦେଖାଇଲେ କମଲନାଥ, କହିଲେ ଏଥିପାଇଁ ହାରୁଛି କଂଗ୍ରେସ

ନୂଆଦିଲ୍ଲୀ: ଭୋପାଳରେ କଂଗ୍ରେସ କାର୍ଯ୍ୟାଳୟରେ ପ୍ରଦେଶର କାର୍ଯ୍ୟକାର୍ତ୍ତାଙ୍କୁ ସମ୍ବୋନ୍ଧିତ କରିବା ସହ କଂଗ୍ରେସକୁ ଦଳର ସ୍ଥିତିର ଆଇନା ଦେଖାଇଛନ୍ତି ମଧ୍ୟପ୍ରଦେଶ ପୂର୍ବ ମୁଖ୍ୟମନ୍ତ୍ରୀ କମଲନାଥ । କାର୍ଯ୍ୟକର୍ତ୍ତାଙ୍କୁ ସମ୍ବୋନ୍ଧିତ କରିବା ସମୟରେ କମଲନାଥ କହିଛନ୍ତି ଆମର ପାର୍ଟୀ ନେତା ୱାର୍ଡ ସ୍ତରର ନିର୍ବାଚନ ହାରୁଛନ୍ତି । ଏହା ପରେ ବି ବଡ଼ ବଡ଼ ବଡ଼ ପ୍ରତିଶ୍ରୁତି ଦେଉଛନ୍ତି, ଜିନ୍ଦାବାଦ ନାରା ଲଗାଉଛନ୍ତି । ଏହି ବଡ଼ ବଡ଼ ଜିନ୍ଦାବାଦ ନାରା ଯୋଗୁଁ ଆମକୁ ପରାଜୟର ସାମ୍ନା କରିବାକୁ ପଡ଼ୁଛି । ଆମର କାର୍ଯ୍ୟକର୍ତ୍ତା ତଳସ୍ତରରୁ ମଜବୁତ ହେବା ଦରକାର । ପରେ କଂଗ୍ରେସକୁ କେହି ରୋକିପାରିବେ ନାହିଁ ।

ସେ ଆହୁରି କହିଥିଲେ ଯେ ପୂର୍ବରୁ ଆମେ କହୁଥିଲୁ ଏହି ଗାଁ କଂଗ୍ରେସ ସହ ଜଡ଼ିତ କିନ୍ତୁ ଏବେ ଗୋଟିଏ ଘର ବି ନାହିଁ ଯେଉଁଠାରେ କଂଗ୍ରେସ ଥିବାନେଇ ଦାବି କରିହେବ । ତେଣୁ ଏହାକୁ ବଦଳାଇବାକୁ ହେଲେ ଆମକୁ କଠୋର ପରିଶ୍ରମ କରିବାକୁ ହେବ । ଯାହା ବି ହେଉଛି ସମସ୍ତଙ୍କ ସାମ୍ନାରେ ହେଉଛି । ଆମକୁ ଏହାକୁ ସ୍ୱୀକାର କରିବାକୁ ହେବ ଏବଂ ଶିଖିବାକୁ ହେବ ।

ଏହି ସମୟରେ କମଲନାଥ କହିଥିଲେ ଯେ ଆମକୁ ବିଜେପି ହରାଇବନି, ଆମକୁ ଭାଜପା ସଂଗଠନ ହରାଇବ । ଭାଜପା ପାଖରେ କୌଣସି ମୁଦ୍ଦା ନାହିଁ । ସେ କହିଛନ୍ତି ଯେ ୨୦୧୯ ରେ ପ୍ରଥମେ ମୋଦୀ ୨୦୧୯ ରେ କୃଷକ, ଡଲାର ତୁଳନାରେ ମୁଦ୍ରା ହ୍ରାସ, ଗ୍ୟାସ ଦାମ କମ୍ କରିବା ନେଇ କହୁଥିଲେ କିନ୍ତୁ ଏବେ ଆଉ ସେ ଏହି ସବୁ କଥା କହୁନାହାଁନ୍ତି । ଲୋକେ ମଧ୍ୟ ଏସବୁ ବୁଝିଗଲେଣି । କମଲନାଥ କହିଛନ୍ତି ଆପଣ ଯେପର୍ଯ୍ୟନ୍ତ ଭାଜପାକୁ ଝଟକା ଦେବେନାହିଁ ସେପର୍ଯ୍ୟନ୍ତ କିଛି ବଦଳିବନାହିଁ ।

Get real time updates directly on you device, subscribe now.