fbpx

ସରକାରୀ ବାବୁଙ୍କ ମନୋମୁଖୀ ଶାସନ ଆଉ ଚଳିବନି, ତହସିଲଦାରଙ୍କୁ ନୂଆ ପ୍ରକାରର ଦଣ୍ଡ ଦେଲେ ହାଇକୋର୍ଟ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ତହସିଲଦାରଙ୍କୁ ମହଙ୍ଗା ପଡ଼ିଲା ମନୋମୁଖୀ ଶାସନ । ଜବରଦଖଲକାରୀଙ୍କ ଉପରେ ବେପରୁଆ ଭାବେ ଜରିମାନା ଲାଗୁ କରିବାର ପରିଣାମ ସ୍ୱରୂପ ତଣ୍ଡ ଗଣିବାକୁ ପଡ଼ିଛି ସରକାରୀ ବାବୁଙ୍କୁ । ଏପରି ଏକ ମାମଲାରେ ସରକାରୀ ଅଧିକାରୀଙ୍କୁ ନୂଆ ଧରଣର ଦଣ୍ଡ ପ୍ରଦାନ କରିଛନ୍ତି ହାଇକୋର୍ଟ । ଉକ୍ତ ତହସିଲଦାରଙ୍କ ଉପରେ ଲାଗୁ ହୋଇଥିବା ଦଣ୍ଡ କଥା ଶୁଣିଲେ ଆପଣମାନେ ମୁଣ୍ଡରେ ହାତ ଦେବେ ।

ଜଣାପଡ଼ିଛି ଯେ, ଏକ ଜବରଦଖଲ ମାମଲାରେ ଜଣେ ବ୍ୟକ୍ତିଙ୍କୁ ଗତ ବର୍ଷ ସେପ୍ଟେମ୍ବର ୧୫ ତାରିଖରେ କାକଟପୁର ତହସିଲଦାରଙ୍କ କୋର୍ଟରେ ହାଜର ହେବାକୁ ନୋଟିସ୍ ଦିଆଯାଇଥିଲା । ତେବେ ଉକ୍ତ ବ୍ୟକ୍ତିଜଣଙ୍କ ହାଜର ହୋଇଥିଲେ ହେଁ ନୋଟିସର ଜବାବ ଦେଇପାରି ନଥିଲେ । ତେଣୁ ତାଙ୍କୁ ଆଉ ଏକ ସୁଯୋଗ ଦେବା ତ ଦୂରର କଥା, ତହସିଲଦାର ଉକ୍ତ ବ୍ୟକ୍ତିଙ୍କୁ ଜରିମାନାରେ ଦଣ୍ଡିତ କରିଥିଲେ । ତହସିଲଦାରଙ୍କ ଏଭଳି ଏକ ପକ୍ଷପାତିତାପୂର୍ଣ୍ଣ ନିର୍ଦ୍ଦେଶରେ ଅସନ୍ତୋଷ ବ୍ୟକ୍ତ କରି ଉକ୍ତ ବ୍ୟକ୍ତି ଜଣଙ୍କ ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ ।

ଶେଷରେ ସମସ୍ତ ପକ୍ଷଙ୍କୁ ଶୁଣିବା ପରେ ହାଇକୋର୍ଟ ତହସିଲଦାରଙ୍କ ବେରପୁଆ ନୀତି ବିଷୟରେ ଜାଣିପାରିଥିଲେ । ତହସିଲଦାରଙ୍କ ଏପରି ମନୋମୁଖୀ କାର୍ଯ୍ୟ ପାଇଁ ଜନସାଧାରଣଙ୍କ ନ୍ୟାୟ ପାଇବାରୁ ବଞ୍ଚିତ ହେଉଥିବା ହାଇକୋର୍ଟଙ୍କ ହୃଦବୋଧ ହୋଇଥିଲା । ତେଣୁ ଦଣ୍ଡ ସ୍ୱରୂପ ୫୦ଟି ଗଛ ଲଗାଇବାକୁ ତହସିଲଦାରଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ହାଇକୋର୍ଟ । ଏଥିସହିତ ତହସିଲଦାରମାନଙ୍କୁ ତାଗିଦ କରିବାକୁ ରାଜସ୍ୱ ଓ ଆଇନ ସଚିବଙ୍କୁ ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି ।

Get real time updates directly on you device, subscribe now.