fbpx

ଡେରିଲ୍ ମିଚେଲ୍ ଓ ଟ୍ରେଣ୍ଟ ବୋଲ୍ଟଙ୍କ ଦମଦାର ପ୍ରଦର୍ଶନ: ନ୍ୟୁଜିଲାଣ୍ଡର ସହଜ ବିଜୟ

ନୂଆଦିଲ୍ଳୀ: ଭାରତ ଓ ନ୍ୟୁଜିଲାଣ୍ଡ ମଧ୍ୟରେ ଖେଳା ଯାଇଥିବା ମୁକାବିଲାକୁ ଅନାୟାସରେ ଜିତି ନେଇଛି ନ୍ୟୁଜିଲାଣ୍ଡ । ୧୧୧ ରନ ଲକ୍ଷ୍ୟର ପିଛା କରୁଥିବା ନ୍ୟୁଜିଲାଣ୍ଡ ୧୪.୩ ଓଭରରେ ମାତ୍ର ୨ ୱିକେଟ ହରାଇ ବିଜୟ ହାସଲ କରି ନେଇଥିଲା । ଡେରିଲ୍ ମିଚେଲ ସର୍ବାଧିକ ୪୯ ରନ କରିଥିବା ବେଳେ କେନ ୱିଲିୟମସନ ଅପରାଜିତ ୩୩ ରନ କରିଥିଲେ । ଡେରିଲ ମିଚେଲ ୩୫ ବଲ ଖେଳି ୪ ଚୌକା ଓ ୩ ଛକା ମାରିଥିଲେ । ଭାରତ ପକ୍ଷରୁ ଜସପ୍ରୀତ ବୁମରା ୧୯ ରନରେ ଦୁଇଟି ୱିକେଟ ନେଇଥିଲେ ।

ଟସ ହାରି ପ୍ରଥମେ ବ୍ୟାଟିଂ କରୁଥିବା ଭାରତ ରୋହିତ ଶର୍ମର୍ଙ୍କ ସ୍ଥାନରେ ଇଶାନ କିଶନଙ୍କୁ ଓପନ କରାଇଥିଲା । ତେବେ କିଶନ ମାତ୍ର ୪ ରନ କରି ପ୍ୟାଭିଲିୟନ ଫେରିଥିଲେ । ରାହୁଲ(୧୮) ଓ ରୋହିତ ଶର୍ମା(୧୪) ଭଲ ଆରମ୍ଭ ପାଇଥିଲେ ହେଁ ବଡ ଶଟ ଖେଳିବା ଆଶାରେ ନିଜ ୱିକେଟ ହରାଇଥିଲେ । ବିରାଟ କୋହଲି(୯) ମଧ୍ୟ ବିଶେଷ କିଛି କରି ପାରି ନଥିଲେ । ଶେଷ ଆଡକୁ ହାର୍ଦ୍ଦିକ ପାଣ୍ଡ୍ୟା ୨୩ ଏବଂ ରବୀନ୍ଦ୍ର ଜାଡେଜାଙ୍କ ୨୬ ରନ ବଳରେ ଭାରତ ୧୦୦ ରନ ପାର କରିଥିଲା । ବୋଲ୍ଟ ୨୦ ରନରେ ୩ଟି ୱିକେଟ ଅକ୍ତିଆର କରିଥିବା ବେଳେ ସୋଧି ବିରାଟ ଓ ରୋହିତଙ୍କ ଶିକାର କରିଥିଲେ ।

Get real time updates directly on you device, subscribe now.