fbpx
BJD SKY
BJD SKY

ଏନକାଉଣ୍ଟରରେ ଟଳିଲେ ୩ ମହିଳା ନକ୍ସଲ, ମୁଣ୍ଡ ଉପରେ ଥିଲା ୫ ଲକ୍ଷର ପୁରସ୍କାର

BJD

ଛତିଶଗଡ଼: ନକ୍ସଲ ପ୍ରଭାବିତ ଦାନ୍ତୱାଡାରେ ରବିବାର ଏନକାଉଣ୍ଟରରେ ତିନି ମହିଳା ନକ୍ସଲଙ୍କ ଶବ ଉଦ୍ଧାର ହୋଇଛି । ତିନିଙ୍କ ଉପରେ ୫-୫ ଲକ୍ଷର ପୁରସ୍କାର ଘୋଷଣା କରାଯାଇଥିଲା । ଦାନ୍ତେୱାଡ଼ା ଏସପି ଅଭିଷେକ ପଲ୍ଲବ କହିଛନ୍ତି ଜିଲ୍ଲା ରିଜର୍ଭ ଗାର୍ଡଙ୍କ ସହ ମିଳିତ ଏନକାଉଣ୍ଟର ପରେ ତିନି ମହିଳା ନକ୍ସଲଙ୍କ ଶବ ଉଦ୍ଧାର ହୋଇଛି । ଏହି ଏନକାଉଣ୍ଟର ଅଦବାଲ ଏବଂ କୁଞ୍ଜେରାସ ଜଙ୍ଗଲରେ ହୋଇଥିଲା ।

ସେ କହିଛନ୍ତି ଘଟଣାସ୍ଥଳରୁ ମିଳିଥିବା ତିନି ମହିଳା ନକ୍ସଲଙ୍କ ଶବ ଚିହ୍ନଟ ହୋଇଛି ସେମାନେ ହେଲେ ରାଜେ ମୁଚକୀ, ଗୀତା ମରକାମ ଏବଂ ଜ୍ୟୋତି ଓରଫ ଭୀମେ ନୁପ୍ପା । ତିନିଜଣ କାତେକଲ୍ୟାଣ ଏରିଆ କମିଟି ଅଫ ମାଓଇଷ୍ଟର ସକ୍ରିୟ ସଦସ୍ୟ ଥିଲେ । ସେମାନଙ୍କ ଉପରେ ପାଞ୍ଚ-ପାଞ୍ଚ ଲକ୍ଷର ପୁରସ୍କାର ରହିଥିଲା ।

ପୋଲିସ ଅଧୀକ୍ଷକ କହିଛନ୍ତି ଘଟଣା ସ୍ଥଳରୁ ୧୨ ବନ୍ଧୁକ, ଦୁଇ ଦେଶୀ ବନ୍ଧୁକ, ଆଇଡି, ତାର, ଔଷଧ ଇତ୍ୟାଦି ମିଳିଥିଲା ।

Get real time updates directly on you device, subscribe now.