fbpx

ବିଳମ୍ବିତ ରାତିରେ ଦୁଇ ବାଇକ୍ ମୁହାଁମୁହିଁଁ ଧକ୍କା : ୩ ସାମାନ୍ୟ ଆହତ, ଜଣେ ଗୁରୁତର

ବାଲିାଟଣା (ଭାସ୍କର ନ୍ୟୁଜ୍‌): ଗତକାଲି ବିଳମ୍ବିତ ରାତିରେ ଦୁଇ ବାଇକ୍‌ ମଧ୍ୟରେ ଧକ୍କା ଫଳରେ ଜଣେ ଯୁବକ ଗୁରୁତର ଆହତ ହୋଇ କଟକ ବଡ ମେଡିକାଲ୍‌ରେ ଭର୍ତ୍ତି ହୋଇଛନ୍ତି । ଦୁର୍ଘଟଣାଟି ବାଲିପାଟଣା ଥାନା ଅନ୍ତର୍ଗତ ଆଳୋଇ ପଦ୍ମୁର ରାସ୍ତାରେ ଘଟିଥିବା ସୂଚନା ମିଳିଛି ।

ସୂଚନା ମୁତାବକ ଗତକାଲି ରାତି ପ୍ରାୟ ୧୧ଟାରେ ରାସ୍ତା କାମ ସାରି ମୟୂରଭଞ୍ଜ ଜିଲ୍ଲା ବାରିଦାର ରଘଗଡ଼ିଆର ଲସନ ସୋରେନ୍‌ ବାଇକ୍‌ରେ ଫେରୁଥିବା ବେଳେ ବାଲିପାଟଣା ଥାନା ଅନ୍ତର୍ଗତ ଆଳୋଇର ମାଣିଆସାହିସ୍ଥିତ ଯୁଗଳ ଓଝାଙ୍କ ପୁତ୍ର ସୁଶାନ୍ତ ଓଝା ତାଙ୍କ ବାଇକ୍‌ରେ ଆଉ ଦୁଇଜଣଙ୍କୁ ବସାଇ ଅପର ପଟୁ ତାଙ୍କ ବାଇକ୍‌କୁ ପିଟି ଦେଇଥିଲେ । ଏଥିରେ ଅନ୍ୟମାନେ ସାମାନ୍ୟ ଆହତ ହୋଇ ଥିବାବେଳେ ସୁଶାନ୍ତଙ୍କୁ ଗଭୀର ଆଘାତ ଲାଗିଥିଲା । ଚିକିତ୍ସା ପାଇଁ ତାଙ୍କୁ ତୁରନ୍ତ ଅଠାନ୍ତରସ୍ଥିତ ନିମାପଡ଼ା ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଥିଲା । କିନ୍ତୁ ତାଙ୍କ ଅବସ୍ଥା ସଙ୍କଟାପନ୍ନ ହେବାରୁ ଭୁବନେଶ୍ୱର କ୍ୟାପିଟାଲ ହସ୍ପିଟାଲ ପରେ କଟକ ବଡ ମେଡିକାଲ୍‌ରେ ଭର୍ତ୍ତି କରାଯାଇଥିବା ସୂଚନା ମିଳିଛି । ଘଟଣା ସ୍ଥଳରେ ବାଲିାଟଣା ଥାନା ପିସିଆର୍‌ ପହଞ୍ଚି ତଦନ୍ତ କରିଥିବାର ସୂଚନା ମିଳିଛି ।

Get real time updates directly on you device, subscribe now.