fbpx

ଭାଇଜାନଙ୍କ ସହିତ ରୋମାନ୍ସ କରିବେ ଡେଜି ଶାହ, ଫିଲ୍ମରେ ରହିବେ ୯ ହିରୋଇନ୍

ମୁମ୍ବାଇ: ଦର୍ଶକଙ୍କ ମନ ଜିଣିଥିବା ‘ଜୟ ହୋ’ ର ଲୋକପ୍ରିୟ ଯୋଡ଼ି ବଲିଉଡ଼ ସୁପରଷ୍ଟାର ସଲମାନ ଓ ଡେ଼ଜି ଙ୍କ କେମେଷ୍ଟ୍ରି ଫ୍ୟାନ୍ସଙ୍କ ଗହଣରେ ବେଶ ପ୍ରସଂଶା ସାଉଁଟିଥିଲା। ବଲିଉଡ଼ର ଦବଙ୍ଗ ଖାନ ନିଜ ଜନ୍ମଦିନରେ ‘ନୋ-ଏଣ୍ଟ୍ରି’ ଫିଲ୍ମର ସିକ୍ୱେଲ ନିର୍ମାଣ କରିବାକୁ ଘୋଷଣା କରିଛନ୍ତି । ଏହା ଏକ କମେଡ଼ି ଅଧାରିତ ଫିଲ୍ମହୋଇଥିବା ବେଳେ ଏହାର ସୁଟିଂ ବହୁତ ଜଲ୍ଦି ଆରମ୍ଭ ହେବ। ଏହି ଫିଲ୍ମର ନାଁ ରହିଛି ‘ନୋ ଏଣ୍ଟ୍ରି ମେ ଏଣ୍ଟ୍ରି’ । ଏହି ଫିଲ୍ମରେ ସଲମାନଙ୍କ ନାୟିକା ସାଜୁଛନ୍ତି ଡେଜି ଶାହ।

ଏହାପୂର୍ବରୁ ସଲମାନଙ୍କ ସହ ଫିଲ୍ମ ‘ଜୟ ହୋ’ ଓ ରେସ୍-୩’ରେ ନଜର ଆସିଥିଲେ ଡେଜି । ଏଥର ନୋ ଏଣ୍ଟ୍ରି ଫିଲ୍ମରେ ଦୁହିଁଙ୍କୁ ଏକାଠି ଦେଖିବାକୁ ମିଳିବ । ଏଥର ଡବଲ ରୋଲରେ ନୁହେଁ ସଲମାନଙ୍କୁ ଟ୍ରିପଲ ରୋଲରେ ଦେଖିବାକୁ ମିଳିବ । କେବଳ ସଲମାନ ନୁହଁନ୍ତି ଅଭିନେତା ଅନିଲ କପୁର ଓ ଫରଦୀନ ଖାନ୍ ମଧ୍ୟ ଟ୍ରିପଲ ରୋଲରେ ଦେଖିବାକୁ ମିଳିବ । ଏହି ୯ଜଣ ନାୟକଙ୍କ ପାଇଁ ୯ଜଣ ଅଭିନେତ୍ରୀ କାମ କରିବେ । ଏମାନଙ୍କ ପାଇଁ ଏଯାଏଁ ୪ଜଣ ଅଭିନେତ୍ରୀଙ୍କୁ ଫାଇନାଲ କରାଯାଇଛି । ଫିଲ୍ମ ପାଇଁ ଷ୍ଟୋରୀ ଫାଇନାଲ ହୋଇଯାଇଛି । ତେବେ ନାୟିକା ଭୂମିକା ପାଇଁ ଡେଜି ଶାହାଙ୍କ ସହ ବିପାଶା ବାସୁ, ସେଲିନା ଜେଟଲି ଓ ଲାରା ଦତ୍ତାଙ୍କୁ ବଛାଯାଇଛି ।

Get real time updates directly on you device, subscribe now.