fbpx

ନିର୍ବାଚନ ମଇଦାନକୁ ଓହ୍ଲାଇବେନି ପୂର୍ବତନ ମୁଖ୍ୟମନ୍ତ୍ରୀ: ଜାଣନ୍ତୁ କଣ ରହିଛି କାରଣ

ନୂଆଦିଲ୍ଲୀ: ବହୁଜନ ସମାଜ ପାର୍ଟି (ବିଏସପି) ମୁଖ୍ୟ ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ମାୟାବତୀ ଆଗାମୀ ଉତ୍ତରପ୍ରଦେଶ ବିଧାନସଭା ନିର୍ବାଚନରେ ପ୍ରତିଦ୍ୱନ୍ଦ୍ୱିତା କରିବେ ନାହିଁ । ବିଏସପିର ସାଂସଦ ସତୀଶ ଚନ୍ଦ୍ର ମିଶ୍ର କହିଛନ୍ତି ଯେ ମାୟାବତୀ ଅତୀତରେ କେବେ ହେଲେ ବିଧାନସଭା ନିର୍ବାଚନ ଲଢ଼ିନାହାଁନ୍ତି ।

ତେଣୁ ଆଗାମୀ ନିର୍ବାଚନରେ ମଧ୍ୟ ସେ ପ୍ରତିଦ୍ୱନ୍ଦ୍ୱିତା କରିବେ ନାହିଁ । ସେ କହିଛନ୍ତି ଯେ ରାଜ୍ୟରେ ବିଜେପି କିମ୍ବା ସମାଜବାଦୀ ପାର୍ଟି କେହି କ୍ଷମତାକୁ ଆସିବେ ନାହିଁ । ଆଗାମୀ ନିର୍ବାଚନ ପରେ ବିଏସପି ରାଜ୍ୟରେ ସରକାର ଗଠନ କରିବେ । ଫେବୃଆରୀ ୧୦ ରୁ ମାର୍ଚ୍ଚ ୭ ତାରିଖ ପର୍ଯ୍ୟନ୍ତ ୭ଟି ପର୍ଯ୍ୟାୟରେ ଉତ୍ତରପ୍ରଦେଶ ବିଧାନସଭା ନିର୍ବାଚନ ହେବ ।

Get real time updates directly on you device, subscribe now.